• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ  ୨୧  ତାରିଖରେ ଖୋଲାଯିବ ଟେଣ୍ଡର ।

  2. ମହାକାଶ ବିଜ୍ଞାନ ଓ ଏହାର ଉଦୀୟମାନ ଧାରାରେ ଯୁବ ଛାତ୍ରଛାତ୍ରୀଙ୍କୁ ମହାକାଶ ପ୍ରଯୁକ୍ତିବିଦ୍ୟା, ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରୟୋଗ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ “ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ” – ୟୁଭିକା ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛି।

  3. ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ ୫ ହଜାର ଟଙ୍କା ବଢିଲା । ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରିଛନ୍ତି ।

  4. ‌‘ବାୟୁଶକ୍ତି-୨୦୨୪’ ସମରାଭ୍ୟାସରେ ଭାରତୀୟ ବାୟୁସେନାର ଅନ୍ୟ ଯୁଦ୍ଧବିମାନ ରାଫେଲ ନିଜର କ୍ଷମତାକୁ ଦେଖାଇଛି।

  5. ଆମେରିକା ସହ ବାଣିଜ୍ୟ ଲଢ଼େଇ ପରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଚୀନ୍‌ର ଲୋକମାନେ ନିଜର ଭାଗ୍ୟ ବଦଳାଇବା ପାଇଁ ଭଗବାନଙ୍କ ଶରଣରେ ପଶିବା ଆରମ୍ଭ କରିଛନ୍ତି। ସେମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ ମିନ୍ଦର ପରିଦର୍ଶନ କରି ପୂଜାର୍ଚ୍ଚନା ଓ ପ୍ରାର୍ଥନା କରୁଛନ୍ତି।

  6. ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ମିଶିବା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି।

  7. ଜୈନ ସମ୍ପ୍ରଦାୟର ଏବକାର ‘ମହାବୀର’ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରୀରେ ଛତିଶଗଡ଼ର ଡୋଙ୍ଗରାଗଡ଼ରେ ଦେହତ୍ୟାଗ କରିଛନ୍ତି।

  8. ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଖୁବ୍ ଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

  9. କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପଞ୍ଜାବର ପଟିଆଲା ସଙ୍ଗ୍ରୁର, ଫତେଗନ୍‌ ସାହିବ ଆଦି କେତେକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

  10. ଭାଜପା ସଭାପତି ଭାବେ ଜେପି ନଡା ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି।

  11. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିଲା । ସିଭିଲ୍‌ ଠକେଇ ତଥା ନାଗିରକ ଠକେଇ ମାମଲରେ ମୋଟା ଅଙ୍କର ଜରିମାନା ଦେବେ ଟ୍ରମ୍ପ। କୋର୍ଟ ତାଙ୍କ ଉପରେ ୩୫୫ ମିଲିଅନ ଡଲାର ଅର୍ଥାତ୍‌ ୩୫ କୋଟି ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।

  12. ଦରମାପ୍ରାପ୍ତ ବା ଚାକିରିଆ ସଦସ୍ୟଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ଗୃହିଣୀଙ୍କ ଭୁମିକା। ଏକ ଗାଡି ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାର ଶୁଣାଣି କରି ଗୃହିଣୀଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଗୃହିଣୀଙ୍କ ସମ୍ପର୍କରେ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

  13. ଆମେରିକା ଭାରତକୁ ୩୧ ଏମକ୍ୟୁ-୯ବି ସଶସ୍ତ୍ର ଡ୍ରୋନର ବିକ୍ରି ପାଇଁ ଗତ ସପ୍ତାହରେ ମଞ୍ଜୁରି ଦେଇଥିଲା । ଭାରତୀୟ ନୌସେନା ପ୍ରମୁଖ ଆଡମିରଲ ଆର୍ ହରି କୁମାର ରବିବାର ସୂଚନା ଦେଇଛନ୍ତି କି ଡ୍ରୋନ୍ କିଣିବା ପାଇଁ ରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ମଧ୍ୟ ମଞ୍ଜୁରି ଦେଇଦେଇଛି ।

  14. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକାଶ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି।

  15. ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ବଢୁଥିବା ମାମଲାର ବୋଝକୁ ହ୍ରାସ କରିବା ପାଇଁ ନିମ୍ନ ଅଦାଲତରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

  16. ଓଡିଶା ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଏସବୁ କଲେଜ।

  17. ଜାତୀୟ ସେବା ଯୋଜନାର ପ୍ରାୟ ୩୦୦ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳୀ ଓ ବିଶ୍ୱବିଦ୍ୟାଳୟ ବୁଲିବା ଆରମ୍ଭ କରିଛନ୍ତି। ଚାନ୍ଦିପୁର, ହରିଶଙ୍କର, ନୃସିଂହନାଥ, ମା ତାରିଣୀ ପୀଠ, କୋଣାର୍କ, ଫକୀର ମୋହନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନକୁ ଏମାନେ ଗସ୍ତ କରିବେ।

  18. ଭରତୀୟ ମହିଳା ବ୍ୟାଡମିଣ୍ଟନ ଟିମ ଇତିହାସ ରଚିଛି। ପ୍ରଥମଥର ପାଇଁ ଦଳ ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିୟନ ହୋଇଛି। ମ୍ୟାଲେସିୟାର ସେଲାନଗରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ଭାରତ ପ୍ରତିପକ୍ଷ ଥାଇଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଟ୍ରଫି କବଜା କରିଛି

  19. ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ବିଶ୍ୱ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଡବଲ ଟନ ହାସଲ କରି କେବଳ ଦଳକୁ ମ୍ୟାଚ୍‌ ଜିତାଇ ନାହାନ୍ତି ବରଂ ସମସ୍ତଙ୍କ ହୃଦୟ ମଧ୍ୟ ଜିତି ପାରିଛି।

  20. କେନ୍ଦ୍ର କହିଛି ଯେ ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଆଗକୁ ବି ରାତିର ତାପମାତ୍ରା ଆହୁରି ବଢ଼ିବ। ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.