• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଯୋଧ୍ୟାରେ ରାମ ମନ୍ଦିର ପରିସର ନିର୍ମାଣ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଟ୍ରଷ୍ଟ ଗୁରୁବାର କୁହାଯାଇଛି।

  2. ଦେଶର ସର୍ବବୃହତ୍‌ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ଅବଜ୍ଞା କରି ରାଜନୈତିକ ଦଳଗୁଡ଼ିକୁ ଇଲେକ୍ଟୋରାଲ ବଣ୍ଡ୍‌ରେ ମିଳିଥିବା ଚାନ୍ଦାର ତଥ୍ୟ ଜାଣିଶୁଣି ଇସିଙ୍କ ନିକଟରେ ଦାଖଲ କରି ନାହିଁ। ତେଣୁ ଅଦାଲତ ଅବମାନନା ନେଇ ଏସ୍‌ବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇଟି ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି।

  3. ମାନବ ଚାଲାଣ ରାକେଟର ପର୍ଦ୍ଦାଫାଶ୍ କରିଛି ସିବିଆଇ । ଦିଲ୍ଲୀ. ମୁମ୍ବାଇ, ଚଣ୍ଡୀଗଡ ସମେତ ୧୩ଟି ସ୍ଥାନରେ ରେଡ୍ କରି ୫୦ ଲକ୍ଷରୁ ଅଧିକ ଟଙ୍କା ସହ ଅନେକ ଡିଜିଟାଲ ଉପକରଣ, ଲାପଟପ୍, ସିସିଟିଭି ଫୁଟେଜ୍ ଜବତ କରିଛି ।

  4. ୟୁକୋ ବ୍ୟାଙ୍କରେ ହୋଇଥିବା ୮୨୦ କୋଟି ଟଙ୍କାର ଆଇଏମ୍‌ପିଏସ୍‌ ଠକେଇ ଘଟଣାରେ ସିବିଆଇ ପକ୍ଷରୁ ରାଜସ୍ଥାନ ଓ ମହାରାଷ୍ଟ୍ରର ୭ଟି ସହରର ୬୭ଟି ଠିକଣାରେ ଚଢ଼ଉ କରାଯାଇଛି।

  5. କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦିଆଯାଇଛି। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀମାନେ ପୂର୍ବରୁ ୪୬ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ଏବେ ଏହା ୫୦ ପ୍ରତିଶତରେ ପହଞ୍ଚିଛି।

  6. ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ ।

  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ‌ବୈଠକରେ ୭ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରକଳ୍ପ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୮୦,୧୨୫ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୨୪,୫୫୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

  8. ଏସିଏମ୍‌ଇ ଗ୍ରିନ୍‌ଟେକ୍ ଉର୍ଜା ୩୬୦୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ ସୋଲାର ପ୍ୟାନେଲ୍ ଉତ୍ପାଦନ କାରଖାନା ବସାଇବ।

  9. ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକ ଘୋଷଣା କରିଥିବା ଅଜଣା ସୂତ୍ର ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ କୁହାଯାଇଛି।

  10. କେନ୍ଦ୍ର ସରକାର ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ସହଯୋଗରେ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସେମିକଣ୍ଡକ୍ଟର ପ୍ରଯୁକ୍ତି ପ୍ରଶିକ୍ଷଣ ଯୋଗାଇଦେବେ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଜୁର୍ନ ମୁଣ୍ଡା କହିଛନ୍ତି।

  11. ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବଦ୍ୟୁତ୍‌ ମଧ୍ୟ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

  12. ନିକଟରେ ଇଲେକ୍ଟ୍ରିକ ଗାଡିକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପେଟ୍ରୋଲ ଓ ଡିଜେଲ ଠାରୁ ଇଲେକ୍ଟ୍ରିକ ଗାଡି ପରିବେଶକୁ ଅଧିକ ପ୍ରଦୂଷଣ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ଏହାର କାରଣ ହେଉଛି ଇଲେକ୍ଟ୍ରିକ ଗାଡିର ବ୍ୟାଟେରୀ ବହୁତ ଓଜନିଆ । ଯେଉଁଥିପାଇଁ ଗାଡ଼ି ଚାଲିଲା ବେଳେ ଏବଂ ବ୍ରେକ ଲଗାଇଲା ବେଳେ ଟାୟାର୍‌ ଅଧିକ ଖର୍ଚ୍ଚ ହୋଇଥାଏ । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

  13. ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ବିଜୟ ମହାପାତ୍ରଙ୍କ ପୁଅ ହେଲେ ସାମିଲ।

  14. ଆଶାକର୍ମୀମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ।

  15. ୧୯୯୨ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ଦାସଙ୍କୁ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅନ୍ୟପକ୍ଷରେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସପ୍ନା ତିୱାରୀ।

  16. ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି।

  17. କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ଅପେକ୍ଷା କରିବେ? ତାଙ୍କର ମୁଖା ଖୋଲି ଯାଇଛି।”

  18. ଗତବର୍ଷ ୮,୫୩,୦୪୯ ଆଇଏମପିଏସ୍‌ ଟ୍ରାଞ୍ଜାକସନ ହୋଇଥିଲା। ନଭେମ୍ବର ୧୦ରୁ ୧୩ ମଧ୍ୟରେ ହୋଇଥିବା ନେଣଦେଣ ସମୟରେ ଭୁଲ ବଶତଃ ୮୨୦ କୋଟି ଟଙ୍କା ୟୁକୋ ବ୍ୟାଙ୍କର ୪୧ ହଜାର ଆକାଉଣ୍ଟକୁ ଚାଲି ଆସିଥିଲା। ଏନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲା କରିଥିଲା।ଏହା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ସହ ଜଡ଼ିତ ୬୭ଟି ସ୍ଥାନରେ ସିବିଆଇ ରେଡ କରିଛି।

  19. ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛି ଏଆଇସିସି। ତାଙ୍କୁ ରାଜ୍ୟ କଂଗ୍ରେସୀ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।

  20. ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷ ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ସେକଥା ଆଜି ଘଟିଛି। ଇଂଲଣ୍ଡ ବିପକ୍ଷ ଧର୍ମଶାଲା ଟେଷ୍ଟରେ କମାଲ କରିଛନ୍ତି କୁଲଦୀପ ଯାଦବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.