-
ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍ଭି ଲିଲା ନରଫୋକ୍କୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ ୧୫ଜଣ ଭାରତୀୟଙ୍କ ସହିତ ୨୧ ଜଣ କ୍ରୁ ସଦସ୍ୟ ରହିଥିଲେ।
-
ଉଡ଼ାଣ ଆରମ୍ଭ କରିବା ପରେ ପରେ କ୍ଷୁଦ୍ର ବିମାନ କାରିବିୟାନ୍ ସାଗର ମଧ୍ୟକୁ ଖସି ପଡ଼ିବାରୁ ଜର୍ମାନରେ ଜନ୍ମିତ ହଲିଉଡ୍ ଅଭିନେତା କ୍ରିଷ୍ଟିଆନ୍ ଅଲିଭର୍ ଓ ତାଙ୍କ ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି।
-
ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟର୍ ଦାଉଦ ଇବ୍ରାହିମ ପରିବାରର ଦୁଇଟି ସଂପତ୍ତି ଆଜି ନିଲାମରେ ବିକ୍ରି ହୋଇଛି। ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଖେଡ଼ ତହସିଲର ମୁମ୍ବକେ ଗ୍ରାମରେ ଦାଉଦ ପରିବାରର ୪ଟି ସଂପତ୍ତି ଆଜି ନିଲାମ ଡକା ହୋଇଥିଲା।
-
୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି କେଳେଙ୍କାରୀରେ ଦିଲ୍ଲୀର ଆପ୍ ସରକାର ହରଡ଼ଘଣାରେ ପଡ଼ିଛି। ଏହି ସମୟରେ ଦେଶର ରାଜଧାନୀ ଦିଲ୍ଳୀର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ନିମ୍ନମାନର ଔଷଧ ବଣ୍ଟନ ଘଟଣାର ସିବିଆଇ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।
-
ଫେବ୍ରୁଆରୀ ୮ରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନ ଘୁଞ୍ଚିବ! ସୁରକ୍ଷା ଓ ପ୍ରବଳ ଶୀତଲହରିକୁ ଦୃଷ୍ଟିରେ ରଖି ନିର୍ବାଚନ ବିଳମ୍ବରେ କରିବାକୁ ପାକିସ୍ତାନର ସିନେଟ୍ରେ ଆଜି ଏକ ପ୍ରସ୍ତାବ ପାରିତ ହୋଇଛି।
-
ମଥୁରା କୃଷ୍ଣ ଜନ୍ମଭୂମି-ସାହି ଇଦ୍ଗା ମସଜିଦ ବିବାଦ ପ୍ରସଙ୍ଗରେ ପ୍ରତ୍ନତାତ୍ତ୍ବିକ ସର୍ଭେ କରିବା ଓ ସଂପୃକ୍ତ ସ୍ଥାନକୁ କୃଷ୍ଣ ଜନ୍ମଭୂମି ଭାବେ ଘୋଷଣା ଦାବିରେ ହୋଇଥିବା ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।
-
ରାଗରେ ତାତି ପୁଲିସ କର୍ମୀଙ୍କୁ ଚାପୁଡ଼ା ମାରିଲେ ବିଧାୟକ | ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର କହିଛନ୍ତି ବିଧାୟକ | ମହାରାଷ୍ଟ୍ରରେ ଏଭଳି ଘଟଣା ଘଟିଛି |
-
ଇଭିଏମ୍ ଏବଂ ଭିଭିପେଟ୍ ଉପରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଶୁକ୍ରବାର ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ନିର୍ବାଚନ ଆୟୋଗ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି।
-
ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା (ଆର୍ଟିଲରି ସେଲ୍) ନିକ୍ଷେପ କରିବାରୁ ୟେଓନ୍ପିୟେଓଙ୍ଗ୍ ଦ୍ବୀପରୁ ଜନସ୍ଥାନାନ୍ତରଣ ପାଇଁ ଦକ୍ଷିଣ କୋରିଆ ନିର୍ଦେଶ ଦେଇଥିବା କଥା ‘ୟୋନ୍ହାପ୍’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
-
କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି । ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରାଯାଇଛି ।
-
ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରୁ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ହୋଇଛି। ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
-
ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି।
-
ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ ଉଜ୍ଜୈନ-ଓମକାରେଶ୍ବର ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେଉଁଝର ଜିଲ୍ଲାରୁ ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସହିତ ୩୦ ଜଣ ଏସକର୍ଟକୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ବାହାରିଛି । ଟ୍ରେନ ବାହାରି ଓଁକାରେଶ୍ଵର ମନ୍ଦିର, ଓଜ୍ଜୟିନି ସହିତ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବେ।
-
‘ମହାଦେବ ବେଟିଂ ଆପ’ ମାମଲାରେ ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) ର ଚାର୍ଜସିଟରେ ଏକ ବଡ଼ ଖୁଲାସା କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ହୋଇଛି।
-
ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ।
-
ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ।
-
ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ।
-
ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍ପି ହେବେ।
-
ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
-
ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଚଳିତ ଟି-୨୦ ବିଶ୍ୱକପ ଜୁନ ୧ରୁ ଆରମ୍ଭ ହେବ। ଏଥର ୨୦ଟି ଟିମକୁ ନେଇ ଟି-୨୦ ବିଶ୍ୱକପ୍ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ଜୁନ୍ ୧ ରୁ ଆରମ୍ଭ ହୋଇ ଜୁନ୍ ୨୯ ଯାଏଁ ଚାଲିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.