-
1.ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।
-
2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
-
3.ଦେଶରେ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ, ଚିକିତ୍ସା ଓ ତଥ୍ୟ ସଂଗ୍ରହରେ ସମାନତା ଆଣିବା ପାଇଁ କ୍ୟାନ୍ସରକୁ ଅଧିସୂଚିତ (ସୂଚନୀୟ) ରୋଗ ଭାବେ ଘୋଷଣା କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି।
-
4.କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି , ଭାରତରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଅର୍ଥାତ୍ ପ୍ରତି ଘଣ୍ଟାରେ ପ୍ରାୟ ୨୦ ଜଣଙ୍କ ଜୀବନ ଯାଉଛି।
-
5.ଯୋଗାଯୋଗ ଉପଗ୍ରହ ନେଇ ଉଡ଼ାଣ ଆରମ୍ଭ କରିଥିବା ଚୀନ୍ର ଲଙ୍ଗ୍ ମାର୍ଚ୍ଚ-୭ଏ ରକେଟ୍ ଉତ୍କ୍ଷେପଣ ବିଫଳ ହୋଇଛି।
-
6.ଜୁଲାଇ ୨୦୨୬ ସୁଦ୍ଧା ଓଡ଼ିଶାରେ ସମୁଦାୟ ରାଜସ୍ୱ ଆଦାୟ ୭.୩% ବଢ଼ି ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି। ପୁଞ୍ଜି ବ୍ୟୟ ମଧ୍ୟ ୨୦.୨% ବଢ଼ି ୧୧,୩୦୦ କୋଟି ଟଙ୍କା ହୋଇଛି।
-
7.କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି। ତଲନାଗିରୁ ଘୁଟ୍ରୁଖାଲା ହୋଇ ମାଲିଗାଁକୁ ଯୋଡ଼ିବା ପାଇଁ ଘୁଟ୍ରୁଖାଲାଠାରେ ୧୨୫ କୋଟି ଟଙ୍କାର ବୃହତ ପ୍ରକଳ୍ପ ଅଧୀନରେ ୨୪୬ ମିଟର ଦୀର୍ଘ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ହେବ ।
-
8.ଉଦ୍ୟୋଗୀ ମାନବ ସରଦାନା ୨୭୧ କୋଟି ଟଙ୍କା ଦେଇ ଏକ ବିଳାସପୂର୍ଣ୍ଣ ପେଣ୍ଟ୍ ହାଉସ୍ କିଣିଛନ୍ତି।
-
9.ବିହାରର ବାଙ୍କୀପୁରରେ ବିଜେପିର ଦୀର୍ଘ ୩ ଦଶନ୍ଧିର ଦଖଲକୁ ଶେଷ କରିଥିବା ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର ଯୁବକଙ୍କୁ ଚାକିରି ଦିଆଯିବ ବୋଲି ସେ କହିଛନ୍ତି।
-
10.ଏଫ୍ଏସ୍ଏସ୍ଏଆଇ ପାନ ମସଲା ପ୍ୟାକେଜିଂରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ ସଂପୂର୍ଣ୍ଣ ନିଷେଧ କରିବା ସହ ଏଥିପାଇଁ ନୂତନ ପ୍ୟାକେଜିଂ ଆବଶ୍ୟକତା ନିର୍ଦ୍ଧାରଣ କରିଛି। ପାନ ମସଲା ପ୍ୟାକେଜିଂ ପାଇଁ କେବଳ ଟିଣ ଓ କାଚ ସହ କାଗଜ , ପେପରବୋର୍ଡ କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରାଯାଇପାରିବ।
-
11.ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆ ବିମାନ ଏଆଇ୨୩୭୯ର ପାଇଲଟ୍-ଇନ୍-କମାଣ୍ଡଙ୍କ ଡୋପ୍ ଟେଷ୍ଟ ପୁଣି ଥରେ ପଜିଟିଭ୍ ଆସିଛି।
-
