• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାନୁଆରୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୧.୫୦ ଟଙ୍କା ବଢ଼ିଥିଲା। ଫେବ୍ରୁଆରୀରେ ୧୪ ଟଙ୍କା ବୃଦ୍ଧି ହୋଇଥିଲା। ଏବେ ଏହା ୨୫.୫୦ ଟଙ୍କା ବଢ଼ିଛି।  ଗତ ୩ ମାସ ମଧ୍ୟରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ମୋଟ ୪୧ ଟଙ୍କା ବୃଦ୍ଧି ପାଇଛି। କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାର୍ଚ୍ଚ ୧ଠାରୁ ଲାଗୁ ହୋଇଛି।

  2. ହାପୁଡ଼ ଲୋକସଭାରୁ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ୧୨ ବର୍ଷ ପୁରୁଣା ମାମଲାରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ୨୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

  3. ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ(ଇସି) ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ପ୍ରଚାର ସମୟରେ ଶିଷ୍ଟାଚାର ଏବଂ ସଂଯମତା ଆଚରଣ ବଜାୟ ରଖିବାକୁ ଇସି କହିଛନ୍ତି।

  4. ମାର୍ଚ୍ଚ ୧ ତାରିଖରେ ସେନସେକ୍ସ ଏବଂ ନିଫ୍ଟି ରେକର୍ଡସ୍ତରରେ ପହଞ୍ଚିଛି। ସେହିପରି ବିଏସଇ ଇଣ୍ଡେକ୍ସ ୧୨୦୦ ଅଙ୍କ ବୃଦ୍ଧି ପାଇ ୭୩,୭୪୫ ଛୁଇଁଛି। ନିଫ୍ଟିରେ ୩୪୪ ଅଙ୍କ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି।

  5. ଘରୋଇ କ୍ଷେତ୍ରର ୨୫ ବିଶେଷଜ୍ଞଙ୍କୁ କେନ୍ଦ୍ର ସରକାର ପ୍ରମୁଖ କେନ୍ଦ୍ରୀୟ ପଦରେ ନିଯୁକ୍ତି ଦେବେ। ଏନେଇ ନିଯୁକ୍ତି କମିଟି (ଏସିସି) ମଞ୍ଜୁରୀ ପ୍ରଦାନ କରିଛନ୍ତି।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୨୮୮ ବ୍ଲକ୍‌ର ୨୦୦୦ ଗ୍ରାମ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ରାଜ୍ୟରେ ଆମ ବ୍ୟାଙ୍କ ସଂଖ୍ୟା ୨୭୫୦କୁ ବୃଦ୍ଧି ପାଇଛି।

  7. ଗଞ୍ଜାମ ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ କହିଛନ୍ତି, କେବଳ ଓଡ଼ିଶା ଇତିହାସରେ ନୁହେଁ ବରଂ ଭାରତ ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି।

  8. ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି।

  9. ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି (ଶରଦପାୱାର୍‌) ମଧ୍ୟରେ ଆସନ ବୁଝାମଣା ହୋଇଛି। ଉଦ୍ଧବସେନା ୨୧ଟି ଆସନ, କଂଗ୍ରେସ ୧୫ଟି ଓ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି-ଏସ୍‌ପି) ୯ଟି ଆସନରେ ଲଢ଼ିବାକୁ ସହମତି ପ୍ରକାଶ ପାଇଛି।

  10. ରାଜ୍ୟସଭାର ୨୨୫ ଜଣ ସଦସ୍ୟଙ୍କ ମଧ୍ୟରୁ ୩୩ ପ୍ରତିଶତ ସାଂସଦ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏହି ୨୨୫ ସାଂସଦଙ୍କ ମୋଟ ସମ୍ପତ୍ତି ୧୯,୬୦୨ କୋଟି ଟଙ୍କା ରହିଛି।

  11. ଲୋକସଭା ଭବନରେ ପ୍ରଶାସନିକ ପ୍ରସ୍ତୁତି, ସୁରକ୍ଷାର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ। ମାର୍ଚ୍ଚ ୫ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।

  12. ୧୯୮୪ରୁ ୧୯୯୩ ପର୍ଯ୍ୟନ୍ତ ନିଜ ଦେଶର ନେତୃତ୍ୱ ନେଇଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିୟନ ମୁଲ୍ରୋନିଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି।

  13. ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ୨୦୨୪ର ଶୁଭାରମ୍ଭ କରିଛନ୍ତି। ଜାତୀୟ ଜନ୍ମଗତ ତ୍ରୁଟି ସଚେତନତା ମାସ ୨୦୨୪ର ବିଷୟବସ୍ତୁ ହେଉଛି “ପ୍ରତିବନ୍ଧକ ଭାଙ୍ଗିବା: ଜନ୍ମଗତ ତ୍ରୁଟି ଥିବା ପିଲାଙ୍କ ପାଇଁ ଅନ୍ତର୍ଭୁକ୍ତ ସହାୟତା”।

  14. ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଦେଶର ଆବଶ୍ୟକତା ଅନୁଯାୟୀ ଭାରତ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ୧୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ବ୍ଲକର ନିଲାମ ଆରମ୍ଭ କରିଛି।

  15. ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୭.୬୨ ପ୍ରତିଶତ ନୋଟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ଏବଂ ପ୍ରତ୍ୟାହାର ହୋଇଥିବା ନୋଟର ମାତ୍ର ୮ ହଜାର ୪୭୦ କୋଟି ଟଙ୍କାର ନୋଟ୍ ଏବେ ବି ଜନସାଧାରଣଙ୍କ ପାଖରେ ରହିଛି।

  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଞ ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି।

  17. ଚାଇନା ନିଟକରେ ବିଶ୍ୱର ସବୁଠୁ ବଡ ନୌସେନା ରହିଛି। ଚୀନ ନିକଟରେ  ୩୬୦ରୁ ଅଧିକ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି । ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଭାରତ ମହାସାଗରରେ ପ୍ରବେଶକୁ ବୃଦ୍ଧି କରିଛି।

  18. ଭାରତୀୟ ନୌସେନା ଚୀନ୍‌ର ବିପଦ ବିଷୟରେ ଭଲଭାବେ ଜାଣିଛି। ନୌସେନା ସେନାରେ ବର୍ତ୍ତମାନ ୧୩୨ ଯୁଦ୍ଧ ଜାହାଜ,୧୪୩ ବିମାନ ଏବଂ ୧୩୦ ହେଲିକପ୍ଟର ଅଛି। ସେପ୍ଟେମ୍ବର ୨୦୨୩ରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨ ଲକ୍ଷ କୋଟି ଟଙ୍କା ବ୍ୟୟରେ ୬୮ ଟି ଯୁଦ୍ଧ ଜାହାଜ ଏବଂ ଜାହାଜ ଅର୍ଡର କରାଯାଇଛି।

  19. ଚଳିତବର୍ଷ ଫେବ୍ରୁଆରୀ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦ ୫୧୩୫.୮୯ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ଏଯାବତ ସର୍ବାଧ‌ିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବ୍ରୁଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା ।

  20. ବର୍ତ୍ତମାନ କେନ୍ଦ୍ରାପଡା ଏସପି ଥିବା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ବି.ଯୁଗଳ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡା ଏସ୍‌ପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.