• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୁଇଦିନିଆ ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀ ଆବୁଧାବିରେ ପ୍ରଥମ ମନ୍ଦିର ଉଦଘାଟନ କରିଛନ୍ତି।

  2. ବିଜେପି ଆଉ ୭ ଜଣଙ୍କ ନାମ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଗୁଜରାଟରୁ ଏବଂ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଅଶୋକ ଚହ୍ବାନଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ବିଜେପି ତା’ର ସଦ୍ୟତମ ତାଲିକାରେ ଗୁଜରାଟରୁ ୪ ଜଣ ଏବଂ ମହାରାଷ୍ଟ୍ରରୁ ୩ ଜଣଙ୍କ ନାମ ଘୋଷଣା କରିଛି। ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମଧ୍ୟପ୍ରଦେଶରୁ ଏଲ୍ ମୁରୁଗାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ବିଜେପି ଘୋଷଣା କରିଛି।

  3. ବଲିଉଡ୍‌ ଅଭିନେତ୍ରୀ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ୫ମ ଥର ପାଇଁ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହେବାକୁ ଯାଉଛନ୍ତି।

  4. ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ଆସନ୍ତା କାଲି ଅର୍ଥାତ୍ ଫେବ୍ରୁଆରି ୧୫ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

  5. କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀ ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ି ଯାଇଛି। ବିଭିନ୍ନ ଦାବି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ଚାଷୀ ଦିଲ୍ଲୀରେ ପ୍ରବ‌େଶ ପାଇଁ ଉଦ୍ୟମ କରୁଛନ୍ତି।

  6. ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଜାନୁଆରି ୮ ତାରିଖରେ ଦେଇଥିବା ରାୟ ବିରୋଧରେ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ସମୀକ୍ଷା (ରିଭ୍ୟୁ) ପିଟିସନ୍‌ ଦାଖଲ କରିଛନ୍ତି। ଗୁଜୁରାଟ ସରକାର କହିଛନ୍ତି ଯେ ରାଜ୍ୟ ସମ୍ପର୍କରେ ରାୟରେ ଦିଆଯାଇଥିବା କିଛି ମନ୍ତବ୍ୟ ‘ଅତ୍ୟନ୍ତ ଅଯଥା’।

  7. ବେଆଇନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍‌ାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଆଉ ଏକ ସମନ ଜାରି କରିଛି।

  8. ଉନ୍ନତ ନ୍ୟାୟ ପ୍ରଶାସନ ସ୍ୱାର୍ଥଦୃଷ୍ଟିରୁ ଜଷ୍ଟିସ ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କୁ ତେଲେଙ୍ଗାନା ରାଜ୍ୟ ହାଇକୋର୍ଟକୁ, କେରଳ ରାଜ୍ୟରୁ ଜଷ୍ଟିସ ଅନୁ ଶିବରମଣଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ଏବଂ  ମଧ୍ୟପ୍ରଦେଶରୁ ଜଷ୍ଟିସ ସୁଜୟ ପାଲଙ୍କୁ ତେଲେଙ୍ଗାନା ହାଇକୋର୍ଟକୁ ବଦଳି କରିବାକୁ କଲେଜିୟମ ନିଷ୍ପତି ଗ୍ରହଣ କରିଛି।

  9. ତିରୁବନ୍ନାମଲାଇ ଜିଲ୍ଲାର ଜଭାଧୁ ହିଲର ଜଣେ ଆଦିବାସୀ ମହିଳା ବିଚାରପତି ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉକ୍ତ ଆଦିବାସୀ ମହିଳା ବିଚାରପତିଙ୍କ ନାମ ଶ୍ରୀପଥୀ ଓ ବୟ୍ରସ ୨୩ବର୍ଷ ବୋଲି ଜଣାପଡ଼ିଛି।

  10. ମଣିପୁରର ଇମ୍ଫାଲରେ ଚିଙ୍ଗାରେଲ ତେଜପୁରସ୍ଥିତ ପଞ୍ଚମ ଭାରତୀୟ ରିଜର୍ଭ ବାଟାଲିୟନ ପୋଷ୍ଟ ଉପରେ ଜନତାଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

  11. ବୁଧବାର ସକାଳେ ଇରାନରେ ହୋଇଥିବା ବିସ୍ଫୋରଣରେ ଏକ ପ୍ରାକୃତିକ ଗ୍ୟାସ ପାଇପଲାଇନ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି। ଜଣେ ଅଧିକାରୀ ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି।

  12. ଗତ ଫେବ୍ରୁଆରି ୧୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ସପ୍ତଦଶ ଲୋକସଭାର ସମଗ୍ର କାର୍ଯ୍ୟକାଳରେ ଅଭିନେତା-ରାଜନେତା ସନ୍ନି ଦେଓଲ ଓ ଶତ୍ରୁଘ୍ନ ସିହ୍ନାଙ୍କ ସମେତ ୯ ଜଣ ସାଂସଦ ଆଦୌ କିଛି କହି ନ ଥିଲେ।

  13. ଓଡିଶାର ଗୋପାଳପୁର ଶିଳ୍ପାଞ୍ଚଳରେ ଏସିଏମ୍‌ଇ କ୍ଲିନ୍‌ଟେକ୍ ସଲ୍ୟୁସନ୍ସ ଓ ଆଭାଡା ଗ୍ରିନ୍ ଏଚ୍‌୨ ପ୍ରାଇଭେଟ୍ ଲିମିଟେଡ୍ ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରିବେ। ଏସିଏମ୍‌ଇ ୨୭ ହଜାର କୋଟି ଟଙ୍କା ନିବେଶରେ ଏକ ୧.୧୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ।

  14. “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା । ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।।

  15. ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’।

  16. ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି । ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୁଲିସ।

  17. ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  18. ତେଲଙ୍ଗାନା ସରକାର ରାଜ୍ୟରେ ହୁକା ପାର୍ଲରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି।  ଏ ସମ୍ପର୍କିତ ବିଧେୟକ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।

  19. ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ଶ୍ରୀ ମୁଣ୍ଡା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ଜରିଆରେ ଆଲୋଚନା ଓ ସହଯୋଗର ବାତାବରଣ ସୃଷ୍ଟି କରିବାକୁ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି।

  20. ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ଓପ୍‌ନର ସ୍ମୃତି ମାନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବାମହାତି ଓପ୍‌ନର ମାନ୍ଧାନା ୨ଟି ସ୍ଥାନର ଉନ୍ନତି ଘଟାଇ ଅଷ୍ଟ୍ରେଲିଆର ଏଲିଜ୍‌ ପେରି ଓ ଦକ୍ଷିଣ ଆଫ୍ରିକାର ଲୌରା ୱଲ୍‌ଭାର୍ଟଙ୍କୁ ପଛରେ ପକାଇ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.