• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ।

  2. ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି।

  3. କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପି.ବି. ଭରାଲେ ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

  4. ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୧୦୬ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

  5. ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ୬ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂହ ଯାଦବ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନ, ପୂର୍ବତନ ବିଦେଶ ମନ୍ତ୍ରୀ ଏସ୍‌ଏମ୍‌ କ୍ରିଷ୍ଣା ରହିଛନ୍ତି। ମେଡିସିନରେ ମରଣୋତ୍ତର ଭାବେ ଦିଲୀପ ମାହାଲନୋବିସ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶ୍ରୀନିବାସ ବର୍ଦ୍ଧନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି।

  6. ବିଶ୍ବର ସବୁଠାରୁ ପୁରାତନ ସହର କାଶୀ (ବାରଣାସୀ)ର ପ୍ରଖ୍ୟାତ କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ବିବାଦୀୟ ଜ୍ଞାନବାପି ମସ୍‌ଜିଦ ତଳେ ଏକ ବିରାଟ ହିନ୍ଦୁ ମନ୍ଦିର ଥିଲା ବୋଲି ଭାରତୀୟ ପ୍ରତ୍ନତତ୍ବ ବିଭାଗ (ଏଏସ୍‌ଆଇ) ଜିଲ୍ଲା କୋର୍ଟ ନିକଟରେ ରିପୋର୍ଟ ଦାଖଲ କରିଛି।

  7. ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି।

  8. ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ।

  9. ଏକ ସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର। ‘୫-ଟି’ ରୂପାନ୍ତରଣ ପରେ ଆଜି ପ୍ରାୟ ୪୪ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର।

  10. କଳାରେ ଓଡ଼ିଶାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ଭାବେ ପରିଚିତ ଶତାୟୁ ଗୋପୀନାଥ । ୮୫ ବର୍ଷୀୟ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ ।

  11. ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ଏହାଛଡ଼ା ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। IG ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ DSP ରାଙ୍କ ଅଧିକାରୀ ପାଇବେ ପଦକ।

  12. ଆସନ୍ତା ଫେବ୍ରୁଆରି ୩ ତାରିଖ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ।

  13. ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ, ୧୫ ଜଣ ପାଇବେ ସାହାସିକତା ପୁରସ୍କାର।

  14. ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗିନିର ନ୍ଯାସ୍ନାଲ ଟ୍ରାନଜିସନ କାଉନସିଲ ପ୍ରେସିଡେଣ୍ଟ ଡ.ଦମଶା କୋରୋମାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ ପୁରସ୍କାର ପ୍ରଦାନ

  15. କେନ୍ଦୁଝର:ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ, ୫୩୮ ସିମ୍ - ୧୮ଟି ମୋବାଇଲ ଜବତ।

  16. ସମ୍ବଲପୁର:ଡାକ୍ତରାଣୀଙ୍କ ମହାନତା; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ବାସଭବନ।ସହରର ଜଣେ ଜଣାଶୁଣା ଡାକ୍ତର ହେଉଛନ୍ତି ୮୭ ବର୍ଷୀୟ ନାରାୟଣୀ ପଣ୍ଡା ।

  17. ଚତୁର୍ଥ ଥର ପାଇଁ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର।

  18. ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା।

  19. ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, IIM ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସ୍ କରିବେ ଉଦ୍‌ଘାଟନ।

  20. କ୍ରିକେଟ:ପ୍ରଥମ ଦିନ ସମାପ୍ତ, ୟଶସ୍ଵୀ ଜେସୱାଲଙ୍କ ଅର୍ଦ୍ଧଶତକ ଏବଂ ଭାରତୀୟ ସ୍ପିନରଙ୍କ କମାଲ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.