12.ଟାଟା ଟ୍ରଷ୍ଟସ୍ ଉପାଧ୍ୟକ୍ଷ ବିଜୟ ସିଂହ ସାର୍ ରତନ ଟାଟା ଟ୍ରଷ୍ଟରୁ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୧୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।
-
13.ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ନେଇ ଅବସରପ୍ରାପ୍ତ ଅଧିକାରୀମାନେ ସ୍ଥାୟୀ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିପାରିବା ପାଇଁ ଆହ୍ବାନ ଦିଆଯାଇଛି।
-
14.ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର କ୍ଷେତ୍ର ପରୀକ୍ଷଣକୁ ମଞ୍ଜୁରି ଦେଇଛନ୍ତି। ୧୦୦ କୋଟି ଲେଖାଏଁ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ଜାରି କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
-
15.ଭେନେଜୁଏଲାରେ ଆମେରିକା ଦ୍ୱାରା ଜବତ ହୋଇଥିବା ଦୁଇଟି ତେଲ ଟ୍ୟାଙ୍କର୍ ଏବେ ସ୍କ୍ରାପ୍ ଭାବରେ ବିକ୍ରି ହୋଇଛି। ଏହି ଦୁଇଟି ଟ୍ୟାଙ୍କର୍ ଭାରତକୁ ଅଣାଯିବ ଏବଂ ସ୍କ୍ରାପ୍ ଭାବରେ ଖଣ୍ଡଖଣ୍ଡ କରି ଭାଙ୍ଗି ଦିଆଯିବ।
-
16.କମ୍ପ୍ରେହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍ୟୁଟି) ପୂର୍ବବର୍ଷର ସମାନ ସମୟ ତୁଳନାରେ କ୍ରୁଟ୍ର ବସ୍ ଦୁର୍ଘଟଣାରେ ୫୨ ପ୍ରତିଶତ ହ୍ରାସ ଘଟିଛି ।
-
17ରାଜସ୍ଥାନର ଜଣେ ଚାଷୀ ଚୋରିରୁ ରକ୍ଷା ପାଇବା ପାଇଁ ତାଙ୍କ କ୍ଷେତରେ ୫,୦୦,୦୦୦ ଲକ୍ଷ ଟଙ୍କା ମାଟି ତଳେ ଏକ ବ୍ୟାଗରେ ପୋତି ରଖିଥିଲେ। କିନ୍ତୁ ସେ ଭୁଲିଗଲେ କେଉଁଠାରେ ଲୁଚାଇ ରଖିଥିଲେ। ପ୍ରାୟ ଗୋଟିଏ ବର୍ଷ ପରେ ଟଙ୍କା ଉଦ୍ଧାର କରାଯାଇଥିଲା, କିନ୍ତୁ ସେତେବେଳକୁ କୀଟ ଅଧିକାଂଶ ନୋଟ ନଷ୍ଟ କରି ଦେଇଥିଲା।
-
18କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ (e2W) କୁ ପ୍ରୋତ୍ସାହନ ଦେବା ପାଇଁ ସବସିଡି ଆକାରରେ ଅତିରିକ୍ତ ୧୦୦୦ କୋଟି ଟଙ୍କାର ରାଶି ଦେବାକୁ ଯାଉଛନ୍ତି। ଏହି ଟଙ୍କା PM E-DRIVE ଯୋଜନା ଅଧୀନରେ ଦିଆଯିବ। ଏହା ସହିତ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଉପରେ ମିଳୁଥିବା ପ୍ରୋତ୍ସାହନ ରାଶିର ସୁବିଧା ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରହିବ।
-
19.ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଚି। ରିପୋର୍ଟ ଅନୁଯାୟୀ ୧୫ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି ଏବଂ ୨୦ ରୁ ଅଧିକ ନିଖୋଜ ଅଛନ୍ତି।
-
20.ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ କ୍ରିକେଟର ଅଭିଷେକ ପୋରେଲ ଗିରଫ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
