• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ଯାହାକୁ ନେଇ ଓଡ଼ିଶାବାସୀଙ୍କ ସହ ଦେଶ ଓ ବିଦେଶରେ ଥିବା ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

  2. ଭାରତର ମୁଦ୍ରାସ୍ଫିତି କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିରୀକୃତ ୪% ଲକ୍ଷ୍ୟ ହାସଲ ଆଡକୁ ଅଗ୍ରସର ହେଉଥିବା ବେଳେ ଅଭିବୃଦ୍ଧି ଆଶା ଦୃଢ଼ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି।

  3. ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ଆମେରିକା ଭାରତକୁ ଏକ ‘ଅସାଧାରଣ ସଫଳତାର କାହାଣୀ’ ଭାବରେ ଦେଖୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ ସହଯୋଗୀ ଦେଶକୁ ଲାଭାନ୍ବିତ କରିଛି।

  4. କାନାଡାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ଭାରତ ଅନୁମତି ପ୍ରକ୍ରିୟା କରିବାକୁ ଥିବା କାନାଡାର କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପରେ ଭାରତରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ଦିଆଯାଇଥିବା ପରମିଟ୍ ମଧ୍ୟ ହ୍ରାସ ପାଇଛି।

  5. ବୁଧବାର ପ୍ରକାଶିତ ସଦ୍ୟତମ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ସର୍ଭେ ଅନୁଯାୟୀ, ୧୪ରୁ ୧୮ ବର୍ଷ ବୟସର ପ୍ରାୟ ଏକଚତୁର୍ଥାଂଶ କିଶୋର ସେମାନଙ୍କ ଆଞ୍ଚଳିକ ଭାଷାରେ ଦ୍ବିତୀୟ ଶ୍ରେଣୀର ବହି ପଢ଼ି ପାରନ୍ତି ନାହିଁ ଏବଂ ଅତି କମ୍‌ରେ ୪୨.୭% ଇଂରାଜୀରେ ବାକ୍ୟ ପଢ଼ିପାରନ୍ତି ନାହିଁ।

  6. : ଭାରତୀୟ ସେନାର ସାହସିକତା ପୁରସ୍କାର ପ୍ରମାଣପତ୍ରରୁ ମିଳିଥିବା ନୂଆ ତଥ୍ୟ ଅନୁଯାୟୀ, ୨୦୨୨ରେ ହିମାଳୟ ସୀମାରେ ଭାରତ ଓ ଚୀନ୍ ସୈନିକମାନେ ଅତି କମ୍‌ରେ ଦୁଇଥର ମୁହାଁମୁହିଁ ହୋଇଥିଲେ।

  7. ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

  8. ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ କାଲକାଟା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମିଳିତ ତଦନ୍ତ ସିବିଆଇ ଓ ପୁଲିସର  ଏସଆଇଟି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  9. ଆଦାନୀ ଗ୍ରୁପ୍‌ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଯୋଗରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି।

  10. ଦେଶର ସବୁଠୁ ମୂଲ୍ୟବାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଉଭା ହୋଇଛି ‘ଭାରତୀୟ ଜୀବନବୀମା ନିଗମ’। ତାଲିକାର ଶୀର୍ଷ ସ୍ଥାନରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଏହା ହଟାଇ ଦେଇଛି।

  11. ଓଡ଼ିଶାରେ ଲୁହାପଥର ଖନନ ସୀମା ନିର୍ଧାରଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ‌୍‌କୋର୍ଟଙ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗଚ୍ଛିତ ଲୁହାପଥର ସୀମିତ ଥିବାରୁ ଖନନର ସୀମା ଧାର୍ଯ୍ୟ କରିବା ଉପରେ ‌ସୁପ୍ରିମକୋର୍ଟ ଗତ ଡିସେମ୍ବର ୪ରେ କେନ୍ଦ୍ରର ମତାମତ ଲୋଡ଼ିତିଲେ।

  12. ଓଡ଼ିଶାର ଲୋକମାନଙ୍କୁ ଯେତେ ପ୍ରକାରର ରୋଗ ହୁଏ ତାହା ମଧ୍ୟରୁ ୨୭.୧୯ ପ୍ରତିଶତ ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସରୋଗ, ପାଚନ ରୋଗ ଓ ସ୍ନାୟୁ ରୋଗ ଭଳି ପ୍ରମୁଖ ଅଣସଂକ୍ରାମକ ରୋଗ (ଏନସିଡି)।

  13. ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ (ଶ୍ରୀସେତୁ) ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା (ଶ୍ରୀମାର୍ଗ) ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଭକ୍ତଙ୍କୁ ଶ୍ରୀମନ୍ଦିର ନିକଟରେ ନେଇ ସୁବିଧାରେ ପହଞ୍ଚାଇବାର ଏହି ଦୁଇ ମାଧ୍ୟମ।

  14. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ ।

  15. କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି ।

  16. ପାକିସ୍ତାନ ଆକାଶ ସୀମା ଉଲ୍ଲଂଘନ କରିବା ପରେ ଇସଲାମାବାଦ ଆଜି (ବୁଧବାର) ଇରାନର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଛି। ଏହା ଛଡା ତେହେରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଫେରାଇ ଆଣିବା ବିଷୟ ଘୋଷଣା କରିଛି।

  17. ଚେସ୍ ଖେଳାଳି ଆର. ପ୍ରଜ୍ଞାନ ନନ୍ଦା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଛନ୍ତି। ଫଳରେ ସେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଏକ ନମ୍ବର ଭାରତୀୟ ଚେସ ଖେଳାଳି ହୋଇପାରିଛନ୍ତି।

  18. ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି।

  19. ଆଧାର କାର୍ଡ ସମ୍ବନ୍ଧରେ ଇପିଏଫଓ ଏକ ବଡ ନିଷ୍ପତ୍ତି ନେଇଛି । ଜନ୍ମ ତାରିଖକୁ ଅପଡେଟ କିମ୍ବା ସଂଶୋଧନ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରାଯାଇପାରିବ ନାହିଁ।

  20. ସ୍ପାଇସଜେଟ ଏୟାରଲାଇନ୍ସର ମୁମ୍ବାଇ-ବାଙ୍ଗାଲୋର ବିମାନରେ ଥିବା ଜଣେ ଯାତ୍ରୀ ୧ଘଣ୍ଟା ୩୦ ମିନିଟ ପାଇଁ ଶୌଚାଳୟରେ ଅଟକି ରହିଥିଲେ। ଯାନ୍ତ୍ରିକ ତ୍ରୁଟି ହେତୁ ଟଏଲେଟ ଗେଟ ଖୋଲା ନ ଥିବାରୁ ଯାତ୍ରୀ ବାହାରକୁ ଯାଇପାରିନଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.