• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚୀନ୍‌ରୁ ଫେରିବା ପରେ ମୁଇଜୁ ଭାରତ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ କ୍ଷୁଦ୍ର ଦେଶ ହୋଇପାରୁ, କିନ୍ତୁ କେହି ଆମକୁ ଧମକାଇ ପାରିବେ ନାହିଁ କି ଏହି ଲାଇସେନ୍ସ କାହା ପାଖରେ ନାହିଁ।

  2. ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତରପ୍ରଦେଶର ୩ ଜଣ ସାଧୁଙ୍କୁ ଗୁରୁବାର ଉଲଗ୍ନ କରି ଆକ୍ରମଣ କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ସାଧୁମାନେ ଅପହରଣକାରୀ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହି ଘଟଣା ଘଟିଛି।

  3. ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଚୀନର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏହି ନିର୍ବାଚନରେ ଚାଇନା ସମର୍ଥକ ପ୍ରାର୍ଥୀଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ଚୀନର କଠୋର  ବିରୋଧୀ ପ୍ରାର୍ଥୀ ଧମାକାଦାର ବିଜୟ ହାସଲ କରିଛନ୍ତି।

  4. ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ ଅଭିଯୋଗ

  5. କେରଳର ତିରୁଅନନ୍ତପୁରମ୍‌ରେ ଥିବା ଦୂରଦର୍ଶନ ଚାନେଲ୍‌ ଷ୍ଟୁଡିଓରେ ‘ଲାଇଭ୍‌ ପ୍ରୋଗ୍ରାମ୍’ ପ୍ରସାରଣ ବେଳେ ଶୁକ୍ରବାର ସନ୍ଧ୍ୟାରେ ଜଣେ କୃଷି ବିଶେଷଜ୍ଞ ଚେତା ହରାଇ ମରିଯାଇଥିବା କଥା ପୁଲିସ କହିଛି।

  6. ୟୁରୋପର ବିମାନ ନିର୍ମାତା ଏୟାରବସ୍‌ ୨୦୨୩ରେ ରେକର୍ଡ ସଂଖ୍ୟକ ବିମାନ ବରାଦ ହାସଲ କରିଛି। କଂପାନି ବିଭିନ୍ନ ଦେଶର ଏୟାରଲାଇନ୍ସଠାରୁ ୨୦୯୪ଟି ବିମାନ ‌ଲାଗି ବରାଦ ପାଇଛି।

  7. ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏକ ବର୍ଷ ବଢ଼ାଇଛନ୍ତି। ସେ ଏହି ପଦରେ ୨୦୨୫ ଜାନୁଆରି ପର୍ଯ୍ୟନ୍ତ କାମ କରିବେ।

  8. ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍‌ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍‌ ପେନ୍‌ ଚୋରି ହୋଇଯାଇଛି।

  9. ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦପୂର୍ଣ୍ଣ ହେବାକୁ ଯାଉଛି। ଏହାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ ତାହା ହେଉଛି ହ୍ବାଟସଆପ୍‌ ୟୁନିଭରସିଟି।

  10. ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି।

  11. ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦିଆଯିବ ବୋଲି ଜଣାପଡିଛି। ଚେନ୍ନଇରେ ଏହି ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।

  12. ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିଏସ୍‌ପି ନେତା ଅଫ୍‌ଜଲ ଆନ୍‌ସାରୀ ତାଙ୍କର ଲୋକସଭା ସଦସ୍ୟ ପଦ ଫେରିପାଇଛନ୍ତି। ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି।

  13. ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ୯୨ବର୍ଷ ବୟସରେ ପୁଣେ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି।

  14. ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ର ଭର୍ଚୁଆଲ ବୈଠକ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦିଆଯାଇଛି।

  15.  ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି।

  16. ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି।

  17. ୫ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  18. ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି।

  19. ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ମିଚେଲ ସାଣ୍ଟ୍‌ନର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଶୁକ୍ରବାର ଏଠାରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସାଣ୍ଟ୍‌ନର ଖେଳିନଥିଲେ।

  20. ଭ୍ରମଣକାରୀ ଆଫଗାନିସ୍ତାନକୁ ୧ମ ଟି୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଶିଭମ୍‌ ୪୦ଟି ବଲ୍‌ରୁ ୬୦ ରନ୍ କରି ଅପରାଜିତ ଥିଲେ। ଶିଭମ୍‌ଙ୍କ ବ୍ୟାଟିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.