• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଦିନ ଜାନୁଆରି ୨୨କୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିର ଲହରି ଖେଳିଯାଇଛି।

  2. ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି।

  3. ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି।

  4. ମାଳଦ୍ୱୀପରେ ଶନିବାର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅସୁସ୍ଥ ବାଳକକୁ ଏୟାରଲିଫ୍ଟ କରିବା ପାଇଁ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ଡୋନିୟର ବିମାନ ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।

  5. ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |

  6. ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |

  7. ବହୁରାଷ୍ଟ୍ରୀୟ ଆମେରିକୀୟ ସଫ୍ଟୱେର୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ସିଇଓ) ସଞ୍ଜୟ ଶାହା ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ ଉତ୍ସବର ଏରିଏଲ୍ ସୋ ସମୟରେ ଷ୍ଟେଜରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି।

  8. ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବ। ଦେଶରେ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ସପକ୍ଷରେ ୮୧ ପ୍ରତିଶତ ମତ ଦେଇଛନ୍ତି।

  9. ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି। ପ୍ରାୟ ୧.୬ ଫୁଟ (୦.୫ ମିଟର) ଉଚ୍ଚତା ବିଶିଷ୍ଟ ଏକ ଡ୍ରୋନ୍, ରୋଭର ପର୍ସେଭେରାନ୍ସରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଅନ୍ୟ ଗ୍ରହରେ ସ୍ଵତଃସ୍ପୂର୍ତ ଭାବରେ ଉଡ଼ିଥିବା ପ୍ରଥମ ମୋଟର ଚାଳିତ ଯାନ ହୋଇଗଲା।

  10. ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବାବେଳେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧ୍ୟଯୁଗ ଯୁଗର ଭଗବାନ ରାମ ଏବଂ ବୈଷ୍ଣବ ସାଧୁଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ହୋଇପାରିବ ନାହିଁ। ଯିଏ ରାଜ୍ୟରେ ପ୍ରତୀକ ଭାବରେ ବସିଛି।ସେ ଏହା ମଧ୍ୟ କହିଛନ୍ତି ଯେ ଜାନୁୟାରୀ ୨୨ ରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ସଂଖ୍ୟାଲଘୁ ପ୍ରାଧାନ୍ୟ ଅଞ୍ଚଳରେ ସମ୍ବେଦନଶୀଳ ରାସ୍ତାରେ କମାଣ୍ଡୋ ନିୟୋଜିତ ହେବେ।

  11. ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ।

  12. ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି।

  13. ୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଏହି ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଥିଲେ। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ତେବେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଥିବାରୁ ଏହାର ବହୁଳ ପ୍ରଚାର ପ୍ରସାର କରାଯିବ।

  15. ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ।

  16. ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି। ନିଶା ବେପାରୀ ଶିବ ପ୍ରସାଦଙ୍କ ୭୪ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ ।

  17. ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

  18. ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ।

  19. ‘ଲକ୍ଷ୍ମୀ’ ବସ୍‌ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍‌ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।

  20. ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.