• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ଗତକାଲି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ ରେ ପହଞ୍ଚିଲା। ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ।

  2. ବ୍ରିଟେନ୍‌ର ରାଣୀ ସ୍ବର୍ଗତଃ ଏଲିଜାବେଥ୍‌ ଦ୍ବିତୀୟଙ୍କ ଏକ ରେଞ୍ଜ ରୋଭର କାର୍‌କୁ ପୁନାୱାଲା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ୟୋହାନ୍ ପୁନାୱାଲା କିଣିଛନ୍ତି। ନିଲାମ ଜରିଆରେ‌ ସେହି ରେଞ୍ଜ ରୋଭର ବିକ୍ରି ଲାଗି ଉପଲବ୍ଧ ହୋଇଥିଲା। କାର୍‌ର ନିଲାମ ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ଥିଲା।

  3. ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ହରିୟାଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ରବିବାର ବାହାଦୁରଗଡ଼ରେ ଗୁଳିକରି ହତ୍ୟା କରାଯାଇଛି। 

  4. ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲି ଅଞ୍ଚଳକୁ ଯାଉଥିବା ସ୍ବାଧୀନ ତଥ୍ୟ ଅନୁସନ୍ଧାନ କମିଟିର ୬ ଜଣ ସଦସ୍ୟଙ୍କୁ ପୁଲିସ ଅଟକାଇଛି। ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏଲ୍ ନରସିଂହ ରେଡ୍ଡୀଙ୍କ ନେତୃତ୍ୱରେ ଗଠିତ ଟିମ୍‌କୁ ପୁଲିସ ବଳପୂର୍ବକ ଅଟକାଇବାରୁ ସେମାନେ ଏହାର ପ୍ରତିବାଦରେ ରାସ୍ତାରେ ବସିଥିଲେ।

  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଓଖା ମୁଖ୍ୟଭୂମି ଏବଂ ଭେଟ ଦ୍ୱାରକା ଦ୍ୱୀପକୁ ସଂଯୋଗ କରୁଥିବା ଦେଶର ସବୁଠାରୁ ଲମ୍ବା କେବୁଲ୍ ଆଧାରିତ ‘ସୁଦର୍ଶନ ସେତୁ’ ଉଦ୍‌ଘାଟନ କରିଛନ୍ତି। ପାଖାପାଖି ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଦର୍ଶନ ସେତୁ ‘ଓଖା-ଭେଟ ଦ୍ୱାରକା ସିଗ୍ନେଚର ବ୍ରିଜ୍ ନାମ’ରେ ମଧ୍ୟ ଜଣାଶୁଣା।

  6. ଆସନ୍ତା ମାସରେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନିର୍ବାଚନ ପୂର୍ବ ଶେଷ ମନ୍‌ କୀ ବାତ୍‌ରେ ଉଦ୍‌ବୋଧନ ଦେଇଛନ୍ତି

  7. ନିଜ ଦଳ ରିପବ୍ଲିକାନ୍‌ ପାର୍ଟିର ଆଭ୍ୟନ୍ତରୀଣ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲିଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପରାଜିତ କରିଛନ୍ତି।

  8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୨୬ ତାରିଖ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

  9. ବିନା ଚାଳକରେ ‌ଏକ ମାଲବାହୀ ଟ୍ରେନ୍‌ ରେଳ ଧାରଣାରେ ୮୦ କିମି ଦୂର ଗଡ଼ିଚାଲିଲା।ଜମ୍ମୁ ଓ କଶ୍ମୀରରୁ ପଞ୍ଜାବ ଯାଉଥିବା ୫୩ ୱାଗନ ବିଶିଷ୍ଟ ଏକ ପଣ୍ୟବାହୀ ଟ୍ରେନ୍‌ କଠୁଆ ଷ୍ଟେସନ୍ ଠାରେ ଅଟକିଥିଲା। ଟ୍ରେନ୍‌ରେ ଚାଳକ ପରିବର୍ତନ ପାଇଁ ଟ୍ରେନ୍‌ଟି ଅଟକାଯାଇଥିଲା। ତେବେ ଚାଳକ ଆସି ଟ୍ରେନ୍‌ର ଇଂଜିନର ଦାୟିତ୍ବ ସମ୍ଭାଳିବା ପୂର୍ବରୁ ପ୍ରାକୃତିକ ଗଡ଼ାଣି (ସ୍ଲୋପ୍‌) ଯୋଗୁଁ ଟ୍ରେନ୍‌ଟି ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। ଶେଷରେ ଉଞ୍ଚିବାସୀ ନିକଟରେ ପ୍ରାକୃତିକ ଭାବେ ରେଳପଥର ଗଡ଼ାଣି ହ୍ରାସ ପାଇ ଉଠାଣି ବୃଦ୍ଧିପାଇଥାଏ। ଏହି ଉଠାଣିରେ କାଠ ଦ୍ବାରା ଅବରୋଧ କରିବାରୁ ଟ୍ରେନ୍‌ଟି ଅଟକି ଯାଇଥିଲା।

