• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାରେ କ୍ରମାଗତ ଭାବେ ଦେଖାଦେଉଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ରାୟ ୬୦୦ ବିଶେଷଜ୍ଞଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।

  2. 2.ମଙ୍ଗଳବାର ସକାଳେ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଜାହାଜରେ ଏକ ବଡ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ବ୍ରିଟିଶ ସେନାର ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମଟିଓ) ଅନୁଯାୟୀ, ଏହି ଆକ୍ରମଣ ଜାହାଜର ଇଞ୍ଜିନ୍ ରୁମ୍ କ୍ଷତିଗ୍ରସ୍ତ କରିଥିଲା

  3. 3.କେରଳ ନାମ ପରିବର୍ତ୍ତନ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏଥର କେରଳକୁ ‘କେରଳମ୍’ କୁହାଯିବ।

  4. 4.ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ହଜାରେ କୋଟିର ବନ୍ୟା ପ୍ୟାକେଜ୍ ଘୋଷଣା କରିଛନ୍ତି।

  5. 5.ଢେଙ୍କାନାଳ ପୌରାଞ୍ଚଳରେ ସରକାରୀ ଜମିରେ ଦୀର୍ଘବର୍ଷ ଧରି ରହୁଥିବା ଜଣେ ବସ୍ତିବାସିନ୍ଦାଙ୍କ ମାମଲାରେ ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କ ପାଖରେ ଯଦି ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ (ଏଲ୍‌ଆର୍‌ସି) ରହିଛି ଏବଂ ସେ ଏହାକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରନ୍ତି, ତେବେ ତାଙ୍କୁ ସମ୍ପୃକ୍ତ ଜମିରୁ ଉଚ୍ଛେଦ କରାଯିବ ନାହିଁ।

  6. 6.ତାମିଲନାଡ଼ୁ  ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ ଛୁଟି ନେଇପାରିବେ ବୋଲି ତାମିଲନାଡ଼ୁ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି।

  7. 7.କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ ମଦ୍ୟପାନ କରି ସ୍କୁଲ ଆସୁଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ନିଲମ୍ବିତ କରାଯାଇଛି।

  8. 8.ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ସକାଳେ ପୁଣିଥରେ ଦୁଇଟି ପର୍ଯ୍ୟାୟରେ ଆଉ ୭ଟି ସ୍ଲୁଇସ ଗେଟ ଖୋଲାଯାଛି।

  9. 9.ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି।

  10. 10.ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ରେ କଥିତ ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତଥା ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି।

  11. 11.ମଣିପୁରରେ ନିଷିଦ୍ଧ ସଂଗଠନ କାଙ୍ଗଲେଇପାକ କମ୍ୟୁନିଷ୍ଟ ପାର୍ଟି-ତାଇବାଙ୍ଗନାବା (କେସିପି-ତାଇବାଙ୍ଗନାବା)ର ମୁଖ୍ୟ ହାଓବିଜାମ ଦିଲୀପ ଓରଫ ତାଇବାଙ୍ଗନାବାଙ୍କ ସମେତ ୪୬ ଜଣ କ୍ୟାଡର ମଙ୍ଗଳବାର ରାଜ୍ୟ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

  12. 12.ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ବାପାଙ୍କ କହିବା ଅନୁଯାୟୀ, ତାଙ୍କର ଟିକଟକରେ ୧.୩ ନିୟୁତରୁ ଅଧିକ ଫଲୋଅର୍ସ ଥିଲେ।

  13. 13.ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି।

  14. 14.ଆମଷ୍ଟେଲଭିନ୍‌, ମହିଳା ହକି ବିଶ୍ୱକପ୍‌ ୨୦୨୬ରେ ଭାରତ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ରେ ପରାସ୍ତ କରିଛି। ମହିଳା ବିଶ୍ବକପ୍‌ ଇତିହାସରେ ଏହାକୁ ଭାରତର ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି।

  15. 15.ଚଳିତବର୍ଷ ବିଶ୍ବର ୨ୟ ଜାଭେଲିନ୍‌ ଫିଙ୍ଗାଳି ଭାବେ ୯୦ ମିଟରରୁ ଅଧିକ ଦୂରତା ହାସଲ କରିଛନ୍ତି ଜର୍ମାନୀର ଜୁଲିଆନ୍ ୱେବର। ଏଠାରେ ଚାଲିଥିବା ୟୁରୋପୀୟ ଦୌଡ଼କୁଦ ଚମ୍ପିଆନ୍‌ସିପରେ ୱେବର୍‌ ୯୦.୪୦ ମିଟର ଦୂରତା ହାସଲକରି ସ୍ବର୍ଣ୍ଣପଦକ ଜିତିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.