• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇରାନର ସେନା ରିଭଲ୍ୟୁସନାରୀ ଗାର୍ଡସ କହିଛି ଯେ ସେମାନେ ଇରାକର ଅର୍ଦ୍ଧ-ସ୍ୱୟଂଶାସିତ କୁର୍ଦିସ୍ତାନ ଅଞ୍ଚଳରେ ଥିବା ଇସ୍ରାଏଲର ମୋସାଦ ଗୁପ୍ତଚର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି।

  2. ରିପବ୍ଲିକାନ୍ ପ୍ରାର୍ଥୀ ବିବେକ ରାମାସ୍ୱାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିତ୍ବରୁ ଓହରି ଯାଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଓୱା କାକସ୍‌ ଜିତିବା ପରେ ୩୮ ବର୍ଷୀୟ ଶିଳ୍ପୋଦ୍ୟୋଗୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

  3. ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କ୍ରମାଗତ ଭାବରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହ କାର୍ଯ୍ୟଧାରା ଜାରି ରଖିଛନ୍ତି। ଏହିକ୍ରମରେ ଆଗକୁ ଯାଇ ମାଳଦ୍ୱୀପ ବର୍ତ୍ତମାନ ତୁର୍କୀ ସହିତ ଏକ ଘାତକ ଡ୍ରୋନ କିଣିବା ପାଇଁ ଚୁକ୍ତି କରିଛି।

  4. ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ରୋହିଣୀ ଅଞ୍ଚଳରେ ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

  5. ଓ୍ବାଇଏସ ଶର୍ମିଳା ରେଡ୍ଡୀ ଆନ୍ଧ୍ରପ୍ରଦେଶ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି।

  6. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ୨୦୨୨ରେ ନାମିବିୟାରୁ ଅଣାଯାଇଥିବା ଚିତା ଶୌର୍ଯ୍ୟ ଆଜି ଆଖି ବୁଜିଦେଇଛି। ବର୍ଷକ ମଧ୍ୟରେ ଏ ପର୍ଯ୍ୟନ୍ତ ୭ଟି ବୟସ୍କ ଚିତା ଓ ୩ଟି ଶାବକଙ୍କ ମୃତ୍ୟୁ ଘଟିଛି।

  7. ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍‌ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍‌ ମିଶାଇଲ୍‌ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର ରିଭୋଲ୍ୟୁସାରୀ ଗାର୍ଡମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି।

  8. ଫୋନ୍‌ରେ ସିମ୍ ନଥିଲେ ବି ଟିଭି ଦେଖିହେବ। ସରକାର ଏବେ ଡାଇରେକ୍ଟ-ଟୁ-ମୋବାଇଲ୍ ପ୍ରସାରଣ ଉପରେ କାମ କରୁଛନ୍ତି। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଖୁବ୍‌ଶୀଘ୍ର ଦେଶର ୧୯ଟି ସହରରେ ଡାଇରେକ୍ଟ-ଟୁ-ମୋବାଇଲ୍‌ ପ୍ରସାରଣର ପରୀକ୍ଷଣ ଆରମ୍ଭ କରାଯିବ।

  9. ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦର ସର୍ଭେକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସ୍ଥଗିତ ରଖିବା ସହ କହିଛନ୍ତି ଯେ ଏହି ସର୍ଭେ ପାଇଁ ଜଣେ ଆଡ୍‌ଭୋକେଟ୍‌-କମିସନର ନିଯୁକ୍ତ କରିବା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନ ଅତ୍ୟନ୍ତ ଅସ୍ପଷ୍ଟ ଏବଂ ଏହି ମାମଲାରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସମସ୍ୟା ମଧ୍ୟ ଉପୁଜିଛି।

  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଡିଗ୍ରି ଉପରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଗୁଜରାଟ ହାଇକୋର୍ଟରେ ଚାଲିଥିବା ମାନହାନି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

  11. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି ।ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଆଜି ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

  12. ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି ।

  13. ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଗଡ଼ିବ ବିଳାସମୟ ବସ୍ । ଲକ୍ଷ୍ମୀ ୩ୟ ଟାଇଆରରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ବସରେ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ଜଗନ୍ନାଥ ଦର୍ଶନ କରି ଫେରିବେ  ଲୋକେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ। ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ।

  14. ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଧୋନିଙ୍କ ନାଁରେ ମାନହାନୀ ମକଦ୍ଦମା କରିଛନ୍ତି ତାଙ୍କର ପୂର୍ବତନ ବ୍ୟବସାୟିକ ପାର୍ଟନର ମିହିର ଦିବାକର ଏବଂ ଦିବାକରଙ୍କ ପତ୍ନୀ ସୌମ୍ୟ ଦାସ

  15. ବର୍ତ୍ତମାନ ୟୁଜିସି ନିଷ୍ପତ୍ତି ନେଇଛି ଯେ, ଅଫଲାଇନ୍ ଭଳି ଅନଲାଇନ ପାଠ୍ୟକ୍ରମ ସାର୍ଟିଫିକେଟକୁ ମଧ୍ୟ ସମାନ କ୍ରେଡିଟ୍ ଦିଆଯିବ। ସେହିପରି ଚାକିରି କରୁଥିବା ଲୋକମାନେ ଯଦି କୌଣସି ଅନୁଷ୍ଠାନରୁ ଅନଲାଇନ୍ କୋର୍ସ କରନ୍ତି, ତେବେ ସେମାନଙ୍କ ସାର୍ଟିଫିକେଟ୍ ଅଫଲାଇନ୍ ପରି ସମାନ ସ୍ୱୀକୃତି ପ୍ରାପ୍ତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.