  10. ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସ୍‌‌ଏସ୍‌‌ବି ଅଧ୍ୟାପକ। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍‌‌ ହଲ୍‌‌ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ।

  11. ବାଲୁକା ଶିଳ୍ପୀ ଓମ୍‌‌ ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ‘ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି’ ଶୀର୍ଷକ ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା ଲଣ୍ଡନ ବୁକ୍‌‌ ଅଫ୍‌‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

  12. ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତତ୍କାଳୀନ ଚୌହାନ ରାଜା ଛତ୍ର ସାଏଙ୍କ ସମୟରେ ଭବ୍ୟ ରାଜପ୍ରସାଦରାଜାବଖର ନିର୍ମାଣ କରାଯାଇଥିଲା। ଦୋମହଲା ବିଶିଷ୍ଟ ଏହି କୋଠାରେ ୪୦ଟି କୋଠରୀ ରହିଛି। ହଜାରିବାଗ ଜେଲରୁ ମୁକୁଳିବା ପରେ ୧୮୫୭ରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରକୁ ୧୫ଶହ ଅନୁଗାମୀଙ୍କ ସହ ଆସି ଏହି ରାଜ ପ୍ରାସାଦକୁ ପ୍ରବେଶ କରିଥିଲେ।

  13. ବିଏସପି ଛାଡ଼ିବା ପରେ ବିଜେପିରେ ସାମିଲ ହୋଇଛନ୍ତି ରିତେଶ ପାଣ୍ଡେ।

  14. ୨୯ରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ଦୁଇଟି କୃଷକ ସଂଗଠନ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଏବଂ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ କୁହାଯାଇଛି।

  15. ସରକାର କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଚଳିତ ବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଏ ନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

  16. ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ ୧୨୨ ଡାକ୍ତରୀ ଛାତ୍ର, ଏମବିବିଏସରେ ୬୪ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୮ ଜଣ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ପ୍ରାୟ ୧,୨୭୦ ଛାତ୍ରୀଛାତ୍ର ଅଧାରୁ ପାଠପଢା ଛାଡିଛନ୍ତି। ଏହି ତଥ୍ୟ ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ପକ୍ଷରୁ ଏକ ଆରଟିଆଇର ଜବାବରେ ମିଳିଛି।

  17. ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି।

  18. ଦେବାଶିଷ ନାୟକ ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

  19. ଓଡ଼ିଶାର ସମ୍ପତ୍ତି ବାରବାଟୀ ଷ୍ଟାଡିୟମକୁ ଉନ୍ନତମାନର କରାଯିବ, ଆଗାମୀ ୫୦ ବର୍ଷକୁ ଲକ୍ଷ୍ୟରେ ରଖି ଷ୍ଟାଡିୟମ ନିର୍ମାଣ କରାଯାଉଛି। ବିଧାୟକ ମହମ୍ମଦ ମୋକିମ ଏହାକୁ ବିରୋଧ ନକରି ସହଯୋଗ କରନ୍ତୁ ଏବଂ ରାଜନୀତି କରନ୍ତୁ ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

  20. ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କର ହାର୍ଲେମ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଯୋଗୁ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ଫାଜିଲ ଖାନ୍‌।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.