• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ।

  2. ପାଷ୍ଟାଗ୍ ଇସ୍ୟୁ କରିପାରିବ ନାହିଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ । ଏ ନେଇ କଟକଣା ଜାରି କରିଛି ଭାରତୀୟ ରାଜପଥ ପରିଚାଳନା କମ୍ପାନୀ (ଆଇଏଚ୍ଏମସିଏଲ୍) ।

  3. ମରାଠା ସଂରକ୍ଷଣ ପ୍ରସଙ୍ଗରେ ଏକନାଥ ସିନ୍ଦେ ସରକାର ଦଳୀୟ କର୍ମୀମାନଙ୍କର ଦାବି ପୂରାକରିବାକୁ ସ୍ବୀକାର କରିଛନ୍ତି। ସିନ୍ଦେ ସରକାର କର୍ମକର୍ତ୍ତା ମନୋଜ ଜରାଙ୍ଗେଙ୍କ ଦାବି ପୂରା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

  4. ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଗାଜାରେ ଅସ୍ତ୍ରବିରତି ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ ମଧ୍ୟ କୌଣସି କ୍ଷୟକ୍ଷତିକୁ ରୋକିବା ପାଇଁ ପ୍ରୟାସ କରିବାକୁ ଇସ୍ରାଏଲକୁ କହିଛନ୍ତି। ଗାଜାରେ ଇସ୍ରାଏଲ ଉପରେ ଗଣହତ୍ୟା ଅଭିଯୋଗ ଆଣିଥିବା ମାମଲାକୁ ଖାରଜ କରାଯିବ ନାହିଁ ବୋଲି ଜାତିସଂଘର ସର୍ବୋଚ୍ଚ ଅଦାଲତ କହିଛନ୍ତି।

  5. ୭୫ତମ ଗଣତନ୍ତ୍ର ଦିବସ ପରେଡରେ ମହିଳା କେନ୍ଦ୍ରିକ ହୋଇଛି। ଚଳିତଥର ‘ବିକଶିତ ଭାରତ’ ଏବଂ ‘ଭାରତ-ମାତା ଗଣତନ୍ତ୍ର’ ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଏହି କ୍ରମରେ ଅନନ୍ତ ସୂତ୍ର ନାମକ ଏକ ବି‌ଶେଷ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରି ଦେଇଛି।

  6. ଆମେରିକାର ଆଲାବାମାରେ ଗୁରୁବାର ନାଇଟ୍ରୋଜେନ ଗ୍ୟାସ ଦେଇ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି | ଏକ ହତ୍ୟା ମାମଲାରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏଭଳି ମୃତ୍ୟୁଦଣ୍ଡ ଦେବାରେ ଏହା ହେଉଛି ପ୍ରଥମ ମାମଲା |

  7. ମୁମ୍ବାଇର ମହିମା ଜଙ୍କସନ ରେଲୱେ ଷ୍ଟେସନର ଲୋକାଲ ଟ୍ରେନ ଧାରଣାରେ ଲୋକେ ଖାଦ୍ୟ ପ୍ରସ୍ତୁତ କରିବା ସହିତ ଶୋଇ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି।

  8. ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବୀମା ସାନ୍ଦ୍ରତା ୪% ରହିଛି। ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ଥିବା ବେଳେ ସାଧାରଣ ବୀମା ସାନ୍ଦ୍ରତା ମାତ୍ର ୧ ପ୍ରତିଶତ ରହିଛି। ୨୦୪୭ ସୁଦ୍ଧା ସବୁ ଲୋକଙ୍କ ପାଖରେ ବୀମା ପହଞ୍ଚାଇବା ଲାଗି ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

  9. ଆମେ ଖାଉଥିବା ଚାଉଳ ଓ ଗହମରୁ ପୋଷକତତ୍ତ୍ବ ହ୍ରାସ ପାଇବାରେ ଲାଗିଛି। ଧାନ ଓ ଚାଉଳରେ ଜରୁରୀ ଉପାଦାନ ପ୍ରାୟ ୪୫%ପର୍ଯ୍ୟନ୍ତ ହ୍ରାସ ପାଇଛି। ସାଂଘାତିକ କଥା ହେଲା, ସେଥିରେ ବିଷାକ୍ତ ତତ୍ତ୍ବ ବୃଦ୍ଧି ପାଇଛି। ଗତ ୫ବର୍ଷ ମଧ୍ୟରେ ପୋଷକତତ୍ତ୍ବ ହ୍ରାସ ପାଇବା ହାର ଉଦ୍‌‌ବେଗଜନକ ଭାବେ ବୃଦ୍ଧି ପାଇଛି।

  10. କେନ୍ଦୁଝର ସହରର ବଣିଆପାଟ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍)ର ଆର୍ଥିକ ଅନୁଦାନରେ ନିର୍ମିତ ଏବଂ ପରିଚାଳିତ ଡିଏମ୍ଏଫ୍ ଅସ୍ମିତା-କର୍ମଜୀବୀ ମହିଳା ହଷ୍ଟେଲର ଉଦଘାଟନ ହୋଇଛି।

  11. ବିହାରର ରାଜନୀତି ୩୬୦ ଡିଗ୍ରୀ ଘୂର୍ଣ୍ଣନ କରୁଛି। ଆଗାମୀ ଦୁଇ ଦିନ ମଧ୍ୟରେ ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର ।

  12. ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ବହୁଛି ଥଣ୍ଡା ଶୁଷ୍କ ପବନ । ଏହାରି ପ୍ରଭାବରେ ଦୁଇଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

  13. ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି।

  14. ଜାନୁଆରୀ ୨୬ରୁ ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

  15. କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗାଙ୍ଗୋପାଧ୍ୟାୟଙ୍କ ସହକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ସ୍ବତଃ ଜ୍ଞାନ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ଶୁଣାଣି କରିବେ।

  16. ଗଣତନ୍ତ୍ର ଦିବସ ଅବସରରେ ଓଲା କମ୍ପାନୀ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଭାରତର ସ୍ବଦେଶୀ AI ’କୃତିମ’ ଲଞ୍ଚ କରିଛି।

  17. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ରେ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥରର ବଜେଟ ସମ୍ପୂର୍ଣ୍ଣ ଉପସ୍ଥାପନ ହେବ ନାହିଁ କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି।

  18. ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି।

  19. ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର କରିଥିବା ଚତୁର୍ଥ ବ୍ୟାଟର ହୋଇପାରିଛନ୍ତି। ସେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ଛାଡିଛନ୍ତି।

  20. ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ସବୁଠୁ ସଫଳ ଟେଷ୍ଟ୍‌ ବୋଲିଂ ଯୋଡ଼ି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‌ରେ ଏହି ଯୋଡ଼ି ଭାରତୀୟ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ୩-୩ ୱିକେଟ୍‌ ନେବା ସହ ମୋଟ ଉପରେ ୫୦୨* ୱିକେଟ୍‌ ଅକ୍ତିଆର କରିସାରିଲେଣି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.