• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍
  2. ଚଳିତ ବର୍ଷ ବଜେଟରେ କ’ଣ ହୋଇଛି ଶାସ୍ତା ଓ ମହଙ୍ଗା …..ମହଙ୍ଗା – ବୈଦୁତିକ ଉପକରଣ, ପେଟ୍ରୋଲ ଓ ଡିଜେଲ , ମୋବାଇଲ ଫୋନ, ମୋବାଇଲ ଚାର୍ଜର,ରତ୍ନ ପଥର, ସୂତା ପୋଷାକ, ବିଦେଶୀ ଖାଦ୍ୟ ତୈଳ, ସୋଲାର ଇନଭର୍ଟର, ଅଟୋ ପାର୍ଟସ ଆଦି। ଶସ୍ତା – ଲୁହା, ଷ୍ଟିଲ, ନାଇଲନ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର, ସୁନା, ରୁପା, ଚମଡା ଦ୍ରବ୍ୟ ଆଦି।
  3.  ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି
  4.  ବର୍ତ୍ତମାନ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ବଢ଼ିଥିଲେ ମଧ୍ୟ ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ। ଲାଗୁ ହୋଇଥିବା କୃଷି ସେସ୍‌ ଉପଭୋକ୍ତାଙ୍କ ପାଇଁ ନୁହେଁ, ଏହି ବର୍ଦ୍ଧିତ ସେସ୍‌ କମ୍ପାନୀ ବହନ କରିବେ।
  5. ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ କରାଯାଇଛି।
  6. ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମହାନ୍ତିଙ୍କୁ ୬୨ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ।
  7. ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୫୦ ଟ୍ବିଟ୍‌ ଏବଂ ଆ‌କାଉଣ୍ଟ୍‌କୁ ବ୍ଲକ୍‌ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟ୍‌ରକୁ ନିର୍ଦ୍ଦେଶ ଦିଆଯାଇଛି। ମିଥ୍ୟା ସୂଚନା ଓ ଅନ୍ୟକୁ ଉସୁକାଇବା ପରି ଟ୍ବିଟ୍‌ଗୁଡ଼ିକୁ ଚିହ୍ନଟ କରିବା ପରେ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।
  8.  ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ (ଭାଇସ୍‌ ଚିଫ୍‌ ଅଫ ଆର୍ମି ଷ୍ଟାପ୍‌) ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
  9. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି। ଏଥିମଧ୍ୟରେ ‘ଉଜ୍ବଳା ଯୋଜନା’କୁ ସାମିଲ କରାଯାଇଛି।
  10. ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ସବସରକାରୀ ବିଦ୍ୟାଳୟଙ୍କ ସହଭାଗିତାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। 
  11.  ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବ। ଏଥିରେ ପ୍ରତି ସ୍କୁଲ ପିଛା ୨୦ରୁ ୩୮ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପାହାଡ଼ିଆ ଅଞ୍ଚଳରେ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।
  12. ଭାରତର ଉଚ୍ଚ ଶିକ୍ଷା କମିସନ ବି ପ୍ରତିଷ୍ଠା କରାଯିବ 
  13. ଲେହରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ 
  14. ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ  କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
  15. ୨୦୨୧-୨୨ ଆର୍ଥିକ ବଜେଟ୍‌ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି।
  16. ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ।
  17. ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। 
  18. ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଫର୍ମ ଫିଲପ୍‌ ଆରମ୍ଭ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 
  19. ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲରେ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ପ୍ରଥମ କ୍ରିକେଟର ହୋଇ ଇତିହାସ ରଚିଛନ୍ତି।
  20. ଖୁବଶୀଘ୍ର ଓଟିଟି (ଓଭର ଦି ଟପ୍‌)  ପ୍ଲାଟଫର୍ମ ଏବଂ ଅନଲାଇନ୍‌ ଷ୍ଟ୍ରିମିଂ କଣ୍ଟେଣ୍ଟ ପାଇଁ ଗାଇଡଲାଇନ୍‌ ଆଣିବାକୁ ଯାଉଛନ୍ତି ସରକାର। ଓଟିଟି ପ୍ଲାଟଫର୍ମ ଏବେ ସରକାରଙ୍କ ନଜରରେ ରହିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.