-
1.ଆର୍କଟିକ୍ ଅଞ୍ଚଳରେ ଉତ୍ତେଜନା ବଢୁଥିବା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଚେତାବନୀ ଦେଇଛନ୍ତି। ଏହାସହ ଏସିଆ-ପ୍ରଶାନ୍ତ ଅଞ୍ଚଳରେ ନାଟୋର ବଢୁଥିବା ଉପସ୍ଥିତିକୁ ନେଇ ସେ ଆପତ୍ତି ଉଠାଇଛନ୍ତି।
-
2.ପାକିସ୍ତାନର ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଥିବା ନେଇ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି।
-
3.ଭାରତରେ ଥିବା ୩୦୦ଟି ଅତି ଧନୀ ପରିବାର ପାଖରେ ୧୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ଏହି ପରିବାରଗୁଡ଼ିକର ସମ୍ପତ୍ତି ୨୦୨୪ରେ ୩୦ ଲକ୍ଷ କୋଟି ଟଙ୍କା ବଢ଼ିଥିଲା।
-
4.ଲୋକସଭା ଆସନର ପୁନର୍ବିନ୍ୟାସ ବା ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ସମ୍ପର୍କିତ ବିଲ୍କୁ ନେଇ କେନ୍ଦ୍ର ସରକାର ଏବେ ପଛକୁ ହଟିଥିବା ଜଣାପଡ଼ିଛି।
-
5.ରାଜ୍ୟ କ୍ୟାବିନେଟ୍ର ୬ଟି ବିଭାଗର ଆଜି ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି।
-
6.ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଆରତୀ ସ୍ଥଳର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ସନ୍ଧ୍ୟା ଆରତୀକୁ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
-
7.ଭଦ୍ରକ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାରେ ଗତ ମଇ ମାସଠାରୁ ଏଯାବତ ଘଟିଥିବା ୬ ଟି ଡକାୟତି ମାମଲାରେ ୬ ଜଣ ଡକାୟତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରି ଓଡ଼ିଶା ଅଣାଯାଇଛି।
-
8.ରୁପା ଅଳଙ୍କାର ଓ ସାମଗ୍ରୀର ଅଗ୍ରଣୀ ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମାକୁ ନଜରରେ ରଖି ୯୨.୫ ଷ୍ଟର୍ଲିଂ ରୁପାରେ ପ୍ରସ୍ତୁତ ରାକ୍ଷୀ ଓ ବ୍ରେସ୍ଲେଟ୍ର ବ୍ୟାପକ ସମ୍ଭାର ଉନ୍ମୋଚନ କରାଯାଇଛି।
-
9.ଦେଶରେ ସରକାରୀ ତେଲ ଓ ଗ୍ୟାସ୍ ବିତରଣ କମ୍ପାନିଙ୍କ କ୍ଷତି ଲଗାତାର ବଢ଼ିବାରେ ଲାଗିଛି। ୨୦୨୬ ଜୁଲାଇ ସୁଦ୍ଧା ଏହି କମ୍ପାନିଗୁଡ଼ିକର କ୍ଷତି ପ୍ରାୟ ୫୯ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି।
-
10.ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସହାୟତାରେ ନିଆଯାଉଥିବା ନିଷ୍ପତ୍ତି ପାଇଁ ମଣିଷ ହିଁ ଉତ୍ତରଦାୟୀ ରହିବ। ଆଲଗରିଦିମ କିମ୍ବା ପ୍ରଯୁକ୍ତିସେବା ପ୍ରଦାନକାରୀଙ୍କୁ ଦୋଷଦେଇ ବ୍ୟାଙ୍କ ଖସିଯାଇପାରିବ ନାହିଁ।
-
11.ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଢ଼ିଲା ଅଡୁଆ। ତାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ଘଟଣାର ତଦନ୍ତ କରିଥିବା କମିଟି ତାଙ୍କୁ ଦୋଷୀ ଦର୍ଶାଇଥିବା ସୂଚନା ମିଳିଛି।
