• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରି ସହେ ବର୍ଷ ତଳର ସ୍ବପ୍ନକୁ ପୂରଣ କରିଛନ୍ତି। ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି ।

  2. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜଧାନୀର ଗୋଠପାଟଣାଠାରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି।

  3. ୨୦୨୪ ସାଧାରଣ ନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏକ ବଡ଼ ଅସ୍ତ୍ର ହେବାକୁ ଯାଉଛି। ବୈଷୟିକ ଜ୍ଞାନକୌଶଳକୁ ନେଇ ଏବେ ରାଜନୈତିକ ଦଳମାନେ ନିର୍ବାଚନ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି।

  4. କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଆମେଥିକୁ ଫେରିପାରନ୍ତି।

  5. ସରକାର ଜାପାନରୁ ୬ଟି ବୁଲେଟ୍‌ ଟ୍ରେନ୍ ଆଣିବେ। ଚଳିତ ମାସ ଶେଷ ସୁଦ୍ଧା ଏଥିପାଇଁ ଡିଲ୍ ଚୂଡ଼ାନ୍ତ ହେବା ସେହି ଅନୁସାରେ ୨୦୨୬ ଜୁନ୍-ଜୁଲାଇ ସୁଦ୍ଧା ପ୍ରଥମ ବୁଲେଟ୍‌ ଟ୍ରେନ୍ ଚାଲିବ ବୋଲି ରେଳବାଇ ଆଶାବାଦୀ ରହିଛି।

  6. ଭାରତ ଗସ୍ତରେ ଥିବା ଇଂଲଣ୍ଡ ଖେଳାଳିମାନେ ଏଭଳି ପଦକ୍ଷେପ ନେଇଛନ୍ତି, ଯାହା ଚୀନକୁ କ୍ରୋଧିତ କରିବ । ଏହାର କାରଣ ହେଉଛି ଇଂଲଣ୍ଡ ଦଳର ଖେଳାଳିମାନେ ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଛନ୍ତି ।

  7. ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୁଧବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି।

  8. କେରଳରେ ଲାଗି ରହିଥିବା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ ରାଜ୍ୟର ପିନାରାୟୀ ବିଜୟନ ସରକାର ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।

  9. ଗୁରୁବାର ଠାରୁ ୨.୫୦ ଟଙ୍କା କମ୍ ମୂଲ୍ୟରେ ସିଏନଜି ବିକ୍ରି ହେବାକୁ ଯାଉଛି। ମାର୍ଚ୍ଚ ୭, ୨୦୨୪ ରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ ୨.୫୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

  10. କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଘୋଷଣା କରିଛନ୍ତି ଯେ ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟ ମାନେ ଏଣିକି ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ।

  11. ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌, ପି.କେ ସେରକାର ଏବଂ ଏମ୍‌ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି।

  12. କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍‌ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି।

  13. ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍‌ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

  14. ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

  15. କର୍ନାଟକ ହାଇକୋର୍ଟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମ୍ପୃକ୍ତ ସୁନା ଓ ହୀରା ଅଳଙ୍କାରକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପଡୋଶୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଛନ୍ତି ।

  16. ରୁଷିଆର ବୋରିସୋଭ କହିଛନ୍ତି, ୨୦୨୪ରୁ ୨୦୩୫ ମଧ୍ୟରେ ଆମର ଚାଇନା ସହଯୋଗୀଙ୍କ ସହ ମିଳିତ ଭାବରେ ଚନ୍ଦ୍ରରେ ପହଞ୍ଚିବା ଏବଂ ସେଠାରେ ଏକ ଆଣବିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଆମେ ଏକ ପ୍ରକଳ୍ପ ବିଷୟରେ ଗମ୍ଭୀର ଭାବରେ ବିଚାର କରୁଛୁ।

  17. ରୁଷ୍ ପକ୍ଷରୁ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ଭାରତୀୟ ହେଉଛନ୍ତି ହାଇଦରାବାଦର ମହମ୍ମଦ ଆଫସାନ। ଆଫସାନ ଚାକିରି ଉଦ୍ଦେଶ୍ୟରେ ରୁଷ୍ ଯାଇଥିବାବେଳେ ତାଙ୍କୁ ବାଧ୍ୟତାମୂଳକ ଭାବେ ଯୁଦ୍ଧରେ ସାମିଲ କରାଯାଇଥିଲା।

  18. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯୪ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି। ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଆଦିବାସୀ କଳା, ପୁତୁଳି କଳା ଓ ଆନୁଷଙ୍ଗିକ ନାଟ୍ୟ କଳା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

  19. ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ନୂଆଦିଲ୍ଲୀରେ ରାଜ୍ୟମାନଙ୍କ ପାଇଁ ଏକ ନୀତି ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ନୀତି ଆୟୋଗ ପ୍ଲାଟଫର୍ମ ନୀତି ଏବଂ ସୁଶାସନ ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାବରେ ଡିଜାଇନ୍ କରାଯାଇଛି।

  20. ଆଧାର କାର୍ଡ଼କୁ ମାଗଣାରେ ଅପଡେଟ୍‌ କରିବାର ଶେଷ ତାରିଖ ପାଖେଇ ଆସୁଛି। ଗତ ଡିସେମ୍ବର ମାସରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ଆଧାରକୁ ମାଗଣା ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରିଥିଲା। ସମୟସୀମା ବୃଦ୍ଧି ପରେ ମାର୍ଚ୍ଚ ୧୪, ୨୦୨୪ ହେଉଛି ମାଗଣାରେ ଅପଡେଟ୍‌ କରିବାର ଶେଷ ତାରିଖ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.