• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨୨ରେ ୧୯ ଜଣ ଅସାଧାରଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ।

  2. ଚଳିତ ବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡ ମହିଳା-କେନ୍ଦ୍ରିତ ହେବ, ଯେଉଁଥିରେ ‘ବିକଶିତ ଭାରତ’ ଏବଂ ‘ଭାରତ – ଗଣତନ୍ତ୍ର ମା’ ବିଷୟ ରହିବ।

  3. ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ – ଏନଡିଆରଏଫ ଚଳିତ ବର୍ଷ ଶେଷ ସୁଦ୍ଧା ୭୦ ହଜାରରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ ତାଲିମ ଦେବ।

  4. ସରକାର କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ୫ କୋଟିରୁ ଅଧିକ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପ୍ରାୟ ଦୁଇ ଲକ୍ଷ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।

  5. ଆବୁଧାବିର ଏମିରେଟ୍ସରେ ଶାସନ କରୁଥିବା ଏବଂ ୩୦୫ ବିଲିୟନ ଡଲାର (୨୫,୩୮,୬୬୭ କୋଟି ଟଙ୍କା) ସମ୍ପତ୍ତିର ମାଲିକ ଅଲ୍ ନାହ୍ୟାନ ରାଜପରିବାର ୨୦୨୩ରେ ୱାଲମାର୍ଟ ଇଙ୍କ୍‌ର ଉତ୍ତରାଧିକାରୀମାନଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ପରିବାରରେ ପରିଣତ ହୋଇଛି, ଯାହାର ସମ୍ପତ୍ତି ୨୩୨.୨ ବିଲିୟନ ଡଲାର (୧୯,୩୧,୩୭୪ କୋଟି ଟଙ୍କା) ବୋଲି ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି। 

  6. ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଆଜି ପ୍ରଥମ ଥର ପାଇଁ ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ସାଧାରଣରେ ଦେଖିବାକୁ ମିଳିଛି।

  7. ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ତାରିଖରେ ସଂପନ୍ନ ହେବାପରେ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଖୋଲି ଦିଆଯିବ ।

  8. ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ।

  9. ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍‌ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍‌ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଜଣାପଡ଼ିଛି।

  10. ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାରତୀୟ ବାୟୁସେନାର ମୋଟ ୫୧ଟି ବିମାନ ସାମିଲ ହେବ। ଏଥିରେ ୨୯ଟି ଯୁଦ୍ଧ ବିମାନ, ୮ଟି ପରିବହନ ବିମାନ, ୧୩ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ଅଂଶଗ୍ରହଣ କରି‌ବ।

  11. ମହାକାଶ ଗବେଷଣା କ୍ଷେତ୍ରରେ ଜାପାନ ଆଜି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବିଶ୍ବର ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରପୃଷ୍ଠରେ ଯାନ ଅବତରଣ କରାଇ ଏହି ବିରଳ ସଫଳତା ହାସଲ କରିଛି।

  12. ବିଲକିସ୍‌ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଆସନ୍ତା ୨ ଦିନ ମଧ୍ୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  13. ଡାକ୍ତରମାନେ ଏଣିକି ଆଣ୍ଟିବାୟୋଟିକ ଲେଖିବା ବେଳେ ସେମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ମେଡିକାଲ କଲେଜ ଏବଂ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି।

  14. ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଟ୍ରକ୍ ବିକ୍ରି ୧୦୦ ପ୍ରତିଶତ ବଢ଼ିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୧୩ ହଜାରରୁ ଅଧିକ ଟ୍ରକ୍ ବିକ୍ରି ହୋଇଛି ବୋଲି ଅଶୋକ ଲେଲ୍ୟାଣ୍ଡ୍‌ର ସଭାପତି ସଞ୍ଜୀବ କୁମାର କହିଛନ୍ତି।

  15. ପଶ୍ଚିମ ଓଡ଼ିଶାର ତିନିଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୨୩,୩୮୯.୪୩ କୋଟି ଟଙ୍କା ନିବେଶ ହେବ। ଆଜିଠାରୁ ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା ତିନିଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଏନେଇ ଓଡ଼ିଶା ସରକାରଙ୍କ ସହ ୧୧ଟି କଂପାନି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି।

  16. କନ୍ଧମାଳ ହଳଦୀକୁ କୃଷି ଉତ୍ପାଦ ବର୍ଗରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ମର୍ଯ୍ୟାଦାଜନକ ଏକ ଜିଲ୍ଲା ଏକ ଉତ୍ପାଦ ( ଓଡିଓପି) ପୁରସ୍କାର ମିଳିଛି। କନ୍ଧମାଳ ହଳଦୀ ଦେଶରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି।

  17. ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ ପୁଣି ଥରେ ପାରୋଲ ପାଇଛନ୍ତି। ଏଥର ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ମିଳିଛି।

  18. ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି।

  19. ଚୀନ୍ ଉପରେ ପାକିସ୍ତାନ କ୍ରୋଧିତ ବୋଲି କୁହାଯାଉଛି। ଇରାନ ଆକ୍ରମଣକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ହେଉଛି ଏହାର କାରଣ। ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା।

  20. ଶୁକ୍ରବାର ସମାପ୍ତ ହୋଇଥିବା ପ୍ରଥମ ​ଟେଷ୍ଟମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ସହଜରେ ଜିତିନେଇଛି। ୱେଷ୍ଟଇଣ୍ଡିଜ୍‌କୁ ୧୦ ୱିକେଟ୍‌ରେ ହରାଇ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଅପରାଜେୟ ୧-୦ ଲିଡ୍‌ ନେଇପାରିଛି ଅଷ୍ଟ୍ରେଲିଆ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.