• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନା ମାର୍ଚ୍ଚ ୧୫ ସୁଦ୍ଧା ଦେଶ ଛାଡିଯିବା ଉଚିତ ।

  2. ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମଣିପୁରର ଥୋଉବାଲ୍‌ରୁ ଆରମ୍ଭ କରିଛନ୍ତି। ଏହି ଯାତ୍ରା ୧୫ଟି ରାଜ୍ୟର ୬୭୦୦ କିମି ଅତିକ୍ରମ କରିବ ଏବଂ ୧୧୦ଟି ଜିଲ୍ଲାରେ ପହଞ୍ଚିବ।

  3. ସନ୍ତୋଷୀ ଦୁର୍ଗା ନାମକ ଛତିଶଗଡ଼ର ଜଣେ ମହିଳାଙ୍କୁ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି।ବର୍ତ୍ତମାନ ସୁଦ୍ଧା ସେ ୭୦୦ରୁ ଅଧିକ ଶବ ବ୍ୟବଚ୍ଛେଦ କରିସାରିଲେଣି।

  4. ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ।୫୫ଟି ଦେଶର ୧୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି।

  5. ଅଭିନେତା ପ୍ରକାଶ ରାଜ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ "ତିନୋଟି ରାଜନୈତିକ ଦଳ" ତାଙ୍କ ପଛରେ ପଡ଼ିଯାଇଛନ୍ତି ।

  6. ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ବୟସ ୧୬ବର୍ଷ ହେବ ବୋଲି ଜଣାପଡ଼ିଛି।

  7. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବେ ବୋଲି କିଛି ଦିନ ଧରି ଗୁଜବ ଚାଲିବା ପରେ ଆଜି ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ୍‌ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

  8. ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି।

  9. ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି।

  10. ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି ।

  11. ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା ।

  12. ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

  13. ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି।

  14. ଜଣେ ବୃଦ୍ଧ ପିତାଙ୍କୁ ରଖିବା ପୁଅର ପବିତ୍ର କର୍ତ୍ତବ୍ୟ ବୋଲି ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି।

  15. ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍‌‌ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.