• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ଗାଜାପଟିରେ ଇସ୍ରାଏଲର ବିମାନ ଆକ୍ରମଣରେ ଅତି କମ୍‌ରେ ୪୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସରକାରଙ୍କ ମିଡିଆ କାର୍ଯ୍ୟାଳୟ ଏକ ପ୍ରେସ୍ ବିବୃତିରେ ଏହା କହିଛି।

  2. ଆସାମରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ ୧୯୩୦କୁ ରଦ୍ଦ କରାଯାଇଛି। ଶୁକ୍ରବାର (୨୪ ଫେବୃଆରୀ) ରାତିରେ ଏହି ଆଇନକୁ ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  3. ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ପ୍ରଥମ ଥର ବିଧାୟିକା ହୋଇଥିବା ୩୭ ବର୍ଷୀୟା ମହିଳା ଲସ୍ୟା ନନ୍ଦିତାଙ୍କର ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

  4.  ଆପ୍‌ ଦିଲ୍ଲୀର ୭ ଲୋକସଭା ଆସନରୁ ୪ଟିରେ ଲଢ଼ିବ ଏବଂ ଅନ୍ୟ ୩ଟିରେ କଂଗ୍ରେସ ଲଢ଼ିବ।

  5. ‘ଦିଲ୍ଲୀ ଚଲୋ’ ବିକ୍ଷୋଭ-ଶୋଭାଯାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଚାଷୀଙ୍କ ସମ୍ପତ୍ତି ଜବତ କରିବା ପାଇଁ ହରିୟାଣା ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।

  6. ଚୀନର ଦକ୍ଷିଣ-ପୂର୍ବ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଡ୍ୟାମ୍ ନିର୍ମାଣକୁ ବିରୋଧ କରି ଚାଲିଥିବା ବିକ୍ଷୋଭକୁ ଦମନ କରିବା ପାଇଁ ସୁରକ୍ଷା କର୍ମୀମାନେ ବୌଦ୍ଧ ଭିକ୍ଷୁଙ୍କ ସମେତ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି।

  7. ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ନିର୍ବାଚନ କମିସନ ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

  8. ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ଏହି ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି। ଫେବ୍ରୂଆରି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି।

  9. ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍‌ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍‌ ଚୋରି କରିଛନ୍ତି।

  10. ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି।

  11. ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ । ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  12. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ୧୯୯୦ରେ ଜିତିଥିବା ୧୨୩ ବିଧାନସଭା ଆସନର ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି ବିଜେଡି । ଅର୍ଥାତ ୨୦୨୪ ନିର୍ବାଚନରେ ବିଜେଡି ୧୨୮ ଆସନରେ ଜିତିବାକୁ ଯାଉଛି । ଏମିତି କହୁଛି ପ୍ରାକ୍ ନିର୍ବାଚନୀ ଜାତୀୟ ସର୍ଭେ ।

  13. ଓଡ଼ିଶାରେ ୨୨-୨୩ରେ ୨୫୨୫  ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ସେହିଭଳି ଗତ ୪ ବର୍ଷରେ ୪ ହଜାର ଡାକ୍ତର , ୯ ହଜାର ନର୍ସ ନିଯୁକ୍ତି ହୋଇଛନ୍ତି। ଏମିତି କି ଓଡ଼ିଆ ମିଡିୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରି ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।

  14. କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା । ଏନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସମସ୍ତ ଭତ୍ତା ବିଏମସି ପ୍ରଦାନ କରିବ ।

  15. ସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  16. ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୮ଟି ଆସନ ମିଳିବ। ସେହିପରି ବିଜେପିକୁ ମାତ୍ର ୨ଟି ଏବଂ ପୂର୍ବପରି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଦେଶର ଅଗ୍ରଣୀ ଗଣମାଧ୍ୟମ ଜନହିତ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍‌‌ ନିର୍ବାଚନୀ ସର୍ଭେରେ ଏହା ପ୍ରକାଶ ପାଇଛି।

  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ର ରାୟଗଡ଼ଠାରେ ଜାତୀୟ ତାପଜ ଶକ୍ତି ନିଗମ, ଏନଟିପିସିର ୧୬୦୦ ମେଗାୱାଟ ବିଶିଷ୍ଟ ଲାରା ସୁପର ଥର୍ମାଲ ପାୱାର ଷ୍ଟେସନର ପ୍ରଥମ ପର୍ଯ୍ୟାୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ।

  18. ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀ ସରକାରଙ୍କ ଆର୍ଥିକ ସ୍ଥିତି ସମ୍ପର୍କିତ ନିୟନ୍ତ୍ରକ ଓ ଅଡିଟର ଜେନେରାଲ, ସିଏଜିଙ୍କ ୫ଟି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାକୁ କହିଛନ୍ତି।

  19. ଦୈନିକ ‘ସମାଜ’ର ନୂତନ ପ୍ରକାଶକ ଓ ମୁଦ୍ରାକର ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

  20. ପଞ୍ଜାବ-ହରିୟାଣା ସୀମାରେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଯୁବ କୃଷକ ଶୁଭକରନ ସିଂହଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ମୃତ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.