• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ଵ ପାଣିପାଗ ସଂଗଠନ କହିଛି ଯେ ଗତ ବର୍ଷ ହାରାହାରି ଭୂପୃଷ୍ଠର ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୪୫ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ବିପଜ୍ଜନକ ଭାବରେ ୧.୫ ଡିଗ୍ରି ସୀମାର ନିକଟତର ଥିଲା ଏବଂ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏଭଳି ସ୍ଥିତିକୁ ଏଡ଼ାଇବା ନିମନ୍ତେ ପଦକ୍ଷେପ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସଂକଳ୍ପବଦ୍ଧ ହୋଇଥିଲେ।
  2. ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ବିସ୍ତାର ହୋଇଥାଏ। ତେଣୁ ଏହି ସମୟ ମଧ୍ୟରେ ପାକକ୍ରିୟା ଓ ଧାର୍ମିକ କାର୍ଯ୍ୟକଳାପ ନିଷେଧ ରହିଥାଏ।
  3. ଦେଶର ରୋଗୀଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଜୀବନ ରକ୍ଷାକାରୀ ୮୦୦ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି। ଚଳିତ ୨-୨୪ ବର୍ଷ ଏପ୍ରିଲ୍ ମାସରୁ ଏସବୁ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି।
  4. ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମ କୋର୍ଟ ଅନୁମତି ଦେଇଛନ୍ତି।
  5. ବ୍ରିଟେନ୍ ସହିତ ବିଶ୍ଵର ବହୁ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପରିଲକ୍ଷିତ ହେବାରେ ଲାଗିଛି। ଜାପାନ ଏଭଳି ସ୍ଥିତିରୁ ଅଳ୍ପକେ ଦୂରେଇ ରହିଛି। ଏବେ କାନାଡ଼ା ଉପରେ ଆର୍ଥିକ ମାନ୍ଦାବସ୍ଥାର ସଙ୍କଟ ଦୃଷ୍ଟିଗୋଚର ହେବାରେ ଲାଗିଛି।
  6. ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ ।
  7. ଆୟୁ‌ର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମ‌କୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି।
  8. କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ଦେବା ସହ କହିଛନ୍ତି, ‘‘ଆସନ ବଣ୍ଟନ ନେଇ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।"
  9. ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ହାଜତରେ ଥିବା ଆପ୍ ନେତା ସଞ୍ଜୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗିରଫ ହେବା ପୂର୍ବରୁ ତାଙ୍କୁ କୌଣସି ସମନ ଜାରି କରାଯାଇ ନାହିଁ।
  10. ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସେ ଅବସାଦକୁ ଦୂର କରିବା ପାଇଁ କେଟାମାଇନ୍ ଭଳି ଔଷଧ ବ୍ୟବହାର କରିବା ନେଇ ଚର୍ଚ୍ଚାରେ ଥିଲେ ।
  11. ନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
  12. ବିଜେପିରେ ସାମିଲ ହେଲେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌।
  13. ୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ। ୪୦୦ କୋଟି ପାଉଣ୍ଡର ଧନ-ସମ୍ପତ୍ତି ନେଇ ଯାତ୍ରା କରୁଥିବା ଏହି ଜାହାଜକୁ ଶହେ ବର୍ଷ ଧରି ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା। ବର୍ତ୍ତମାନ, ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି।
  14. ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀର କ୍ଷେପଣାସ୍ତ୍ର ଆକ୍ରମଣରେ ହମାସ୍‌ ଆତଙ୍କବାଦୀ ସଂଗଠନର ଅନ୍ୟତମ ପ୍ରମୁଖ କମାଣ୍ଡର ମାରୱାନ୍‌ ଇସା ନିହତ ହୋଇଛି। ମାରୱାନ୍‌ର ମୃତ୍ୟୁ ସମ୍ପର୍କରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍‌ ସୁଲିଭାନ୍‌ ସୂଚନା ଦେଇଛନ୍ତି।
  15. ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆଗକୁ ଭୀଷଣ ରୂପ ନେଇପାରେ ବୋଲି ଜାତିସଂଘ ସତର୍କ କରାଇ ଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମୁଦ୍ର ଓ ଗ୍ଲେସିୟରରେ ରେକର୍ଡ ପରିମାଣର ବରଫ ନଷ୍ଟ ହୋଇଥିବାରୁ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଥିଲା। ଅନ୍ୟପକ୍ଷରେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଉତ୍ତାପ ବଢ଼ି ଚାଲିଥିବାରୁ ଏହା ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ବିବେଚିତ ହୋଇଛି।
  16. ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଶାହି ମସ୍‌ଜିଦ୍‌ ଇଦ୍‌ଗା ଟ୍ରଷ୍ଟ ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
  17. ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ।
  18. ‘ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ରାଇଜିଂ ଭାରତ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
  19. ଭବିଷ୍ୟତର ସମ୍ଭାବ୍ୟ ଉଚ୍ଚ ବୈଷୟିକ କୌଶଳଯୁକ୍ତ ଓ କୃତ୍ରିମ ବୁଦ୍ଧିମତା ନିୟନ୍ତ୍ରିତ ଯୁଦ୍ଧର ମୁକାବିଲା ନିମନ୍ତେ ଭାରତୀୟ ସେନା ବାହିନୀ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ହାଇଟେକ୍‌ ଯୁଦ୍ଧ ନିମନ୍ତେ ହାଇଟେକ୍‌ ସେନା ୟୁନିଟ୍‌ ‘ଷ୍ଟିଆଗ୍‌’ (ସିଗନାଲ୍‌ ଟେକ୍‌ନଲୋଜି ଇଭାଲ୍ୟୁସନ୍‌ ଆଣ୍ଡ ଆଡାପ୍‌ଟେସନ୍‌ ଗ୍ରୁପ୍‌) ଗଠନ କରାଯାଇଛି।
  20. ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.