• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) କହିଛି ଯେ ଆଧାର ଡାଟାବେସ୍ ଅପଡେଟ୍ ରଖିବା ପାଇଁ ଆଧାର ନମ୍ବର ଥିବା ବ୍ୟକ୍ତିମାନଙ୍କୁ ସମୟ ସମୟରେ ସୂଚନା ଦିଆଯାଉଛି। କିନ୍ତୁ କୌଣସି ଆଧାର ନମ୍ବର ବାତିଲ କରାଯାଇନାହିଁ।

  2. ବିଜେପି ସାଂସଦ ସୁକାନ୍ତ ମଜୁମଦାରଙ୍କ ଅସଦାଚରଣ, ବର୍ବରତା ଏବଂ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଉପରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀମାନଙ୍କୁ ଲୋକସଭାର ସ୍ବାଧିକାର କମିଟି ଜାରି କରିଥିବା ନୋଟିସ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

  3. ଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଠାରେ ଘଟିଥିବା ଗଣଦୁଷ୍କର୍ମ, ହତ୍ୟା ଓ ଜମି ହଡ଼ପ ମାମଲାର ସିବିଆଇ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ହୋଇଥିବା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ଖାରଜ ‌କରିଦେଇଛନ୍ତି।

  4. ସରକାର ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ରବିବାର ବିଳମ୍ବିତ ରାତି ଯାଏ ହୋଇଥିବା ଚତୁର୍ଥ ପର୍ଯାୟ ଆଲୋଚନା ବିଫଳ ହୋଇଛି। ଫଳରେ ଦିଲ୍ଲୀ ସୀମାରେ ସୁରକ୍ଷା ବାହିନୀ ଓ ଚାଷୀ ସଂଗଠନ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି।

  5. ଆମ୍ବୁଲାନ୍‌ସ ଓ ଅଗ୍ନିଶମ ଗାଡ଼ିକୁ ଯିବାକୁ ଅନୁମତି ନ ଦେଇ ବାଟ ନଛାଡ଼ିଲେ ଚଳିତ ସପ୍ତାହରୁ ଟ୍ରାଫିକ ପୁଲିସ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରିବ ବୋଲି ନୂଆଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

  6. ଚଣ୍ଡିଗଡ଼ ମେୟର ନିର୍ବାଚନର ଭୋଟ ଗଣତିର ବ୍ୟାଲଟ୍‌ ପେପର ଓ ଭିଡିଓ ମଙ୍ଗଳବାର କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  7. ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଫାରୁକ୍‌ ଅବଦୁଲ୍ଲା ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଗୁପ୍ତ ବୈଠକ କରନ୍ତି ବୋଲି ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ଦାବି କରିଛନ୍ତି।

  8. ବୈଦେଶିକ ମୁଦ୍ରା ଉଲ୍ଲଂଘନ (ଫେମା) ମାମଲାରେ ଅନିୟମିତତା କରିଥିବା ଅଭିଯୋଗରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷକ୍ଷରୁ ଜାରି କରା ଯାଇଥିବା ସମନକୁ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ସୋମବାର ପ୍ରତ୍ୟାଖ୍ୟାନ କରିବା ସହ ଏଡ଼ାଇ ଯାଇଛନ୍ତି।

  9. ଅଯୋଧ୍ୟାର ରାମ ମନ୍ଦିର ଚିତ୍ର ଥିବା ସ୍ମାରକୀ ଡାକଟିକେଟ ସେଟ୍‌ ଏବଂ ପ୍ରଭୁ ରାମଙ୍କୁ ଉତ୍ସର୍ଗ କରାଯାଇଥିବା ଡାକଟିକେଟରେ ସଜ୍ଜିତ ଏକ ବହିର ଚାହିଦା ହାଇଦ୍ରାବାଦ ସହରରେ ଏତେ ବଢ଼ିଗଲା ଯେ, ରେକର୍ଡ ସମୟ ମଧ୍ୟରେ ସେ ସବୁ ବିକ୍ରି ହୋଇଗଲା

  10. ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟେଲିଭିଜନରେ ‘ଦେବୋଂ କେ ଦେବ ମହାଦେବ’ ସିରିଏଲରେ ସେ ପାର୍ବତୀ ଭୂମିକାରେ ନଜର ଆସିଥିଲେ । ୧୮ ଫେବୃଆରୀରେ ଅଭିନେତ୍ରୀ ଜଣକ ବ୍ୟବସାୟୀ ବିକାଶ ପର୍ଶରଙ୍କୁ ବିବାହ କରିଛନ୍ତି ।

  11. ଉତ୍ତରପ୍ରଦେଶ ଗସ୍ତରେ ଯାଇ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ବର୍ଷରେ କାମ ଶେଷ ହେବ ବୋଲି କୁହାଯାଇଛି । ଏଥିରେ ୧୦ଟି ଗର୍ଭଗୃହ ରହିବ, ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।

  12. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  13. କେଉଁ ଦେଶ ବିଶ୍ବର ଶ୍ରେଷ୍ଠ -୧୦ ଅର୍ଥନୀତି ତାଲିକାରେ ରହିଛନ୍ତି। ଏନେଇ ଏକ ତାଲିକା ଫୋର୍ବସ୍ ଦ୍ୱାରା ପ୍ରକାଶ ପାଇଛି। ଜିଡିପି ଆଧାରରେ ଦେଶର ୧୦ଟି ବଡ ଅର୍ଥନୀତି ବିଷୟରେ ସୂଚନା ଦିଆଯାଇଛି । IMF ଦ୍ବାରା ୭ ଫେବୃଆରୀ ୨୦୨୪ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା, ଚୀନ୍, ଜାପାନ, ଜର୍ମାନୀ ଏବଂ ଭାରତର ନାମ ଶ୍ରେଷ୍ଠ -୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

  14. ଐତିହାସିକ ବାରବାଟୀ ଷ୍ଟାଡିୟମ ନୂଆ ରୂପ ନେବ। ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ଆସନ୍ତା ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

  15. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି।

  16. ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୪ ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର ୫ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ହଜାର ୪୭ଟି ସେଣ୍ଟରରେ ମାଟ୍ରିକ ପରୀକ୍ଷା ଦେବେ।

  17. ଫେବୃଆରୀ ୨୦ରେ ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବାନିହାଲ-ଖଡି-ସୁମ୍ବଡ-ସଙ୍ଗଲଦାନ ସେକ୍ସନ (୪୮ କିଲୋମିଟର)ମଧ୍ୟରେ ନୂତନ ରେଳ ଲାଇନ ଏବଂ ବାରାମୁଳା-ଶ୍ରୀନଗର-ବନିହାଲ- ସଙ୍ଗଲଦାନ ସେକ୍ସନର ବିଦ୍ୟୁତିକରଣର ଲୋକାର୍ପଣ କରିବେ।

  18. ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୧୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ନିଜ ତାଲିକାରେ ଗାଜିପୁରରୁ ବିଏସପି ଏମ୍‌ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି

  19. ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ଦୁଇ ଦିନିଆ ଲିଖିତ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି। ପେପର ଲିକ, କପି ଏବଂ ଠକେଇ ମାମଲାରେ ଏହି ଗିରଫଦାରୀ କରାଯାଇଛି।

  20. ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାବେ ସିରିଜରେ ଭାରତୀୟ ଦଳ ୨-୧ରେ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.