• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି।
  2. 2.ଓଡିଶାରେ ଆସନ୍ତା ଅଗଷ୍ଟ ୨୮ ତାରିଖରେ ସୁଭଦ୍ରା ପଞ୍ଚମ କିସ୍ତି ରକ୍ଷା ବନ୍ଧନ ଦିନ ହିଁ ମିଳିବ ।

  3. 3.ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଭାଜପାର ନୂତନ ଜାତୀୟ ଦଳରେ ୧୩ ମହିଳାଙ୍କୁ ସାମିଲ କରାଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି।

  4. 4.ମୁଜାଫରନଗର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ-୩ର ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ବିଚାରପତି ରବି କୁମାର ଦିବାକର ଗତ ଚାରି ମାସରେ ୧୦ଟି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ହତ୍ୟା, ଡକାୟତି ସହ ହତ୍ୟା ଓ ଅନ୍ୟ ଗୁରୁତର ଅପରାଧ ମାମଲାରେ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ଏହି ରାୟ ଦିଆଯାଇଛି।

  5. 5.ପନ୍ଦର ବର୍ଷ ଓ ତଦୂର୍ଦ୍ଧ୍ବ ବୟସ ବର୍ଗରେ ଦେଶରେ ବେକାରି ହାର ଚଳିତ ବର୍ଷ ଜୁଲାଇରେ ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନରେ ତାହା ୫.୫ ପ୍ରତିଶତ ଥିଲା। ଗ୍ରାମାଞ୍ଚଳ ବେକାରି ହାର ଏହି ସମୟରେ ୫ ପ୍ରତିଶତରୁ ହ୍ରାସ ପାଇ ୪.୫ ପ୍ରତିଶତ ହୋଇଛି।

  6. 6.ତାମିଲନାଡୁର କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସେଫଳରେ ୭୫ ହଜାର ପର୍ଯ୍ୟନ୍ତ ସମବାୟ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ନେଇ ବିଧାନସଭାରେ ଘୋଷଣା କରିଛନ୍ତି।

  7. 7.ଇଥାନଲ୍‌ ମିଶା ଇ୨୦ ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିତର୍କରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ସାମିଲ ହୋଇଛନ୍ତି। ପୁରୁଣା ଗାଡ଼ି ପାଇଁ ଇ୧୦ ତେଲ ଫେରାଇ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

  8. 8.ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି , କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ୨୦୧୪ ପରଠାରୁ ଘଟିଥିବା ସମସ୍ତ ଛୋଟ କିମ୍ବା ବଡ଼ ପରୀକ୍ଷା ଅନିୟମିତତା ଛୋଟ କିମ୍ବା ବଡ଼ – ଉପରେ ଏକ ବ୍ୟାପକ ତଦନ୍ତ କରାଯିବ।

  9. 9.ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି।

  10. 10.ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ପାଇଁ ଇ-କେୱାଇସି କରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  11. 11.ବଲାଙ୍ଗିର ଜିଲା ଗୁଡ଼ଭେଲା ବ୍ଲକ ତୁଷୁରା ପ୍ୟାକ୍ସରେ ଧାନ କିଣାରେ ୪୨ ଲକ୍ଷ ୩୧ହଜାର ୬୦୮ ଟଙ୍କା ଆତ୍ମସାତ ଅଭିଯୋଗରେ ବଲାଙ୍ଗିର ଦୁର୍ନୀତି ନିବାରଣ (ଭିଜିଲାନ୍ସ) ବିଭାଗ ତୁଷୁରା ପ୍ୟାକ୍ସ ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ।

  12. 12.ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତିରେ ପହଞ୍ଚିବା ପାଇଁ ଧାର୍ଯ୍ୟ ୬୦ ଦିନର ସମୟସୀମା ସୋମବାର ଶେଷ ହୋଇଛି।

  13. 13.ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ସହିତ ଯୁକ୍ତରାଷ୍ଟ୍ର ଆମେରିକାରଚାଲିଥିବା ସଂଘର୍ଷ ରାସ୍ତାରେ ମଧ୍ୟପ୍ରାଚ୍ୟର କୌଣସି ରାଷ୍ଟ୍ର ପ୍ରତିବନ୍ଧକ ହେଲେ ତାହାକୁ ଉଡ଼ାଇ ଦିଆଯିବ।ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

  14. 14.ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଲୋକଙ୍କୁ ଠକୁଥିବା କଲ୍‌ ସେଣ୍ଟର ଉପରେ ଚଢ଼ଉ କରି ୪୦ ଜଣ ଚୀନ୍‌ ନାଗରିକଙ୍କ ସମେତ ୨୫୮ ଜଣ ବିଦେଶୀଙ୍କୁ ଅଟକ ରଖିଛନ୍ତି ପାକିସ୍ତାନୀ।

  15. 15.୨୦୨୬ ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍‌ର ସିଲଭର୍ ଲେଭଲ୍ ମିଟ୍‌ ଅନୁଷ୍ଠିତ ହେବା। ଏହା ୱାର୍ଲ୍ଡ ଆଥଲେଟିକ୍ସ ଓ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (AFI)ର କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.