• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏବେ ପୃଥିବୀର ଗତି ପୂର୍ବାପେକ୍ଷା ମନ୍ଥର ହୋଇଯାଇଛି ଏବଂ ଏହି ପରିବର୍ତ୍ତନ ଆମ ଘଡ଼ିକୁ ପ୍ରଭାବିତ କରିପାରେ। କିନ୍ତୁ କେବଳ ଗୋଟିଏ ସେକେଣ୍ଡ ପାଇଁ। ନେଚର୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗ୍ଲୋବାଲ ୱାର୍ମିଂ କାରଣରୁ ଏପରି ଘଟୁଛି।

  2. ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୧୯୯୬ ମସିହାରେ ଏନଡିପିଏସ ମାମଲାରେ ପାଲାନପୁରର ଏକ କୋର୍ଟ ଦଣ୍ଡିତ କରିଛନ୍ତି। କୋର୍ଟ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  3. ୨୦୨୨-୨୩ରେ ଭାରତର ନିବେଶ ହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩୨.୨ ପ୍ରତିଶତ ଥିବା ବେଳେ ୨୦୨୬-୨୭ ସୁଦ୍ଧା ଏହା ବଢ଼ି ୩୬.୨ ପ୍ରତିଶତରେ ପହଞ୍ଚିବ ବୋଲି ମୋର୍ଗାନ ଷ୍ଟାନଲି ରିପୋର୍ଟରେ ପ୍ରକାଶ ପାଇଛି।

  4. ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପାଇଁ ତିଆରି ହେଉଥିବା ସ୍ଵତନ୍ତ୍ର ଟ୍ରାକ୍‌ର ପ୍ରଥମ ଝଲକ୍‌ ଦେଖାଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନିଜ ଏକ୍ସ ହ୍ୟାଣ୍ଡେଲରେ ସେ ଏ ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିଛନ୍ତି।

  5. ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି। ବିଗତ ଫେବୃଆରୀ ୨୧ ତାରିଖରେ ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

  6. ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ଏମ୍‌ଡିଏମ୍‌କେ (ଭାଇକୋ ପାର୍ଟି) ତାଙ୍କୁ ଟିକେଟ ନ ଦେବାରୁ କୀଟନାଶକ ପିଇଥିବା ଇରୋଡ଼ ସାଂସଦ ଏ ଗଣେଶମୂର୍ତ୍ତିଙ୍କର ଗୁରୁବାର କୋଏମ୍ବାଟୁର ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

  7. ମାଫିଆ ଡନ୍ ମୁଖତାର ଅନସାରୀ  ମୃତ୍ୟୁବରଣ କରିଛି । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି ।

  8. ୨୦୨୨ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ୭,୩୫୦ଟଙ୍କା ନଗଦ ଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଟଙ୍କାର ମୂଲ୍ୟ ୩୫,୫୨,୬୬୬ଟଙ୍କା ରହିଥିଲା।  ଏଥିସହିତ ସୀତାରମଣ ପିପିଏଫ ପାଇଁ ୧,୫୯,୭୬୩ଟଙ୍କା ଓ ମିଚ୍ୟୁଆଲ ଫଣ୍ଡ ପାଇଁ ୫,୮୦.୪୨୪ଟଙ୍କା ନିବେଶ କରିଛନ୍ତି।

  9. ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି।

  10. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଗିରଫଦାରୀ ଉପରେ ମନ୍ତବ୍ୟକୁ ନେଇ ଭାରତ ଜଣେ ଆମେରିକୀୟ କୂଟନୀତିଜ୍ଞଙ୍କୁ ଡକାଇ ଆପତ୍ତି ଉଠାଇବାର ଦିନକ ପରେ ଆମେରିକା ନିରପେକ୍ଷ, ସ୍ୱଚ୍ଛ ଓ ସମୟୋପଯୋଗୀ ଆଇନଗତ ପ୍ରକ୍ରିୟା ପାଇଁ ପୁଣି ଥରେ ଆହ୍ୱାନ ଦେଇଛି।

  11. ଚଳିତ ବର୍ଷର ଏପ୍ରିଲ୍ ୧ରେ ଲୋକମାନେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ କରିପାରିବେ ନାହିଁ।

  12. ଆଗାମୀ ଦିନରେ ଇଲେକ୍ଟ୍ରିକ୍ କାର କ୍ରେତା ସେମାନଙ୍କୁ କାର୍ ଚାର୍ଜ କରିବାର ଟେନସନ୍ ନେବାକୁ ପଡ଼ିବ ନାହିଁ। ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦେଶର ୧୪୦୦ ପେଟ୍ରୋଲ ପମ୍ପରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବ।

  13. ଭାରତରେ ସାଇବର ଆକ୍ରମଣଜନିତ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ଆକ୍ରମଣର ମୁକାବିଲା ପାଇଁ ମାତ୍ର ୪ ପ୍ରତିଶତ ଭାରତୀୟ କମ୍ପାନୀ ସକ୍ଷମ। ଅର୍ଥାତ୍‌ ଅବଶିଷ୍ଟ ୯୬ ପ୍ରତିଶତ କମ୍ପାନୀ ସାଇବର ଆଟାକ୍‌କୁ ପ୍ରତିହତ କରିବାକୁ ସମର୍ଥ ନୁହନ୍ତି।

  14. ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ସଂଗଠନର ଇଣ୍ଡିଆ ଅନ୍‌ଏମ୍ପ୍ଲଏମେଣ୍ଟ ରିପୋର୍ଟ, ୨୦୨୪ ଅନୁଯାୟୀ ଦେଶର ବେରୋଜଗାରି ଶ୍ରମଶକ୍ତିର ୮୩ ପ୍ରତିଶତ ହେଉଛନ୍ତି ଯୁବବର୍ଗ।  ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ।

  15. ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ଭାଜପାରେ ସାମିଲ ହୋଇଛନ୍ତି।

  16. ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ।

  17. ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୌତମ ଆଦାନୀଙ୍କ ଆଦାନୀ ପାଓ୍ବରରୁ ମଧ୍ୟପ୍ରଦେଶ ପାଓ୍ବର ପ୍ରକଳ୍ପରେ ୨୬ ପ୍ରତିଶତ ଭାଗିଦାରୀ କିଣିଛି । ଏହା ସହିତ ରିଲାଏନ୍ସ, ପ୍ଲାଣ୍ଟର ୫୦୦ ମେଗାଓ୍ବାଟ୍ ବିଜୁଳି ନିଜେ ବ୍ୟବହାର କରିବା ପାଇଁ ଚୁକ୍ତି କରିଛି ।

  18. ଆସାମର ଶାସକ ଦଳ ବିଜେପିର ସହଯୋଗୀ ୟୁନାଇଟେଡ୍‌ ପିପୁଲ୍‌ସ ପାର୍ଟି ଲିବେରାଲ୍‌ସ (ୟୁପିପିଏଲ୍‌) ନେତା ବେଞ୍ଜାମିନ ବାସୁମଟାରି ବିପୁଳ ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

  19. ବିଜେପି ଛାଡିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି

  20. ଭାରତୀୟ କ୍ରିକେଟ ଦଳ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ। ୪୫ ଦିନିଆ ଉକ୍ତ ଗସ୍ତରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ୨୦୨୫ ଜାନୁଆରୀ ୭ ପର୍ଯ୍ୟନ୍ତ ଖେଳିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.