• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ପାଗଳ’ ‌ କହି ଭର୍ତ୍ସନା କରିଛନ୍ତି।

  2. କିରୁ ଜଳବିଦ୍ୟୁତ୍ ପ୍ରକଳ୍ପ ଦୁର୍ନୀତି ମାମଲାରେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ଜଡ଼ିତ ୩୦ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରାୟ ୧୦୦ ଜଣ ଅଧିକାରୀ ଏକାଧିକ ସହରର ୩୦ଟି ସ୍ଥାନରେ ଚଢ଼ଉ କରିଥିଲେ।

  3.  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ହୃଦଘାତରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି ।

  4. ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଏକାସାଙ୍ଗେ ଅନେକ ଫିଚର ଆଣିଛି ହ୍ବାଟ୍ସଆପ୍‌, ଯାହା ମେସେଜ୍‌ ଏଡିଟିଙ୍ଗ୍‌ ପାଇଁ ଉପଲବ୍ଧ। ହ୍ବାଟ୍ସଆପ୍ ଏକାସାଙ୍ଗରେ ଚାରୋଟି ଟେକ୍ସଟ୍ ଫର୍ମାଟିଂ ଟୁଲ୍‌ ଆଣିଛି। ଏଥିରେ ବୁଲେଟ୍, ନମ୍ବର, ବ୍ଲକ୍ ଏବଂ ଇନଲାଇନ ସାମିଲ ଅଛି।

  5. ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସକୁ କେତେକ ଆକାଉଣ୍ଟ ଓ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ଏକ୍ସ କର୍ତ୍ତୃପକ୍ଷ ଏଥି ସହ ସହମତ ନୁହନ୍ତି ଏବଂ ଅଭିବ୍ୟକ୍ତି ସ୍ୱାଧୀନତା ଆଧାରରେ ଏହି ପୋଷ୍ଟଗୁଡ଼ିକୁ ଅଟକାଇବା ଉଚିତ ନୁହେଁ ବୋଲି ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସଂସ୍ଥା କହିଛି।

  6. ମେଇତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଗତ ବର୍ଷ ଦିଆଯାଇଥିବା ରାୟର ଏକ ପାରାକୁ ହଟାଇବାକୁ ମଣିପୁର ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।

  7. ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଆସନ୍ତା ୨୬ ତାରିଖରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ଓ ମାର୍ଚ୍ଚ ୧୪ରେ ଦିଲ୍ଲୀର ରାମଲୀଳା ମୈଦାନରେ କୃଷକମାନଙ୍କ ମହାପଞ୍ଚାୟତ ହେବ ।

  8. ୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ।

  9. ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି।

  10. ଓଡ଼ିଶାର ୨୫୦ରୁ ଅଧିକ ସହରରେ ଜିଓ ଏୟାର ଫାଇବର ଉପଲବ୍ଧ ହେଲା ।

  11. ଶିକ୍ଷା ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍‌ଇରେ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅଧ୍ୟୟନ କେବଳ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୨୨ ଟି ଭାରତୀୟ ଭାଷାରେ ଅଧ୍ୟୟନ କରାଯାଇପାରେ।

  12. ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ଗୁରୁବାର ତାଙ୍କର ନୂତନ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମୌର୍ଯ୍ୟ ତାଙ୍କ ନୂଆ ଦଳର ନାମ ରଖିଛନ୍ତି ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’।

  13. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି।

  14. ଚଳିତ ମାସରେ ୧୬ତମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ଶେଷ ସପ୍ତାହରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିବେ।

  15. ମନ୍ଦିରମାନଙ୍କ ଉପରେ ଟ୍ୟାକ୍ସ ଲଗାଇବେ କଂଗ୍ରେସ ସରକାର। ଏଣିକି ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ମନ୍ଦିର ଟିକସ ଦେବେ । ମନ୍ଦିର ଠାରୁ ୧୦ ପ୍ରତିଶତ ଟିକସ ଆଦାୟ କରିବାକୁ ଯାଉଛନ୍ତି ସିଦ୍ଧରମୈୟା ସରକାର ।

  16. ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି ।

  17. ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

  18. ଉଚ୍ଚ ବିଦ୍ୟାଳୟରେ ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ସହାୟକ ପୁସ୍ତିକା ପ୍ରସ୍ତୁତ କରି ପ୍ରଥମ ପର୍ଯ୍ୟାୟରେ ରାଜ୍ୟସ୍ତରରେ ୧୨୫୬ ଜଣ ଶିକ୍ଷକଙ୍କୁ ଅପ୍ରେଲ ଶେଷ ସପ୍ତାହରୁ ପ୍ରଶିକ୍ଷଣ ଦିଆଯିବ।

  19. ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ଜୁନିୟର କଲେଜ ଓ ମାଧ୍ୟମିକ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଦରମା ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

  20. ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଦ୍ୱାରା ରାଜଧାନୀ ଭୁବନେଶ୍ୱରର ଗାଡ଼କଣ ମୌଜାଠାରେ ସୁଲଭ ମୂଲ୍ୟରେ ଗୃହନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପରେ ମୋଟ ୩୫୧ଟି ଗୃହ ନିର୍ମାଣ ପାଇଁ ଯୋଜନା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.