• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷରେ ୨୦ ଜଣ ଭାରତୀୟ ନାଗରିକ ଫସି ରହିଥିବା ଭାରତ ସରକାର ସ୍ୱୀକାର କରିଛନ୍ତି। ଭଲ ଚାକିରି ବାହାନାରେ ସେମାନଙ୍କୁ ରୁଷିଆ ଡକାଯାଇଥିଲା। କିନ୍ତୁ ରୁଷରେ ପହଞ୍ଚିବା ପରେ ସେମାନଙ୍କୁ ରୁଷ ସେନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

  2. ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିର (ଡିଡିଏ) ନିକଟରେ ଘର ଭଙ୍ଗା କାମ ଅଭିଯାନ ଆରମ୍ଭ କରିଛି। ତେବେ ଡିଡିଏ ଭଙ୍ଗିଥିବା ଘର ମଧ୍ୟ‌ରୁ ଗୋଟାଏ ଘର  ଖନନକାରୀ ଭାକେଲ ହାସନଙ୍କ ଥିବା ଜଣାପଡ଼ିଛି।

  3. ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସରକାର ଅଙ୍ଗନୱାଡ଼ି ସହାୟିକାଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଅବିବାହିତା ମହିଳାଙ୍କ ଲାଗି ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା ଏବଂ ସହାୟିକା ହେବାର ସୁଯୋଗ ଆଣିଛନ୍ତି।

  4. କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି ।

  5. ୧୯୯୦ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍‌ ଅଧିକାରୀ ଦଲଜିତ ସିଂହ ଚୌଧୁରୀଙ୍କୁ ଶକ୍ତିଶାଳୀ ନ୍ୟାସନାଲ୍‌ ସେକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

  6. ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲଫିଲ୍ଡସ୍‌ ଲିମି‌ଟେଡ୍‌ (ଏମ୍‌ସିଏଲ୍‌)ର ଲଖନପୁର ଅଞ୍ଚଳରେ ଏକ ଆମୋନିଅମ୍‌ ନାଇଟ୍ରେଟ୍ କାରଖାନା ସ୍ଥାପନ କରିବା ଲାଗି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘କୋଲ୍ ଇଣ୍ଡିଆ’ ଓ ‘ଭେଲ୍‌’ ହାତ ମିଳାଇଛନ୍ତି।

  7. ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଠୋରତା ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ କୋର୍ଟଙ୍କ ଅନୁମତି ବିନା ରାମ ରହିମଙ୍କୁ ପାରୋଲ ଦିଆଯିବା ଉଚିତ ନୁହେଁ

  8. ପଶ୍ଚିମବଙ୍ଗର ସାନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ତଥା ଜମି ଦଖଲ ଅଭିଯୋଗରେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଗୁରୁବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ତାଙ୍କୁ ଦଳରୁ ବାହାରିବା ବାଟ ଦେଖାଇଛି।

  9. ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି।

  10. ଆସନ୍ତା ୧ ତାରିଖରେ ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲର। ବିଡିଏ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବା ନେଇ ସୂଚନା ମିଳିଛି।

  11. ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି।

  12. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି  ୧୩୩ଟି ନୂତନ ପ୍ରାଣୀ  ସେବା ଯାନ ଲୋକାର୍ପଣ କରିଛନ୍ତି ।

  13. ରାଜ୍ୟ କ୍ୟାବିନେଟରେ ୩ଟି ବିଭାଗର ୮ ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ମହିଳା ଓ ଶିଶୁ ବିକାଶର ୫୦୪ ଜଣ ଠିକା ସୁପର ଭାଇଜରଙ୍କୁ ରେଗୁଲାର ପାଇଁ ନିଷ୍ପତି ହୋଇଛି। ସ୍ୱାସ୍ଥ୍ୟବିଭାଗର ୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ୬ ପାରାମେଡିକ କ୍ୟାଡର ରୁଲ୍‌ରେ ସଂଶୋଧନ ନେଇ ବି ନିଷ୍ପତ୍ତି ହୋଇଛି।

  14. ମହାରାଷ୍ଟ୍ରର ନବୀ ମୁମ୍ବାଇ ଟାଉନସିପରେ ସାଇକେଲ ଚଳାଉଥିବା ବେଳେ ଏକ ଦ୍ରୁତଗାମୀ କ୍ୟାବ୍ (ଭଡ଼ା କାର୍) ଧକ୍କାରେ ଇଣ୍ଟେଲ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନି( (୬୮) ଙ୍କର ମୃତ୍ୟୁ ଘଟିଛି।

  15. ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି। ରିଲିଫ୍‌ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି। ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି ।

  16. ଗୁରୁବାର କେରଳର ଶାସକ ସିପିଆଇ (ଏମ୍)କୁ ଲାଗିଛି ଏକ ବଡ଼ ଝଟକା। କେରଳ ବିଧାନସଭାରେ ପାରିତ ବିଶ୍ବବିଦ୍ୟାଳୟ ସମ୍ପର୍କିତ ୩ଟି ବିଲ୍‌ର ଅନୁମୋଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଟକାଇ ଦେଇଛନ୍ତି।

  17. ଚଳିତ ଆର୍ଥିକ ବର୍ଷର ତୃତୀୟ ଅକ୍ଟୋବର-ଡିସେମ୍ବର ତ୍ରୟମାସ (୨୦୨୩-୨୪)ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୪ ପ୍ରତିଶତକୁ ବୃଦ୍ଧି ପାଇଛି।

  18. ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧିରେ ସମ୍ମାନିତ କରାଯାଇଛି।

  19. ୨୦୧୮ରୁ ୨୦୨୨ ମଧ୍ୟରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଏବେ ୧୩ ହଜାର ୮୭୪ଟି କଲରାପତରିଆ ବାଘ ଅଛନ୍ତି।

  20. ନ୍ୟାଶନାଲ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବେ ନାହିଁ ଅଗ୍ରଣୀ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ପକ୍ଷରୁ ତାଙ୍କୁ କରାଯାଇଥିବା ଆମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛିନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.