• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଓ ଅନ୍ୟାନ୍ୟ ଦାବି ନେଇ ‘ଦିଲ୍ଲୀ ଚଲୋ’ ଅଭିଯାନରେ ପଞ୍ଜାବରୁ ବାହାରିଥିବା ହଜାର ହଜାର ଚାଷୀ ହରିୟାଣା ସୀମା ଶମ୍ଭୁ ଛକରେ ପୁଲିସ ବାହିନୀ ସହ ମୁହାଁମୁହିଁ ହୋଇଛନ୍ତି।
  2. ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା।

  3. ବିଦେଶରେ ମଧ୍ୟ ଭାରତର ୟୁପିଆଇର ଜୟଯାତ୍ରା ଜାରି ରହିଛି। ଆଜି ( ମଙ୍ଗଳବାର) ୟୁଏଇରେ ଭାରତର ୟୁପିଆଇ ଓ ରୁପେ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ପୂର୍ବରୁ ଭାରତ ସମେତ ୬ଟି ଦେଶରେ ୟୁପିଆଇ ସେବା ପ୍ରଚଳିତ ଥିଲା।

  4. ୧୯୭୭ରୁ ୧୯୮୨ ମଧ୍ୟରେ ଡ୍ରାଇସ୍ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୧୭ରେ ସେ ଦଳରୁ ଇସ୍ତଫା ଦେଇଥିଲେ। ନେଦରଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ୍ ଏଗ୍ଟ ଏବଂ ତାଙ୍କ ପତ୍ନୀ ଇଉଜିନ୍ ପରସ୍ପର ସହିତ ପ୍ରାୟ ୭୦ ବର୍ଷ ବିତାଇବା ପରେ ବୟସାଧିକ୍ୟ ଯୋଗୁଁ ଉଭୟ ଇଚ୍ଛାମୃତ୍ୟୁ ମାଗିଥିଲେ ଏବଂ  ମୃତ୍ୟୁକୁ ଗ୍ରହଣ କରିଛନ୍ତି।

  5. ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଉପରେ ଲାଗିଥିବା ନିଲମ୍ବନକୁ ତୁରନ୍ତ ପ୍ରତ୍ୟାହାର କରିନେଇଛି।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ର ଘୋଷଣା କରିଛନ୍ତି । ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନାର ଘୋଷଣା ହୋଇଥିବାବେଳେ ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ |

  7. ଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୁଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା କାରଣରୁ ଐତିହାସିକ ଲାଲକିଲ୍ଲାକୁ ସାମୟିକ ଭାବେ ବନ୍ଦ କରାଯାଇଛି।

  8. ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିନା ପଦବୀରେ ମଧ୍ୟ ସେ ଦଳ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି।

  9. ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ଦୁଇ ପାଇଲଟ ଠିକ ସମୟରେ ବିମାନରୁ ସୁରକ୍ଷିତ ଭାବେ ଇଜେକ୍ଟ ହୋଇଥିଲେ। ଯୁଦ୍ଧ ବିମାନ ଟ୍ରେନିଂ ଜେଟ ଖସିଯାଇଥିବା କଲେଇକୁଣ୍ଡା ଅଞ୍ଚଳରେ କୌଣସି ଧନ ଜୀବନ ହାନି ହୋଇ ନାହିଁ।

  10. ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର । ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।

  11. ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର।

  12. ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ଘୋଷଣା ହୋଇଛି। ଛାତ୍ରୀଙ୍କୁ ମିଳିବ ବାର୍ଷିକ ୧୦ ହଜାର ଟଙ୍କା ସ୍କଲାରସିପ୍। ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ସ୍କଲାରସିପ୍ ମିଳିବ।

  13. ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଯେଉଁମାନେ ବେତନ ସୀମା ଅଧିକ ହେତୁ ଇଏସଆଇସି ଯୋଜନାରୁ ବଞ୍ଚିତ ହେଉଥିଲେ ବର୍ତ୍ତମାନ ସେହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ଚିକିତ୍ସା ସେବାର ଲାଭ ମିଳିବ।

  14. ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ। ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର। ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ।

  15. ବିହାର ହତ୍ୟା ମାମଲାରେ ସିପିଆଇ (ଏମଏଲ) ବିଧାୟକ ମନୋଜ ମଞ୍ଜିଲଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡ ପରେ ବର୍ତ୍ତମାନ ତାଙ୍କର ସଦସ୍ୟତା  ଯିବାର ଆଶଙ୍କା ରହିଛି। ସେ ୨୦୧୫ ରେ ଜେପି ସିଂ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଥିଲେ।

  16. କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ବୁଧବାର (ଫେବୃଆରୀ ୧୪) ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିବେ।

  17. ଜୁନରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ପରିଦର୍ଶନ କରିବେ ଏବଂ ସେଠାରେ ଥିବା ଛାତ୍ରମାନଙ୍କୁ ଭେଟିବେ।

  18. ପଶ୍ଚିମବଙ୍ଗର ସନ୍ଦେଶଖଲିରେ ୧୪୪ ଧାରା ଲାଗୁ କରିଥିବା ଆଦେଶକୁ କଲିକତା ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଜୟ ସେନଗୁପ୍ତା ତାଙ୍କ ନିର୍ଦ୍ଦେଶରେ ଏହି ଅଞ୍ଚଳରେ ଅଧିକ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  19. ଭାରତୀୟ ନୌସେନା ପାଇଁ ୧୧ଟି ଶକ୍ତି ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ବ୍ୟବସ୍ଥା ସହିତ ଆନୁସଙ୍ଗିକ ଉପକରଣ ଓ ଯନ୍ତ୍ର କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ହାଇଦ୍ରାବାଦର ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ମଧ୍ୟରେ ୨ ହଜାର ୨୬୯.୫୪ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି।

  20. ହ୍ବାଟ୍ସଆପ୍‌ରେ ଚାଟ୍‌ ଲକ୍‌ ନାମକ ଏକ ଫିଚର ଅଛି, ଯାହା ଆପଣଙ୍କ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ଚାଟ୍‌ ଲକ୍‌ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ବାରା ପାସ୍‌ୱର୍ଡ ଜାଣିଥିଲେ ମଧ୍ୟ କେହି ଆପଣଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ପଢିପାରିବେ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.