• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚମ୍ପିଆନ୍‌ ଟ୍ରାପ୍‌ ସୁଟର ହାବିଲଦାର ପ୍ରୀତି ରଜକ ରବିବାର ପଦୋନ୍ନତି ପାଇବା ପରେ ଭାରତୀୟ ସେନାରେ ସୁବେଦାର ପାହ୍ୟାରେ ନିଯୁକ୍ତି ପାଇବାରେ ଦେଶର ପ୍ରଥମ ମହିଳା ହୋଇଛନ୍ତି।

  2. ୨୨ ଜଣ ଭାରତୀୟ ଥିବା ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା।

  3. କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ସୁରକ୍ଷାକୁ 'ଜେଡ୍ ପ୍ଲସ୍' କୁ ବୃଦ୍ଧି କରିଛି। ରାଜଭବନ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।

  4. ନକଲି ଜାତିପ୍ରମାଣପତ୍ର ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତକୁ ନେଇ କଲିକତା ହାଇକୋର୍ଟର ଦୁଇ ଖଣ୍ଡପୀଠ ଓ ଖଣ୍ଡପୀଠ ମଧ୍ୟରେ ଏକ ବିରଳ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ସୁପ୍ରିମକୋର୍ଟ ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି।

  5. ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

  6. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶନିବାର ଭାଜପା ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭାଜପା ତାଙ୍କ ଦଳର ୭ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

  7. ଦିଲ୍ଲୀ ପୁଲିସର ସହକାରୀ କମିସନର ଯଶପାଲ ସିଂହଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ୟ ଚୌହାନ ଅନ୍ୟ ଦୁଇଜଣ ବନ୍ଧୁଙ୍କ ସହ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଏବଂ ତାଙ୍କ ମୃତଦେହ ଏକ କେନାଲରୁ ମିଳିଥିବା ଜଣାପଡ଼ିଛି।

  8. ରୁଷ ଆକ୍ରମଣ ଆଶଙ୍କାରେ ଆମେରିକା ବ୍ରିଟେନରେ ପୁଣିଥରେ ଆଣବିକ ଅସ୍ତ୍ର ମହଜୁଦ ରଖିବାକୁ ଯୋଜନା କରୁଛି। ଶୀତଳ ଯୁଦ୍ଧ ଅବସାନର ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ଏଭଳି ଜନବିଧ୍ବଂସୀ ଅସ୍ତ୍ରଶସ୍ତ୍ର ରଖିବ।

  9. ନ୍ୟୁୟର୍କର ଏକ ଅଦାଲତ ଆଜଜି ନିଷ୍ପତ୍ତି ନେଇଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ୨୦୧୯ରେ ଆମେରିକା ରାଷ୍ଟ୍ରପତି ଥିବା ସମୟରେ ସ୍ତମ୍ଭକାର ଇ ଜିନ୍ କ୍ୟାରୋଲଙ୍କୁ ବଦନାମ କରିବା ପାଇଁ ୮୩.୩ ମିଲିୟନ ଡଲାର ଜୋରିମାନା ଦେବାକୁ ପଡ଼ିବ।

  10.  ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରି ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁ ନେଇ ହ୍ୱାଇଟ୍ ହାଉସ୍ ଗଭୀର ଅସନ୍ତୋଷ ପ୍ରକାଶ କରିଛି, ଯାହାକୁ ଜାତିସଂଘ ଓ ୟୁରୋପୀୟ ସଂଘ ମଧ୍ୟ ନିନ୍ଦା କରିଛନ୍ତି।

  11. ବେଙ୍ଗାଲୁରୁରୁ ଆସିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର । ମଦ କିଣିବା ପାଇଁ ଟଙ୍କା ଦେବାକୁ ମନା କରିବାରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ତାଙ୍କ ୩୫ ବର୍ଷୀୟ ପୁଅକୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରି ହତ୍ୟା କରିଛନ୍ତି।

  12. ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତାମାସ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ।

  13. ଭାଷା, ସାହିତ୍ୟ, କଳାକୃତି ଆଦି କ୍ଷେତ୍ରରେ ଅବଦାନ ଥିବା ତଥା ବିଭିନ୍ନ ପୁରସ୍କାର ବିଜେତା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

  14. ଶନିବାର କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ପରଲୋକ ହୋଇଛି।

  15. ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦୀପଗ୍ରେସ୍‌ ଏକ୍କା ଅବସର କରିଛନ୍ତି। ଭାରତୀୟ ହକି ଜଗତର ଏହି ସୁପରିଚିତ ଚେହେରା ଦୀପଗ୍ରେସ୍‌ ଏକ୍କା ଆଜି ଆନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି।

  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା।

  17. ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର RMCA କର୍ମଚାରୀ ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା।ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି।

  18. ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ।

  19. ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦ୍ୱାରା ଫେବୃଆରୀ ୧ରୁ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ – ଭାରତ ରଙ୍ଗ ମହୋତ୍ସବ ଆରମ୍ଭ ହେବ। ସାରା ଦେଶରେ ୧୫୦ରୁ ଅଧିକ ନାଟକ ପ୍ରଦର୍ଶିତ ହେବ। ଏହି ଉତ୍ସବ ମୁମ୍ବାଇରେ ଉଦଘାଟିତ ହେବ ଏବଂ ଉଦଯାପନୀ ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ।

  20. ସାରା ଦେଶରେ ୧୫୦ରୁ ଅଧିକ ନାଟକ ପ୍ରଦର୍ଶିତ ହେବ। ଏହି ଉତ୍ସବ ମୁମ୍ବାଇରେ ଉଦଘାଟିତ ହେବ ଏବଂ ଉଦଯାପନୀ ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.