- 1.କଲମ୍ବିଆରେ ସୋମବାର ଘଟିଥିବା ୭.୪ ତୀବ୍ରତାର ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୬୫ରେ ପହଞ୍ଚିଛି।
-
2.ଭାରତର ସିଙ୍ଗଲ୍-ମୋଡ୍ ଅପ୍ଟିକାଲ ଫାଇବର୍ ଆମଦାନି ଉପରେ ଚୀନ ଲଗାଇଥିବା ଆଣ୍ଟି ଡ୍ରମ୍ପିଂ ଡ୍ୟୁଟି ବା ପ୍ରତିସ୍ତୂପୀକରଣ ଶୁଳ୍କକୁ ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛି। ଚୀନ ୭.୪ ପ୍ରତିଶତରୁ ୩୦.୬ ପ୍ରତିଶତ ହାରରେ ଉକ୍ତ ଶୁଳ୍କ ଆଦାୟ କରୁଛି ।
-
3.ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ ଦେଖାଯାଇଥିଲା।
-
4. ସମଗ୍ର ଦେଶରେ 'ହର୍ ଘର୍ ତିରଙ୍ଗା ୨୦୨୬' ଅଭିଯାନକୁ ବେସ୍ ଉତ୍ସାହ ପ୍ରକାଶ ପାଇଛି। ଓଡିଶା ରାଜ୍ୟର ୩୦ଟି ଜିଲ୍ଲାରୁ ମିସନ୍ ଶକ୍ତିର ମହିଳାମାନେ ମିଳିମିଶି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମ୍ପୂର୍ଣ୍ଣ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାର ଲକ୍ଷ୍ୟ ପୂରଣ କରିଛନ୍ତି।
-
5.ନିଟ୍-ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନାମଲେଖା ପାଇଁ କାଉନସେଲିଂ ଓ ସିଟ୍ ଆଲଟମେଣ୍ଟ ଆରମ୍ଭ ହୋଇସାରିଛି।
-
6.ଆପ୍ ଜରିଆରେ କ୍ୟାବ୍ ସେବା ଯୋଗାଇ ଦେଉଥିବା ସଂସ୍ଥା ଓଲା, ଉବର୍, ରାପିଡୋ ଭଳି ସଂସ୍ଥା ଆଉ ଶୀଘ୍ର ବୁକିଂ କନ୍ଫର୍ମ କରିବାକୁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ମାଗିପାରିବେ ନାହିଁ।
-
7.ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିରୋରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ ବିଜେପି ସାଂସଦ ନାଗେନ୍ଦ୍ର ରାୟଙ୍କ ବିରୋଧରେ ପଶ୍ଚିମବଙ୍ଗ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ସରକାର ନାଗେନ୍ଦ୍ରଙ୍କୁ ଦିଆଯାଇଥିବା ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବଙ୍ଗ ବିଭୂଷଣ’ ପ୍ରତ୍ୟାହାର କରିନେଇଛନ୍ତି ।
-
8.ନାଟୋ ଶିଖର ସମ୍ମିଳନୀରେ ଯୋଗଦେବା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କେଉଁଠାରେ ରହୁଥିଲେ, ତାହା ଇରାନ୍ର ଗୁଇନ୍ଦା ଅଧିକାରୀମାନେ ଜାଣିଥିଲେ ବୋଲି ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି।
-
9.ଝାଡ଼ଖଣ୍ଡର ରାଞ୍ଚିରେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରିବା ମାମଲାରେ ପୁଲିସ ୬୦୦ ଆନ୍ଦୋଳନକାରୀଙ୍କ ବିରୋଧରେ ଏକ ଏଫ୍ଆଇଆର ରୁଜୁ କରିଛି। ଏହି ମାମଲାରେ ୧୦୦ ଜଣ ଆନ୍ଦୋଳନକାରୀଙ୍କ ନାମ ଉଲ୍ଲେଖ କରାଯାଇଥିବା ବେଳେ ୫୦୦ ଜଣ ଅଜ୍ଞାତ ଛାତ୍ର ଓ ଅନ୍ୟ ଆନ୍ଦୋଳନକାରୀଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି।
-
10.ବୌଦ୍ଧ ଜିଲ୍ଲାକୁ କୁଷ୍ଠ ରୋଗମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ।
-
11.ୟୁକ୍ରେନ ଉପରେ ପୁନର୍ବାର ରୁଷ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କିଭ୍ ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ରାତିସାରା ହୋଇଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି।
-
12.ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ ନିବୃତ୍ତ କରିବା ନିଷ୍ପତ୍ତିରୁ ବାର୍ କାଉନସିଲ ଓହରିଗଲା।
-
13.ବାରିପଦା ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ ।ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
-
14.ଭରାତ ପାଇଁ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ। ଯାହାକି ଅଂଚଳ ପାଇଁ ଗର୍ବ ର ବିଷୟ। ନାଇଜେରିଆର ଲାଗୋସଠାରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍-୨୦୨୬।
-
15.ପର୍ତ୍ତୁଗାଲର ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ବାନ୍ଧବୀ ମଡେଲର ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
