• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କାଲି ଅପରାହ୍‌ଣ ୫ଟା ବେଳେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଦାଖଲ କରିଛି।

  2. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଯଦି ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍‌ସି) ପାଇଁ ଆବେଦନ କରି ନ ଥିବା ଜଣେ ବି ବ୍ୟକ୍ତି ନାଗରିକତା ସଂଶୋଧନ ଆଇନ, ୨୦୧୯ (ସିଏଏ) ଅଧୀନରେ ନାଗରିକତା ପାଇବେ ତେବେ ସେ ପ୍ରଥମେ ଇସ୍ତଫା ଦେବେ।

  3. ଖଲିସ୍ତାନ ଆତଙ୍କବାଦୀ ଓ ଗ୍ୟାଙ୍ଗ୍‌ଷ୍ଟର ମଧ୍ୟରେ ସମ୍ପର୍କକୁ କେନ୍ଦ୍ର କରି ଆଜି କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ‌ସମେତ ପଞ୍ଜାବ, ମଧ୍ୟପ୍ରଦେଶ, ହରିୟାଣା ଓ ରାଜସ୍ଥାନର ୩୦ଟି ସ୍ଥାନରେ ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି (ଏନ୍‌ଆଇଏ) ଏକକାଳୀନ ଚଢ଼ଉ କରିଛି।

  4. ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କୁରୁକ୍ଷେତ୍ରର ବିଜେପି ସାଂସଦ ନାୟବ ସିଂହ ‌ସୈନୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  

  5. କେନ୍ଦ୍ର ଗୃହ ମନ୍ତ୍ରାଳୟ ନାଗରିକତା ସଂ‌ଶୋଧନ ଆଇନ(ସିଏଏ) ୨୦୧୯ର ବିଜ୍ଞପ୍ତି ସୋମବାର ପ୍ରକାଶ କରିବା ପରେ ମଙ୍ଗଳବାର ଏହାକୁ ସୁପ୍ରି‌ମ୍‌ କୋର୍ଟରେ ଚାଲେଞ୍ଜ କରାଯାଇଛି।

  6. ଗୁଜରାଟର ସମୁଦ୍ର ଉପକୂଳରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

  7. ହରିୟାଣାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ପୁଣି ଥରେ ଝୁଣ୍ଟିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଏଥରକ ମଧ୍ୟ ଅଧୁରା ରହି ଯାଇଛି।

  8. ଇଲେକ୍ଟୋରାଲବଣ୍ଡ ରାୟକୁ କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ଆଦିଶ ଅଗ୍ରୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।

  9. ପୁଣିଥରେ ସରକାରୀ ଯୋଜନା ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ଆଧାର କାର୍ଡ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ, ଲୋକମାନେ କେବଳ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ।

  10. ଚଳିତ ବର୍ଷ ଫେବ୍ରୁଆରିରେ ଦେଶ ଭିତରେ ଯାତ୍ରୀବାହୀ ଯାନ ବିକ୍ରି ୧୦.୮% ବୃଦ୍ଧି ପାଇଛି। ଏହି ମାସରେ ମୋଟ ୨୩,୦୩,୩୨୨ ଗାଡ଼ି ବିକ୍ରି ହୋଇଛି।

  11. ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି।

  12. ଜମ୍ମୁ-କଶ୍ମୀର ନ୍ୟାଶନାଲ ଫ୍ରଣ୍ଟ (ଜେକେଏନ୍‌ଏଫ୍‌)କୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି।

  13. ପୋସ୍କୋ  ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ।

  14. ଲଣ୍ଡନର ଡାଉନିଂ ଷ୍ଟ୍ରିଟରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ତାଙ୍କ ମା’ ସୁଧା ମୂର୍ତ୍ତିଙ୍କୁ ମହିଳାଙ୍କ ପାଇଁ ଆଦର୍ଶ ବୋଲି ପ୍ରଶଂସା କରିଛନ୍ତି।

  15. ରାଜସ୍ଥାନର ଜୈସଲମେର ନିକଟରେ ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ତେଜସ କାଲି ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.