• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ଦୃଶ୍ୟମାନ ହେବ ଏକ ବିରଳ ମହାଜାଗତିକ ଦୃଶ୍ୟ। ମାର୍ଚ୍ଚ ୮ରେ ପୃଥିବୀବାସୀ ଦେଖିବେ ପୂର୍ଣ୍ଣ ସୂର୍ଯ୍ୟ ପରାଗ।

  2. ବିଶ୍ବ ଧନୀ ତାଲିକାରେ ଶୀର୍ଷ ସ୍ଥାନରୁ ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କୁ ଆମାଜନ୍‌ର ମୁଖ୍ୟ ଜେ‌ଫ୍ ବେଜୋସ୍‌ ହଟାଇ ଦେଇଛନ୍ତି। ବେଜୋସ୍‌ଙ୍କ ସମ୍ପତ୍ତି ମୂଲ୍ୟ ୨୦,୦୦୩ କୋଟି ଡଲାରକୁ ବୃଦ୍ଧି ପାଇଥିବା ବେଳେ ମସ୍କଙ୍କ ସମ୍ପତ୍ତି ୧୯,୭୭୦ କୋଟି ଡଲାର ରହିଛି।

  3. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସୁପ୍ରିମ୍‌କୋର୍ଟରୁ ଏକ ବଡ଼ ବିଜୟ ମିଳିଛି। ଜାନୁଆରି ୬, ୨୦୨୧ରେ ଆମେରିକା ସଂସଦ ଆକ୍ରମଣ ଘଟଣାରେ କଲରାଡୋର ମତଦାନରୁ ତାଙ୍କୁ ବଞ୍ଚିତ କରାଯାଇଥିଲା।

  4. ମାଳଦ୍ବୀପ ଓ ଚୀନ୍‌ ମଧ୍ୟରେ ଏକ ନୂଆ ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯାହା ଆଧାରରେ ଚୀନ୍‌ ଏଣିକି ମାଳଦ୍ବୀପକୁ ମାଗଣା ସୈନ୍ୟ ସହାୟତା ଯୋଗାଇଦେବ।

  5. କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ତଥା ସନ୍ଦେଶଖାଲି ହିଂସା, ଦୁଷ୍କର୍ମ ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିନାହିଁ।

  6. ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସ୍‌ଆପ୍ ଆଦି ସଂସ୍ଥା ପରିଚାଳନା କରୁଥିବା କମ୍ପାନି ମେଟାର ମୁଖ୍ୟ ମାର୍କ ଜକରବର୍ଗ ହାୱାଇ ଦ୍ବୀପରେ ଏକ ବିଶାଳପୂର୍ଣ୍ଣ ଘର ତିଆରି କରୁଛନ୍ତି। ସେହି ପ୍ରକଳ୍ପର ଅଂଶ ଭାବେ ସେ ଏକ ବିଶାଳ ସୁଡ଼ଙ୍ଗ ତିଆରି କରୁଥିବା ଚର୍ଚ୍ଚା ହେଉଛି।

  7. ମାଓବାଦୀ ସଂଗଠନ ସହ ସମ୍ପର୍କ ମାମଲାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଜିଏନ୍‌ ସାଇବାବା ଓ ଅନ୍ୟମାନଙ୍କୁ ଆଶ୍ବସ୍ତି ମିଳିଛି। ସେମାନଙ୍କ ବିରୋଧରେ ଚାଲିଥିବା ମାମଲାକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଖାରଜ କରିବା ସହ ସେମାନଙ୍କୁ ଖଲାସ କରିଛି।

  8. ବିଶ୍ବ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଏଲ୍‌ନିନୋକୁ ନେଇ ନୂଆ ତଥ୍ୟ ଜାରି କରିଛି। ଏଲ୍‌ନିନୋ ଏବେ ଦୁର୍ବଳ ହେବା ସତ୍ତ୍ବେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରାୟ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ 'ଅଣ୍ଡର ୱାଟର ମେଟ୍ରୋ ଟ୍ରେନ'ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର 'ଅଣ୍ଡର ୱାଟର ମେଟ୍ରୋ' ନିର୍ମାଣ କରାଯାଇଛି।

  10. ହିମାଚଳ ପ୍ରଦେଶର ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।

  11. ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ନାଇରୋବି ଜାତୀୟ ଉଦ୍ୟାନରେ ଉପରେ ଏହି  ବଡ଼ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି ।

  12. ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ପରିଚାଳିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ, ଆଇଆଇଏଫ୍ଏଲ୍‌ ଫାଇନାନ୍ସ ପରେ ମଙ୍ଗଳବାର ଜେଏମ୍ ଫାଇନାନ୍ସିଆଲ ପ୍ରଡକ୍ଟସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

  13. ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ସାଇଟ୍‌ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ ସହିତ ଜିମେଲ୍‌ କାମ କରୁନଥିଲା। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଦେଖାଦେଇଥିଲା।  ପୁଣି ଥରେ ସଚଳ ହୋଇଥିଲା।

  14. କାଲ୍‌କାଟା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ଅପରାହ୍ନରେ ଭାଜପାରେ ଯୋଗଦେବେ ବୋଲି କହିଛନ୍ତି।

  15. ନବବର୍ଷ ପାଳନ ପାଇଁ ରୁଷିଆ ଯାଇଥିବା ପଞ୍ଜାବ ଓ ହରିୟାଣାର ଏକ ଯୁବଗୋଷ୍ଠୀଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରାଯାଇଛି। ଏନେଇ ସମ୍ପୃକ୍ତ ୭ ଯୁବକ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।

  16. କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାର୍ଚ୍ଚ ୧୬ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ପରଦିନ ଅର୍ଥାତ୍‌ ମାର୍ଚ୍ଚ ୧୭ରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି କରିବାକୁ ଯାଉଛି।

  17. ଚଣ୍ଡିଖୋଲରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ ଲୋକାର୍ପଣ କରିଛନ୍ତି। ଏଥି ସହିତ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି।

  18. ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଳଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତି ସାରା ଜେରା କରିଛି ଇଡି। ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି।

  19. ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

  20. ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ଉଷ୍ମ ହେଉଥିବା ବେଳେ ଖୁବଶୀଘ୍ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.