• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ନଗଦ ଚାନ୍ଦାର ବିକଳ୍ପ ଭାବରେ ୨୦୧୮ରେ ଦିଆଯାଇଥିବା ଇଲେକ୍ଟୋରାଲ (ନିର୍ବାଚନୀ) ବଣ୍ଡ୍‌ ସ୍କିମ୍‌କୁ ସୁପ୍ରିମ୍‌କୋର୍ଟ ରଦ୍ଦ କରିଛନ୍ତି।

  2. ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ୱାଗତ କରି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଟିଏସ୍ କୃଷ୍ଣମୂର୍ତ୍ତି ବିକଳ୍ପ ଭାବେ ‘ଜାତୀୟ ନିର୍ବାଚନ ପାଣ୍ଠି’ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। କୃଷ୍ଣମୂର୍ତ୍ତି କହିଛନ୍ତି, ମୁଁ ଏହି ରାୟ ସହ ସମ୍ପୂର୍ଣ୍ଣ ସହମତ, କାରଣ ମୁଁ ପୂର୍ବରୁ ମଧ୍ୟ ସାର୍ବଜନୀନ ଭାବେ କହିସାରିଛି ଯେ ଏହା ନିର୍ବାଚନ ପାଇଁ ପାଣ୍ଠି ଯୋଗାଣର ଉପଯୁକ୍ତ ପଦ୍ଧତି ନୁହେଁ।

  3. ଓଡ଼ିଶାରୁ ପୁଣିଥରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୨୦୧୯ରେ ବିଜେଡି ସମର୍ଥନରେ ଅଶ୍ବିନୀ ରାଜ୍ୟସଭାକୁ ଯାଇଥିଲେ। ଏଥର ବି ତାଙ୍କୁ ସମର୍ଥନ କରିବ ବୋଲି ବିଜେଡି ପ୍ରେସ୍ ରିଲିଜ୍ ଜରିଆରେ ଘୋଷଣା କରିଛି।

  4. ଘରୋଇ ମହାକାଶ ଗବେଷଣା କମ୍ପାନି ସ୍ପେସ୍‌-ଏକ୍ସ ନିଜର ବହୁ ପ୍ରତୀକ୍ଷିତ ଚନ୍ଦ୍ରର ଦକ୍ଷିଣ ମେରୁ ଅଭିଯାନରେ ଆଇଏମ୍‌-୧ ‘ନୋଭା-ସି ଲ୍ୟାଣ୍ଡର୍‌’କୁ ପଠାଇଛି। ପ୍ରାଥମିକ ପର୍ଯ୍ୟାୟ ଉଦ୍‌କ୍ଷେପଣ ସଠିକ୍‌ ରହିଥିବା ସ୍ପେସ୍‌-ଏକ୍ସର ମାଲିକ ଏଲନ ମସ୍କ ସୂଚନା ଦେଇଛନ୍ତି।

  5. କଂଗ୍ରେସ ସାଂସଦ ଧୀରଜ ସାହୁ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ସେଥିରେ ସେ ୧୫୦ କୋଟି ଟଙ୍କାର ଆୟ ଉପରେ ଟିକସ ପ୍ରଦାନ କରିଛନ୍ତି।

  6. ଏନ୍‌ସିପିର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଆଜି ପୁଣି ଝଟ୍‌କା ମିଳିଛି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ଘୋଷଣା କରିଛନ୍ତି।

  7. ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏକ ରାସାୟନିକ ରଙ୍ଗ କାରଖାନାରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।

  8. ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଦେବେଗୌଡ଼ାଙ୍କର ଆଜି ସକାଳେ ଶ୍ୱାସକ୍ରିୟା ଜନିତ ଅସୁସ୍ଥତା କାରଣରୁ ମଣିପାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

  9. ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ (ଏସ୍‌ବିଆଇ) ନିର୍ବାଚନ କମିଶନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

  10. ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ୬୦ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏଭଳି ପରିଣତ ବୟସରେ ଆନ୍ଥୋନୀ ତାଙ୍କ ଠାରୁ ବୟସରେ ୧୫ବର୍ଷ ସାନ ମହିଳାଙ୍କୁ ବିବାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି।

  11. ସାଧାରଣ ନିର୍ବାଚନ ପାଇଁ ତିନି ଦନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ତାଙ୍କ ଟିମ ଓଡ଼ିଶାରେ ପହଞ୍ଚିଛନ୍ତି । ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ।

  12. ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ପାଳୁଖୋଳା ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି।

  13. ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଜି ଉତ୍ସଗ୍ରୀକୃତ କରିଛନ୍ତି ।

  14. ଓଲିଉଡ୍‌ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି ।

  15. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ପରେ ଓଡ଼ିଶାରେ ଦେଶରେ ଅଧିକ ନିବେଶ ହୋଇଛି । ୨୦ ଲକ୍ଷ କୋଟି ନିବେଶ ଓଡ଼ିଶାରେ ହୋଇଛି ।

  16. ରାଜ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ଆଜି ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  17. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ ଚାଲିଛି ଚଢ଼ଉ ।

  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ହରିୟାଣାରେ ୨୬,୭୫୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ପ୍ରଦାନ କରିବେ।

  19. କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସେ ଫେବୃଆରୀ ୧୬ରେ ଚନ୍ଦୈଲିରେ ରାହୁଲଙ୍କ ସହ ଯାତ୍ରା କରୁଥିବା ଦେଖିବାକୁ ମିଳିବ।

  20. ରାଜକୋଟରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.