• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନ ଘୋଷଣାର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜାଣିବାକୁ ମିଳିଛି।

  2. ନୂଆଦିଲ୍ଲୀରେ ପ୍ରଖ୍ୟାତ ଆଇନଜ୍ଞ ତଥା ସୁପ୍ରିମ୍‌ କୋର୍ଟର ବୟୋଜ୍ୟଷ୍ଠ ବରିଷ୍ଠ ଓକିଲ ଫଲୀ ଏସ୍‌. ନରୀମନ୍‌ଙ୍କର ୯୫ ବର୍ଷରେ ଦେହାନ୍ତ ହୋଇଯାଇଛି।

  3. ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି।

  4. ଚାଷୀ ଆନ୍ଦୋଳନ ନେଇ ପଂଜାବ-ହରିୟାଣା ସୀମାରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ପ୍ରତିକୂଳ ପରିବେଶ ପାଇଁ ୩ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ହେଲାଣି।

  5. ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଶିଖ୍ ସମ୍ପ୍ରଦାୟର ଜଣେ ଆଇପିଏସ୍ ଅଧିକାରୀଙ୍କୁ ‘ଖଲିସ୍ତାନୀ’ ବୋଲି କହିବାକୁ ନେଇ ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

  6. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗଗନଯାନ ଅଭିଯାନର ବିକାଶ ଦିଗରେ ଆଉ ଏକ ବଡ଼ ସଫଳତା ପାଇଛି। ଭାରତୀୟଙ୍କୁ ମହାକାଶକୁ ନେବା ପାଇଁ ଆବଶ୍ୟକ ଏକ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି।

  7. ଗତ ୧୮ ବର୍ଷ ଧରି ଦୁବାଇରେ ଜେଲ୍‌ଦଣ୍ଡ ଭୋଗୁଥିବା ତେଲେଙ୍ଗାନାର ୫ ଜଣ ଯୁବକ ଶେଷରେ ମୁକ୍ତି ପାଇ ଦେଶକୁ ଫେରିବା ପରେ ବୁଧବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପରିବାରଗୁଡ଼ିକର ଏକ ଭାବପ୍ରବଣ ପୁନର୍ମିଳନ ଘଟିଥିଲା।

  8. ଓଡିଶା ରାଜ୍ୟରେ ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।

  9. ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀ ବିବାହ ବନ୍ଧନରେ ବାନ୍ଧିହେଲେ ।

  10. ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଜୋରନ୍ଦା ମେଳା  ପାଳିତ ହେବ ।

  11. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

  12. ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଆଗାମୀ ମାସରେ ଚାଟଜିପିଟି ଭଳି ଏଆଇ ଚାଟବୋଟ୍ ‘ହନୁମାନ’ ଆଣିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଏଥିପାଇଁ ୮ ବିଶ୍ବବିଦ୍ୟାଳୟ ସହିତ ମିଶି କାମ କରୁଛି ଯାହାକୁ ‘ଭାରତ ଜିପିଟି ଗ୍ରୁପ୍’ ନାଁ ଦିଆଯାଇଛି ।

  13. ବାରବାଟୀ ଷ୍ଟାଡିୟମ୍‍ ସମୂର୍ଣ୍ଣ ଭଙ୍ଗାଯାଇ ନୂଆ କରି ତିଆରି ହେବ । ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକ ବଶିବାର କ୍ଷମତା ରହିବ। ବର୍ତ୍ତମାନ ଷ୍ଟାଡିୟମରେ ୪୨ହଜାର ଦର୍ଶକଙ୍କ କ୍ଷମତା ଥିବା ବେଳେ ଏହାକୁ ବଢାଯାଇ ୬୦ହଜାର ଦର୍ଶକ ବାସିବା ଭଳି ବ୍ୟବସ୍ଥା କରାଯିବ।

  14. ଆଇଆରସିଟିସି ରେଳଯାତ୍ରୀଙ୍କୁ ବଡ ଅଫର ଦେଉଛି। ବର୍ତ୍ତମାନ୍ ରେଳଯାତ୍ରୀଙ୍କୁ ନିଶ୍ଚିତ ଟିକେଟ୍ ପାଇବା ପରେ ହିଁ ଟଙ୍କା ଦେବାକୁ ପଡିବ । ଏଥିସହ ଟିକେଟ୍ ବାତିଲ୍ କଲେ ତୁରନ୍ତ ଟଙ୍କା ଫେରସ୍ତ ମିଳିପାରିବ। ଆଇଆରସିଟିସିର ୱେସାଇଟ୍ ଏବଂ ଆପ୍‌ରେ ଏକ ସୁବିଧା ରହିଛି।

  15. କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆଖୁର ଉଚିତ ତଥା ପାରିଶ୍ରମିକ(FRP)ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ରୁ ୩୪୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି।

  16. ଭାରତରେ ବର୍ତ୍ତମାନ ଜନସଂଖ୍ୟାର ୬୫ ପ୍ରତିଶତ ୩୫ ବର୍ଷରୁ କମ। ଭାରତରେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଜନସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଅଟେ, ଯାହା ପ୍ରାୟ ୧୦୪ ନିୟୁତ ଅର୍ଥାତ୍‌ ୧୦.୦୪ କୋଟି ଅଟେ।

  17. ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି।

  18. ରାଜ୍ୟ ସଭାର ୫୬ ଟି ଆସନ ମଧ୍ୟରୁ ୪୧ ଟି ଆସନରେ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୨୦ଜଣ ପ୍ରାର୍ଥୀ ଭାଜପାର ଅଛନ୍ତି।

  19. ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍‌ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ପରବର୍ତ୍ତୀ ଏକାଡେମିକ ଅଧିବେଶନ ଯଥା ୨୦୨୫-୨୬ରୁ ଛାତ୍ରୀଛାତ୍ରମାନେ ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବେ।

  20. ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଓ୍ବେବ୍‌ ଲିଙ୍କ୍‌କୁ କେନ୍ଦ୍ର ସରକାର ସାମୟିକ ଭାବେ ବ୍ଲକ୍‌ କରିଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.