• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

  2. 2. ନ୍ୟୁୟର୍କର ବ୍ରୁକଲିନ୍ ସ୍ଥିତ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ ଆମେରିକା ନ୍ୟାୟ  ଆବେଦନକୁ ଗ୍ରହଣ କରି ଗୌତମ ଅଦାନୀଙ୍କ ବିରୋଧରେ ଥିବା ଜାଲିଆତି ଏବଂ ଲାଞ୍ଚ କାରବାରର ଅପରାଧିକ ଅଭିଯୋଗକୁ ଖାରଜ କରିଦେଇଛନ୍ତି।

  3. 3.କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌ ୨୦୨୬ ଲୋକସଭାରେ ଆଗତ କରିଛନ୍ତି। ରାଜ୍ୟଗୁଡ଼ିକଙ୍କ ଖଣି ରାଜସ୍ବ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଖଣି ଉପରେ ସେସ୍‌, ଶୁଳ୍କ ଓ ସେହି ଧରଣର ଟିକସ ଲଗାଇବା କ୍ଷମତାକୁ ରାଜ୍ୟମାନଙ୍କଠାରୁ କେନ୍ଦ୍ର ସରକାର ଛଡ଼ାଇ ନେବେ।

  4. 4. ‘ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ ଏପିଡେମିଓଲୋଜି’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରତି ୧ ଡିଗ୍ରୀ ତାପମାତ୍ରା ବୃଦ୍ଧିରେ ୧% ମାନସିକ ସମସ୍ୟା ବଢୁଛି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ଆଶଙ୍କା ୨୫ ପ୍ରତିଶତ ଏବଂ ସାଧାରଣ ଉଚ୍ଚ ତାପମାତ୍ରାରେ ଏହା ୧.୫% ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି।

  5. 5.ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର କରିଛି ।

  6. 6.ରିକ୍ଟର ସ୍କେଲରେ ୭.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ କଲମ୍ବିଆରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପର୍ଯ୍ୟନ୍ତ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

  7. 7.ଚଳିତ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ଭାରତୀୟ ହାଇଜମ୍ପର ବସନ୍ତ କୁମାର ମେଘୱାଲ ଇତିହାସ ରଚିଛନ୍ତି।

  8. 8.ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି।

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ।

  10. 10.ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର) ସାଂସଦମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାରାଷ୍ଟ୍ରରେ ବନ୍ୟା, ଅତ୍ୟଧିକ ବର୍ଷା, ମରୁଡ଼ି ତଥା ବିପର୍ଯ୍ୟୟ ସହାୟତା ପାଇଁ କେନ୍ଦ୍ରୀୟ ପାଣ୍ଠି ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।

  11. 11.ଜଙ୍ଗଲ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ କ୍ଷତିପୂରଣମୂଳକ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ପାଣ୍ଠିରୁ ବ୍ୟାପକ ଅର୍ଥ ବିନିଯୋଗ କରାଯାଉଛି। କିନ୍ତୁ ବିଭାଗୀୟ ଉଦାସୀନତା ଯୋଗୁ ତା’ର ଶତ ପ୍ରତିଶତ ବ୍ୟୟ ହୋଇପାରୁନି। ଫଳରେ ଯୋଜନାର ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରୁନି।

  12. 12.ମହାରାଷ୍ଟ୍ରର କଲ୍ୟାଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ରୁ ଅଧିକ ଲୋକଙ୍କୁ ବୁଲା କୁକୁର କାମୁଡ଼ିଥିବା ଜଣାପଡ଼ିଛି। 

  13. 13.ଓଡ଼ିଶା ରାଇଫଲ ସଂଘ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ୍‌ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୨୬ଜଣ ଶିବିରାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସାର୍ଟିଫିକେଟ ହାସଲ କରିଛନ୍ତି।

  14. 14.ରୁଷ୍‌-ୟୁକ୍ରେନ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ମଧ୍ୟରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରାୟ ୫ ଲକ୍ଷ ନୂଆ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଚେତାବନୀ ଦେଇଛନ୍ତି।

  15. 15.ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ ୨୦୨୬-୨୭ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି କାଂସ୍ୟ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.