-
ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
-
ରାଜ୍ୟସଭା ଲାଗି ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ।
-
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ।
-
ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ଵିତୀୟ ତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି।
-
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି ଯେ ହଲଦ୍ୱାନୀର ବନଭୁଲପୁରା ଅଞ୍ଚଳରେ ଜବରଦଖଲମୁକ୍ତ ଜମିରେ ଏକ ଥାନା ନିର୍ମାଣ କରାଯିବ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପେଟିଏମ୍ ପେମେଣ୍ଟବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ପାଇଁ କୌଣସି ସମ୍ଭାବନା ନାହିଁ।
-
ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି।
-
ପଶ୍ଚିମବଙ୍ଗ ବିଧାନସଭା ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକଙ୍କୁ ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବିତ କରାଯାଇଛି।
-
ନୀତୀଶ କୁମାର ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି । ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା । ବିପକ୍ଷରେ କୌଣସି ଭୋଟ ନ ପଡ଼ିବାର କାରଣ ହେଉଛି ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ।
-
ବିହାର ବିଧାନସଭାରେ ସୋମବାର ନୀତୀଶ ସରକାରଙ୍କ ଫ୍ଲୋର ଟେଷ୍ଟ ସମୟରେ ବିହାର ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି।
-
ମହାରାଷ୍ଟ୍ର ରାଜନୀତିରେ ବଡ଼ଧରଣର ହଲଚଲ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସର ହାତ ଛାଡିଛନ୍ତି ।
-
ଆମେରିକାର ମିଜୌରିରେ ଜଣେ ମାଆ ମାସକର ଛୁଆଝିଅକୁ ଖଟୁଳିରେ (କ୍ରିବ୍) ନ ଶୁଆଇ ଭୁଲ୍ରେ ‘ଓଭେନ୍’ରେ ଶୁଆଇ ଦେବାରୁ ତା’ର ମୃତ୍ୟୁ ଘଟିଛି ବୋଲି ‘ସ୍କାଏ ନିଉଜ୍’ ରିପୋର୍ଟ କରିଛି।
-
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍) ଅଧୀନରେ ସର୍ବନିମ୍ନ ପେନ୍ସନ୍ ରାଶିକୁ ଦ୍ବିଗୁଣିତ କରି ୨୦୦୦ ଟଙ୍କା କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।
-
ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।
-
ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ ଦିନ। ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି ।
-
ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ।
-
ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ନିଯୁକ୍ତି କରିବାର ପ୍ରଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଓକିଲ ମୋହନଲାଲ ଶର୍ମା। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।
-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଅଭିଯୋଗ କରିଛି ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଏବଂ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତରେ ତୀବ୍ର ଅସହଯୋଗ ପ୍ରଦର୍ଶନ କରୁଛନ୍ତି।
-
ଡିଜିଟାଲ ପେମେଣ୍ଟ୍ କ୍ଷେତ୍ରରେ ଭାରତରେ ବିପ୍ଳବ ଆଣିଥିବା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଏହାର ବିଶ୍ବସ୍ତରୀୟ ଯାତ୍ରା ଜାରି ରଖିଛି। ଫ୍ରାନ୍ସ ପରେ ଏହା ଶ୍ରୀଲଙ୍କା ଓ ମରିସସ୍ରେ ମଧ୍ୟ ଉପଲବ୍ଧ ହୋଇଛି। ମରିସସ୍ରେ ରୁପେ କାର୍ଡର ମଧ୍ୟ ପ୍ରଚଳନ କରାଯାଇଛି।
-
ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଓଡ଼ିଶାର ବେକାରି ହାର ୭.୧ ପ୍ରତିଶତ ରହିଛି। ତା’ର ପୂର୍ବ ତ୍ରୈମାସିକ ଅର୍ଥାତ ୨୦୨୩ ଜୁଲାଇ-ସେପ୍ଟେମ୍ବରରେ ବେକାରି ହାର ୫.୯ ପ୍ରତିଶତ ଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.