• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମସ୍କୋରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପରେ ରୁଷ୍‌ ଏବେ ୟୁକ୍ରେନର ରାଜଧାନୀ କିବ୍‌ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍‌ରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

  2. ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି । ଭୁବନେଶ୍ବରରୁ ସାଂସଦ ଅପରାଜିତା ଷଡଙ୍ଗୀ ନିର୍ବାଚନ ଲଢିବେ । ସେହିଭଳି ପୁରୀରୁ ଲଢିବେ ସମ୍ବିତ ପାତ୍ର । କେନ୍ଦ୍ରାପଡାରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଚୟନ କରିଥିବାବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ।

  3. କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ,ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟରୁ ସେହିପରି କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନରୁ ଟିକେଟ ଦିଆଯାଇଛି ।

  4. ସ୍ବାଧୀନ ଭାରତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହୋଇଛନ୍ତି। ତିନି ଦିନ ହେଲା ଇଡି ହାଜତରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।

  5. ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପ୍ରବେଶ କରିପାରନ୍ତି। ବିହାରର ଭାଗଲପୁରରୁ କଂଗ୍ରେସ ବିଧାୟକ ଥିବା ଅଜିତ ଶର୍ମା ଝିଅ ନେହାଙ୍କର ରାଜନୀତିରେ ପ୍ରବେଶ ନେଇ ସଙ୍କେତ ଦେଇଛନ୍ତି।

  6. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ସରକାରୀ ସାକ୍ଷୀଙ୍କ କମ୍ପାନି ୫୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣିଥିବା ବେଳେ ଏହାର ସିଂହଭାଗ ବିଜେପିକୁ ମିଳିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି।

  7. ଡେମୋକ୍ରାଟିକ ପାର୍ଟି ନେତା ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କଠାରୁ ଉଭୟ ପ୍ରଚାର ଓ ସମର୍ଥନ ହାସଲରେ ବହୁତ ପଛରେ ପଡ଼ିଯାଇଛନ୍ତି।

  8. କେରଳ ବିଧାନସଭାରେ ପାରିତ ହୋଇଥିବା ୪ଟି ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଣସି କାରଣରୁ ଅନୁମୋଦନ ଦେଇନଥିବାରୁ କେରଳ ସରକାର ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରିଛନ୍ତି।

  9. ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜତରୁ ପ୍ରଥମ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦିଲ୍ଲୀର କେତେକ ଅଂଚଳରେ ଜଳସଙ୍କଟର ସମାଧାନ ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି।

  10. କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି ।

  11. ମୋବାଇଲ୍ ଶୁଳ୍କରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନିଗୁଡ଼ିକ ୨୦୧୯ ଏବଂ ୨୦୨୧ରେ ଟାରିଫ୍ ବଢ଼ାଇ ଥିଲେ।

  12. ମୋଟ ଜନସଂଖ୍ୟାକୁ ଦେ‌ଖିଲେ ଦେଶରେ ୪.୬୨ ପ୍ରତିଶତ ଲୋକଙ୍କ ପାଖରେ କ୍ରେଡିଟ୍‌ କାର୍ଡ ରହିଛି। ଲୋକସଂଖ୍ୟା ତୁଳନାରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଦେଖିଲେ ଭାରତ ବିଶ୍ବର ନିମ୍ନ ୧୦ଟି ଦେଶ ମଧ୍ୟରେ ରହିଛି।

  13. ପୂର୍ବତନ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ(ଅବସରପ୍ରାପ୍ତ) ଆର.କେ.ଏସ. ଭଦୌରିଆ ବିଜେପିରେ ଯୋଗ ଦେଇଛନ୍ତି।

  14. ଦୂରେଇବ ଯକ୍ଷ୍ମା। ଦେଶରେ ବୟସ୍କଙ୍କ ପାଇଁ ଖୁବ୍‌ଶୀଘ୍ର ଯକ୍ଷ୍ମା ଟିକା ଉପଲବ୍ଧ ହେବାକୁ ଯାଉଥିବା ଜଣାପଡିଛି। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିଃ ଏହି ଟିକା ଏମ୍‌ଟିବିଭାକ୍‌ର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିବା ରବିବାର ସୂଚନା ଦେଇଛି।

  15. ଦିଲ୍ଲୀରେ ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକ ରାଲି କରିବାକୁ ଆହ୍ବାନ କହିଛନ୍ତି। ଭାରତର କନଷ୍ଟୁଚ୍ୟୁଶନ କ୍ଲବ ଅଫ ଇଣ୍ଡିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀଦଳର ନେତାମାନେ ‘ରାମଲିଲା ମଇଦାନ ଚଲୋ’ ସ୍ଲୋଗାନ ଦେଇଛନ୍ତି।

  16. କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ବାରାଣସୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

  17. ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଇଲେକ୍ଟୋରାଲ ବଣ୍ଡ୍‌ ପ୍ରସଙ୍ଗର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି।

  18. ୫ରୁ ୧୬ ବର୍ଷ ବୟସର ୬୦ ପ୍ରତିଶତ ପିଲାଙ୍କଠାରେ ଡିଜିଟାଲ ଆସକ୍ତି ସେମାନଙ୍କ ବ୍ୟବହାରରୁ ସୂଚନା ମିଳିଥିବା ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।

  19. ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ହଁ, କାମେରନ ୫୧ ବର୍ଷ ବୟସରେ ପୁଣି ମା’ ହୋଇଛନ୍ତି।

  20. ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.