• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚ ଟି ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜ ର କରଞ୍ଜିଆ ବଲାଙ୍ଗିର ର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି।

  2. କ୍ୟାପିଟାଲ୍‌‌ ରିଜିଅନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌) ବସ୍‌‌ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍‌‌ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ।

  3. କର୍ଣ୍ଣାଟକର କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଏକ ଝଟକା ଲାଗିଛି। ରାଜ୍ୟ ବିଧାନ ପରିଷଦରେ ଏକ କୋଟିରୁ ଅଧିକ ରାଜସ୍ୱ ଥିବା ମନ୍ଦିରର ଆୟ ଉପରେ ୧୦ ପ୍ରତିଶତ ଟିକସକୁ ବାଧ୍ୟତାମୂଳକ କରୁଥିବା ବିଲ୍ ଗୃହୀତ ହୋଇପାରିନି।

  4. ଉତ୍ତରାଖଣ୍ଡର ହଲଦ୍ୱାନିରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ ମଲିକଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

  5. ଲଗାତାର ୭ ଦିନ ଧରି ପାକିସ୍ତାନରେ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ର ବ୍ୟବହାର ଉପରେ କଟକଣା ଜାରି ରହିଛି | ଫେବୃଆରୀ ୧୭ ଠାରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ।

  6. ହରିୟାଣାର ରୋହତକର ଏକ ଅଦାଲତ ୨୦୨୧ ଫେବ୍ରୁଆରିରେ ଜଣେ ୪ ବର୍ଷର ବାଳକଙ୍କ ସମେତ ୬ ଜଣଙ୍କୁ ହତ୍ୟା ଅଭିଯୋଗରେ ଜଣେ ପୂର୍ବତନ କୁସ୍ତି ପ୍ରଶିକ୍ଷକଙ୍କୁ ଶୁକ୍ରବାର ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି।

  7. ପଶ୍ଚିମବଙ୍ଗରେ ଟିଏମସି କଂଗ୍ରେସ ପାଇଁ ୫ଟି -ଦାର୍ଜିଲିଂ, ରାୟଗଞ୍ଜ, ଦକ୍ଷିଣ ମାଲଦା, ବାହାରମପୁର ଓ ପୁରୁଲିଆ ଭଳି ଆସନ କଂଗ୍ରେସକୁ ଦେବାକୁ ଟିଏମସି ରାଜି ହୋଇଛି।

  8. ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ ପ୍ରଚଳିତ ଆଇନ ବଦ‌ଳରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ।

  9. ମୋବାଇଲ୍‌ ଫୋନ୍ ଲୋକମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଥିବା ବେଳେ ଓଡ଼ିଶା ଭଳି ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ଭିତରୁ ପାଖାପାଖି ୭୬ ଜଣଙ୍କ ପାଖରେ ଏହି ସୁବିଧା ରହିଛି।

  10. ନିଜ କଷ୍ଟ ଉପାର୍ଜିତ ଧନକୁ ଅଳ୍ପ ସୁଧ ମିଳୁଥିବା ବ୍ୟାଙ୍କ ଜମାରେ ପକାଇ ରଖିବାକୁ ଲୋକମାନେ ଆଉ ଚାହୁନାହାନ୍ତି। ଅଧିକ ରିଟର୍ଣ୍ଣ ଆଶାରେ ସେମାନେ ଷ୍ଟକ୍ ବଜାର ଓ ମ୍ୟୁଚୁଆଲ ଫଣ୍ଡ୍‌ ସ୍କିମ୍‌ରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି।

  11. ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଟ୍ରାକ୍ଟର ଓଲଟି ୭ ଶିଶୁ ସହ ୧୫ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି।

  12. ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ହାରାହାରି ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୨୨-୨୩ ରେ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି।

  13. ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ୧୬ ତମ ଅର୍ଥ ଆୟୋଗର ଚେୟାରମ୍ୟାନ୍ ଅରବିନ୍ଦ ପାନଗାରିଆ କହିଛନ୍ତି ଯେ ବେକାରୀ ଦେଶର ସମସ୍ୟା ନୁହେଁ। ବର୍ତ୍ତମାନ ଭାରତ ବେକାରି ସମସ୍ୟା ସହ ସଂଘର୍ଷ କରୁଛି।

  14. ଉତ୍ତରପ୍ରଦେଶ ସରକାର ଶନିବାର ରାଜ୍ୟର ବିଭିନ୍ନ ଜିଲାରେ ଫେବୃଆରୀ ୧୭ ଏବଂ ୧୮ରେ ଅନୁଷ୍ଠିତ ହୋଇଥିବା ପୋଲିସ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ୬ମାସ ମଧ୍ୟରେ ପୁନର୍ବାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  15. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧ ଟି ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି (ପିଏସିଏସ) ରେ ପରିଚାଳିତ ହେଉଛି।

  16. ମୟୂରଭଞ୍ଜ ଜିଲ୍ଲାର ସିଟି ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ ସଫଳତା ମିଳିଛି । ୩ହଜାର ବୋତଲ ବେଆଇନ କଫ୍ ସିରଫ ଜବତ ହୋଇଛି ।

  17. ଖଣ୍ଡଗିରି କୁମ୍ଭମେଳା ସରିଲା । ଖଣ୍ଡଗିରି ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ।

  18. ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୨୬ଲକ୍ଷ ଟଙ୍କାର ୧୩ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି ।

  19. ଭୁବନେଶ୍ୱର ମହାନଗର ନିଗମ କମିଶନର ବଦଳିଲେ । ରାଜେଶ ପ୍ରଭାକର ପାଟିଲ ହେଲେ ବିଏମ୍‌ସି କମିଶନର । ୨୦୦୫ ବ୍ୟାଚ୍‌ର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ ।

  20. ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.