-
1.ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚି ମଙ୍ଗଳବାର କହିଛନ୍ତି ଯେ ଇରାନ ଦୀର୍ଘ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି ଏବଂ ଆମେରିକା ସହ କୌଣସି ପ୍ରକାର କଥାବାର୍ତ୍ତା ଏହାର ଏଜେଣ୍ଡାରେ ନାହିଁ।
-
2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷ ସମୟରେ ୪୬ଟି ଇରାନୀ ନୌସେନା ଜାହାଜ ବୁଡ଼ାଇ ଦିଆଯାଇଛି।
-
3.ଦୁଇ ମହାଶକ୍ତି ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି। ଟେଲିଫୋନ କଲ୍ ସମୟରେ ଇରାନ ଯୁଦ୍ଧ ଏବଂ ୟୁକ୍ରେନ ବିବାଦ ଉପରେ ଦୁଇମହାଶକ୍ତିର ରାଷ୍ଟ୍ରପତି ଆଲୋଚନା କରିଥିଲେ।
-
4.ଇରାନ ଉପରେ ଆକ୍ରମଣର ଦଶ ଦିନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ତାଙ୍କୁ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।
-
5.ଚୀନ୍ର ଜିନଜିଆଙ୍ଗ ପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଛି।
-
6.ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ହୋଇଥିବା ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
7.ଇରାନ ରାଜଧାନୀ ତେହରାନ୍ରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍ ବର୍ଷା ହୋଇଛି।
-
8.ଓଡିଶାରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୦ ମାର୍ଚ୍ଚ ଠାରୁ ୧୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ (ROTI) ରେ ଆୟୋଜିତ ହେଉଛି।
-
9.ପୁରୀ ଏକ ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଅତିରିକ୍ତ ଦୌରା ଜଜ୍ ହୃଷିକେଶ ସାହୁ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୨ହଜାର ୫୦୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଛନ୍ତି।
-
10.ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି।
-
11.ଭାରତ ଏହାର ଶକ୍ତି ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ପାଇଁ ଦ୍ରୁତ ପଦକ୍ଷେପ ନେଇଛି ଏବଂ ବର୍ତ୍ତମାନ ବିକଳ୍ପ ମାର୍ଗ ମାଧ୍ୟମରେ ୪୦ରୁ ଅଧିକ ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି।
-
12.ଓଡ଼ିଶାର ସର୍ବ ପ୍ରଥମ କଲେଜ ତଥା ଆଜିର ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମରେ ଜମି ନାହିଁ। ମୂଳ ବିଶ୍ଵବିଦ୍ୟାଳୟ ଯେଉଁ ଜମି ଉପରେ ଛିଡ଼ା ହୋଇଛି ତାହା ପୂର୍ତ୍ତ ବିଭାଗ ନାମରେ ରହିଛି। ତାହାର ମାଲିକାନା ରେଭେନ୍ସା ବିଶ୍ବବିଦ୍ୟାଳୟ ନାମକୁ ଆସିପାରୁ ନାହିଁ।
-
13.ଓଡିଶା ରାଜ୍ୟରେ ଅପରେସନ୍ ସାଇବର କବଚ ମାଧ୍ୟମରେ ମୋଟ ୩୪ ହଜାର ୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ଏହି ମାମଲାରେ ୩୩୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
-
14.ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ସେରେଣ୍ଡା ଗାଁର ରିତେଶ୍ ପ୍ରଧାନ(୩୨) ମରି ବି ଅମର ହୋଇଯାଇଛନ୍ତି। କିଡ୍ନି ଓ ଲିଭର୍ ଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି।
-
ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡ଼ା ଜିଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହେଲାଣି।
-
16.ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ସମ୍ଭବତଃ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଏହା ଘରୋଇକରଣ ହେବ। ଉକ୍ତ ଶିକ୍ଷାନୁଷ୍ଠାନକୁ ଆଦାନୀ ସ୍କିଲ ଡେଭଲପ ସେଣ୍ଟର (ଏଏସ୍ଡିସି) ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ(ପିପିପି) ମୋଡ୍ରେ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି।
-
17.ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ମୁମ୍ବାଇ ଏବଂ ଏମଏମଆରରେ ମହିଳା ସରକାରୀ କର୍ମଚାରୀଙ୍କୁ ଭିଡ଼ ଏବଂ ଟ୍ରାଫିକ୍ ଜାମ୍ରୁ ମୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ଯେ ମହିଳା ସରକାରୀ କର୍ମଚାରୀମାନେ ସକାଳ ୯ଟା ୧୫ରୁ ୯ଟା ୪୫ ମଧ୍ୟରେ କାର୍ଯ୍ୟାଳୟକୁ ଆସିବା ଉଚିତ ଏବଂ ସନ୍ଧ୍ୟାରୁ ୩୦ ମିନିଟ୍ ପୂର୍ବରୁ ଘରକୁ ଯାଇପାରିବେ।
-
18.ବାଙ୍ଗାଲୋରର ଅଲଟୋର ଖେଳପଡ଼ିଆରେ ଚାଲିଥିବା ଦୃଷ୍ଟିବାଧିତ ୩ ମ୍ୟାଚ୍ ବିଶିଷ୍ଟ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୪୯ ରନ୍ରେ ଘରୋଇ ଦଳ କର୍ଣ୍ଣାଟକକୁ ଓଡ଼ିଶା ପରାସ୍ତ କରିଛି।
-
19.ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।
-
20.ଟିମ୍ ଇଣ୍ଡିଆ ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଛି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ଦେଖି ବିସିସିଆଇ ୧୩୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
