• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ବିଶ୍ବର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍‌ ତାଙ୍କ ନିକଟରେ ରହିଛି।

  2. ବିହାରର ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତରଭାବେ ଭାରତର ୪୯ତମ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯିବ।

  3. ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି।

  4. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି।

  5. ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି।

  6. ମଧ୍ୟପ୍ରଦେଶର ଉମରିଆରେ ଜଣେ ସରକାରୀ ଅଧିକାରୀ ତାଙ୍କ ଗାଡ଼ିକୁ ଓଭରଟେକ୍ କରିବା ଅପରାଧରେ ଦୁଇଜଣ ଯୁବକଙ୍କୁ ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।

  7. ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି।

  8. ଭାରତର ଦ୍ବିତୀୟ ବୃହତ୍ତମ ସଫ୍ଟୱେୟାର କମ୍ପାନିର ମାଲିକ ଏନ୍‌ଆର୍‌ ନାରାୟଣ ମୂର୍ତ୍ତି ବିମାନରେ ସାଧାରଣ ଶ୍ରେଣୀର ଯାତ୍ରୀ ହୋଇ ତାଙ୍କ ପାଖ ସିଟ୍‌ରେ ବସିଥିବେ ବୋଲି ନରେନ୍‌ କ୍ରିଷ୍ଣା ନାମକ ଜଣେ ଯୁବକ ସ୍ବପ୍ନରେ ସୁଦ୍ଧା ଭାବି ପାରିନଥିଲେ।

  9. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାରେ ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାରୁ ମିଳିଥିବା ଅନ୍ତରୀଣ ରିଲିଫକୁ ବମ୍ବେ ହାଇକୋର୍ଟ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  10. ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ।

  11. ସାମସଙ୍ଗ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଶକ୍ତି ଥିବା ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍‌୨୪ ସିରିଜ୍‌କୁ ଉନ୍ମୋଚନ କରାଯାଇଛି।

  12. ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଫଳରେ ଦେଶରେ ଗରିବ ଏବଂ ମଧ୍ୟମ ବର୍ଗ ବିଜୁଳି ବିଲରୁ ଆଶ୍ବସ୍ତି ପାଇପାରିବେ ।

  14. ଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି।

  15. କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.