-
12.ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି। ଅଗଷ୍ଟ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମୋଟ ୧୦,୯୮୮ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୮ଟି ଗାଡ଼ି ଜବତ କରାଯାଇଛି।
-
13.ପଶ୍ଚିମବଙ୍ଗ ସ୍ପେସାଲ୍ ଇଣ୍ଟେନସିଭ ରିଭିଜନ (ଏସଆଇଆର)ରେ ହଟା ଯାଇଥିବା ଭୋଟରଙ୍କ ସୂଚନା ପ୍ରଦାନ କରିବା ପାଇଁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଆପିଲେଟ୍ ଟ୍ରାଇବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ବିବରଣୀ ମାଗିଛନ୍ତି।
-
14.କ୍ୟାନ୍ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।
-
15.ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି।
-
16.ଯୁବଗୋଷ୍ଠୀ ଓ ଶିକ୍ଷାର୍ଥୀଙ୍କ ସ୍ୱର ବନିବାକୁ ସିଜେପି ଉଦ୍ୟମ କରୁଥିବା ବେଳେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏସବୁ ଭିତରେ ହିଁ ଦୀପକେ ସିଜିନ ୨ ଆରମ୍ଭ ହେବା ସମ୍ପର୍କରେ ସୂଚନା ଦେଇଛନ୍ତି।
-
17.ତମାଖୁ ଓ ନିକୋଟିନ ମିଶ୍ରିତ ଗୁଟଖାର ଉତ୍ପାଦନ, ସଂରକ୍ଷଣ, ବିତରଣ ଓ ବିକ୍ରି ଉପରେ କର୍ଣ୍ଣାଟକା ସରକାର ବର୍ଷକ ପାଇଁ ସଂପୂର୍ଣ୍ଣ ଲୋକ ରୋକ ଲଗାଇ ଦେଇଛନ୍ତି। ବାସ୍ତବରେ କର୍ଣ୍ଣାଟକା ରାଜ୍ୟର ଖାଦ୍ୟ ସୁରକ୍ଷା କମିଶନର ୨୦୨୬ ଜୁନ ୧୫ରୁ ଏପରି ବ୍ୟାନ ବିଜ୍ଞପ୍ତି ଜାରି କରିଛନ୍ତି।
-
18.ରାଜ୍ୟରେ ବିନା ବୀମାରେ ରାସ୍ତାରେ ଗଡ଼ୁଛି ୬୫ଲକ୍ଷରୁ ଅଧିକ ଗାଡ଼ି। ବୀମା ନଥିବା ଗାଡ଼ିର ମାଲିକମାନଙ୍କ ଉପରେ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ପରିବହନ ବିଭାଗ। ବୈଧ ବୀମା ନଥାଇ ଗାଡ଼ି ଚଳାଉଥିଲେ ଏଣିକି ସ୍ୱୟଂକ୍ରିୟ ଭାବେ ଇ-ଚାଲାଣ କଟିବ।
-
19.ଓଡ଼ିଶାର ସହରାଂଚଳ ତୁଳନାରେ ଗ୍ରାମାଂଚଳରେ ଦରଦାମ ହାର ହୁ ହୁ ହୋଇ ବଢ଼ୁଛି । ରାଜ୍ୟର ଗାଁଗୁଡ଼ିକରେ ମୁଦ୍ରାସ୍ପୀତି ହାର ୫.୧୨% ରହିଥିବାବେଳେ ସହରାଂଚଳରେ ଅପେକ୍ଷାକୃତ କମ୍ ହାରାହାରି ୪.୦୨ ପ୍ରତିଶତ ରହିଛି। ଏପରିକି ଜାତୀୟ ହାରଠୁ ବି ଓଡ଼ିଶାର ଦରଦାମ ହାର ଅଧିକ ରହିଛି।
-
20.ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ବଦଳିଲେ । ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀ ହେଲେ ନୂଆ ଚିଫ୍ ୱାର୍ଡେନ। ଏହା ସହିତ ବଦଳିଛନ୍ତି ୨ ଜଣ ଡେପୁଟି ଚିଫ୍ ୱାର୍ଡେନ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ତତ୍କାଳୀନ ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ନିଆଯାଇଛି ଏହି ପଦକ୍ଷେପ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
