• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ସଦ୍ୟତମ ଆକଳନ ଅନୁଯାୟୀ, ୨୦୨୨ରେ ଭାରତରେ ୧୪.୧ ଲକ୍ଷରୁ ଅଧିକ ନୂତନ କର୍କଟ ରୋଗୀ ଚିହ୍ନଟ ହେବା ସହ ବର୍ଷକରେ ୯.୧ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିଲା। ସ୍ତ୍ରୀଲୋକଙ୍କଠାରେ ସ୍ତନ କର୍କଟ ସବୁଠାରୁ ସାଧାରଣ ହୋଇଥିବା ବେଳେ ପୁରୁଷଙ୍କଠାରେ ମୁଖଗହ୍ବର ଓ ଫୁସଫୁସ କର୍କଟ ସବୁଠାରୁ ସାଧାରଣ ଥିଲା।

  2. ଗ୍ରାହକମାନେ ଯେଉଁଦିନ ଜିନିଷ କିଣିବା ବରାଦ ଦେବେ ସେହିଦିନ ମଧ୍ୟରାତ୍ରି ସୁଦ୍ଧା ତାହା ପାଇବେ। ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟ ଏହି ସେବା ଆରମ୍ଭ କରିଛି। ଭୁବନେଶ୍ବର ସମେତ ଦେଶର ୨୦ଟି ସହରରେ କମ୍ପାନି ଏହି ସେବା ଆରମ୍ଭ କରୁଛି ଯାହା ଦ୍ବାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ।

  3. ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି।

  4. ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବେଆଇନ ଭାବେ ପ୍ରାୟ ୮.୫ ଏକର ଜମି ହାତେଇଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାଞ୍ଚିସ୍ଥିତ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) କୋର୍ଟରେ ସୋରେନ୍‌ଙ୍କୁ ହାଜର କରିବା ସମୟରେ କହିଛି।

  5. ଥାନେ ପୁଲିସ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାନେ ଜିଲାର ଏକ ପୁଲିସ ଷ୍ଟେସନ ପରିସରରେ ସେ ଗୁଳି ଚଳାଇଥିଲେ ।

  6. ଓଡ଼ିଶା ହାଇକୋର୍ଟରେ ଜାନୁଆରି ୨୩,୨୦୨୪ ସୁଦ୍ଧା ୧,୪୫,୮୮୨ ମାମଲା ବିଚାରାଧୀନ ରହିଛି।

  7. କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟମନ୍ତ୍ରୀ ଭବନ ସହ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ଘରେ ପହଞ୍ଚିଥିଲା। ସିଏମ କେଜ୍ରିୱାଲ ଏବଂ ଆତିଶୀଙ୍କ ତରଫରୁ କେହି ପୁଲିସର ନୋଟିସକୁ ଗ୍ରହଣ କରିନଥିଲେ । ସୂଚନା ଅନୁସାରେ ପୁଲିସ ଆସିବା ସମୟରେ ଅତୀଶୀ ଏବଂ କେଜ୍ରିୱାଲ ଘରେ ଉପସ୍ଥିତ ନଥିଲେ । ଏଥିପାଇଁ ନୋଟିସ୍ ଗ୍ରହଣ କରାଯାଇନଥିଲା ।

  8. ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି)ର ନୂଆ ଆବାହକ ଭା‌‌ବେ ତୁଶି ମୋଟର୍ସର ଏମ୍‌ଡି ତଥା କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍‌ର ସହ ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ ଆବାହକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସ୍ବାତୀ କେଜରିୱାଲ୍‌ଙ୍କୁ ସହ ଆବାହକ ଭାବେ ନିଯୁକ୍ତ କରାଯାଇଛି।

  9. ତୁଳସୀ ପୀଠାଧିଶ୍ୱର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  10. ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

  11. ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା କମିଟି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି।

  12. ହିମାଚଳ ପ୍ରଦେଶର ସୋଲାନ ଜିଲାର ଏକ ପ୍ରସାଧନ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛିି। ୧୫-୨୦ ଶ୍ରମିକ ଏଠାରେ କାରଖାନାରେ ଫସି ରହିଥିବା କୁହାଯାଉଛି।

  13. ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯେତେ ବୁଝାଶୁଝା ପରେ ମଧ୍ୟ ପୁଅ ଅବାଟରେ ଯିବାରୁ ବାପା ୧୪ ବର୍ଷ ପୁଅଙ୍କୁ ଥଣ୍ଡା ପାନୀୟରେ ବିଷ ଦେଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।

  14. ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ ।

  15. ଇଡି ସ୍ବତନ୍ତ୍ର ଅଦାଲତକୁ କହିଛି ଯେ ସୋରେନ୍ ରାଞ୍ଚିରେ ୧୨ ଟି ସଂଲଗ୍ନ ପ୍ଲଟ୍ ଅଛି ଯାହା ସମୁଦାୟ ୮.୫ ଏକର ଅଟେ। ସୋରେନ୍ ଏଗୁଡିକର ଅବୈଧ ଅଧିକାରରେ ଅଛନ୍ତି ଏବଂ ସେଗୁଡିକୁ ବ୍ୟବହାର କରୁଛନ୍ତି ଏବଂ ସେ ମଧ୍ୟ ଏହି ସୂଚନାକୁ ଲୁଚାଇ ରଖିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.