• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ନିର୍ବାଚନ କମିସନ ତାଙ୍କ ୱେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟ୍‌ରେ ରଖିଛନ୍ତି। କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ୍ ଦେଇଛନ୍ତି ସଂପର୍କରେ ଏଥିରେ‌ କୌଣସି ସୂଚନା ଦିଆଯାଇ ନାହିଁ।

  2. ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି।

  3. ଇଣ୍ଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରୁଥିବା ପ୍ଲାଟଫର୍ମ ଉପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦାନ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ତୁରନ୍ତ ବ୍ଲକ୍‌ କରାଯାଇଛି।

  4. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଇଡି ଅଧିକାରୀଙ୍କ ବିରୋଧରେ ଦାୟର କରିଥିବା ଏସସି/ଏସଟି ମାମଲାରେ ଝାଡ଼ଖଣ୍ଡ ପୁଲିସ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମନ କରିଛି। ଇଡି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଥାନାରେ ଉପସ୍ଥିତ ରହିବାକୁ କୁହାଯାଇଛି।

  5. ଭାରତରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ବଢ଼ିବାରେ ଲାଗିଛି। ଏବେ ଦେଶରେ ଲୋକଙ୍କ ହାରାହାରି ଜୀବନଧାରଣ ବୟସ ୬୭.୭ ବର୍ଷ ହୋଇଯାଇଛି। ପୂର୍ବରୁ ଏହା ୬୨.୭ ବର୍ଷଥିଲା। ଫଳରେ ଏବେ ଦେଶର ଲୋକେ ହାରାହାରି ୫ ବର୍ଷ ଅଧିକ ବଞ୍ଚୁଛନ୍ତି।

  6. ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି।

  7. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି।  ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଟୁଇଟ୍ କରି ସୂଚନା ଦେଇଛି।

  8. ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରିବାରେ ଲାଗିଛି। ଦଳ ପକ୍ଷରୁ ବହୁ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି।

  9. ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବରରେ ହେବାକୁ ଯାଉଛି। ରିପବ୍ଲିକାନ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୱାଶିଂଟନ ରାଜ୍ୟରେ ଆବଶ୍ୟକ ହେଉଥିବା ୧୨୧୫ ଡେଲିଗେଟସ୍ ଙ୍କ ସମର୍ଥନ ହାସଲ କରି ସାରିଛନ୍ତି।

  10. ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ କ୍ୟୁରେଟିଭ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ବର୍ଷ ଅକ୍ଟୋବର ୩୦ରେ, ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ।

  11. ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କ (ଏଚଡିଆଇ) ରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି।

  12. ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ବା ଏଚ.ଆଇ.ଭି ଏକ ବିପଜ୍ଜନକ ରୋଗ। ଏହା ଦେଶର ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

  13. ସୁଖବୀର ସିଂ ସାନ୍ଧୁ ଏବଂ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ଭାବରେ ନିର୍ବାଚିତ ହୋଇଛନ୍ତି।

  14. ନସିପି ନିର୍ବାଚନୀ ଚିହ୍ନ ବିବାଦକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ଦଳକୁ ଶରଦ ପାୱାରଙ୍କ ଫଟୋ ଏବଂ ନାମ ବ୍ୟବହାର ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

  15. ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟରେ ଦେଶର ସବୁଠାରୁ ଧନୀ ଏମପି ତେଲଙ୍ଗାନାରେ ଅଛନ୍ତିି। ରାଜ୍ୟର ଲୋକସଭା ଏବଂ ରାଜ୍ୟସଭା ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୩୮.୩୩ କୋଟି ଟଙ୍କା। ତେଲଙ୍ଗାନାର ୨୪ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨.୨୬ କୋଟି ଟଙ୍କା।

  16. ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

  17. କେନ୍ଦ୍ର ସରକାର କିଛି ହିଂସ୍ର ପ୍ରଜାତିର କୁକୁରଙ୍କ ଉପରେ ନିଷେଧ ଲଗାଇବାକୁ ଯାଉଛନ୍ତି। ପିଟ୍‌ବୁଲ୍‌, ଟେରିୟର୍‌, ଉଲ୍ଫ ଡଗ୍‌, ରୋଟ୍‌ଓ୍ବିଲର, ମାଷ୍ଟିଫ୍‌ ଆଦି ହିଂସ୍ର ପ୍ରଜାତିର କୁକୁର, ମଣିଷ ଉପରେ ଆକ୍ରମଣ କରୁଥିବାର ଅନେକ ନଜିର ରହିଥିବାରୁ ଏହି ସବୁ ପ୍ରଜାତିର କୁକୁରଙ୍କ ଉପରେ ନିଷେଧାଦେଶ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।

  18. ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର। କାର ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଏକ ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହାମୁହିଁ ଧକ୍କା ହେବା ଫଳରେ ଗୁରୁତର ଭାବେ ଆହତ ହୋଇଛନ୍ତି।

  19. ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନ।ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଗୁଣାବତ୍ତାକୁ ଆଧାର କରି କାମ ସାରିବାକୁ ଫାଇଭ-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ।

  20. ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ରେ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଟି-୨୦ ଓ ଦିନିକିଆରେ ଶୀର୍ଷରେ ରହିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.