-
1.୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ଏହି ସ୍କିମ୍ରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ମହିଳାଙ୍କୁ ୫ ବର୍ଷରେ ୫୦,୦୦୦ ଟଙ୍କା ମିଳିବ।
-
2.ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ,ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ ନିଯୁକ୍ତି ପରେ ଆଗାମୀ ଦିନରେ ଆଉ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
-
3.ମୁଖ୍ୟମନ୍ତ୍ରୀ କହିଛନ୍ତି, OCS ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ନିୟମକୁ ହଟାଯିବ। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବୟସସୀମା ମଧ୍ୟରେ ରହିଥିଲେ ଅଧିକ ଥର ପରୀକ୍ଷା ଦେଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାକିରି ପାଇଁ ସର୍ବାଧିକ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି।
-
4.ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୪.୧୩୬ ବିଲିଅନ ଡଲାରର ବୃଦ୍ଧି ଘଟି ୭୦୭.୦୦୨ ବିଲିଅନ ଡଲାରରେ ପହଞ୍ଚିଛି।
-
5. ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ବର୍ଷ ମଧ୍ୟରେ ସରକାର ଏକ କୋଟି ଯୁବକଙ୍କୁ AI ଦକ୍ଷତାରେ ତାଲିମ ଦେବାର କାର୍ଯ୍ୟ ଗ୍ରହଣ କରିବେ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କୋଚିଂ କ୍ଲାସଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ବୋଝ ସୃଷ୍ଟି କରେ, ଏବଂ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ କୋଚିଂ ଯୋଗାଇ ଦିଆଯିବ।
-
6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ ପାଇଁ ଦେଶକୁ ନୂତନ ଶକ୍ତି ଏବଂ ଏକ ନୂତନ ଦିଗ ଆବଶ୍ୟକ। ଭାରତର ୭ଟି ପ୍ରମୁଖ ଶକ୍ତି ଉପରେ ଆଲୋକପାତ କରିଥିଲେ ।
-
7.ଭାରତର ୭ଟି ପ୍ରମୁଖ ଶକ୍ତି-ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଗତି ଶକ୍ତି, ପ୍ରତିରକ୍ଷା ଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ଏବଂ ଭାରତର ନରମ ଶକ୍ତି।
-
8.କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍ ଟ୍ୟାକ୍ସ’ ରେ ହ୍ରାସ କରିଛନ୍ତି। ୱିଣ୍ଡଫଲ୍ ଟ୍ୟାକ୍ସ ବିଶେଷ କରି ପେଟ୍ରୋଲିୟମ୍ ରପ୍ତାନି ଉପରେ ଆଦାୟ କରାଯାଉଥିବା ଏକ ଶୁଳ୍କ।
-
9.ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ, ଜଣେ ବୟସ୍କ ବ୍ୟକ୍ତି ଦିନକୁ ୫ ଗ୍ରାମରୁ କମ୍ ଲୁଣ ଖାଇବା ଉଚିତ। ଅର୍ଥାତ୍ ପ୍ରାୟ ଏକ ଛୋଟ ଚାମଚରୁ କମ୍ ଲୁଣ। ଏହା ପ୍ରାୟ ୨୦୦୦ ମିଲିଗ୍ରାମ ସୋଡିୟମ ସହ ସମାନ। ଲୁଣରେ ଥିବା ସୋଡିୟମ ଶରୀର ପାଇଁ ଆବଶ୍ୟକ।
-
10.ବିଶ୍ୱରେ ଲୋକମାନେ ହାରାହାରି ପ୍ରତିଦିନ ପ୍ରାୟ ୪୨୭୮ ମିଲିଗ୍ରାମ ସୋଡିୟମ, ଅର୍ଥାତ୍ ପ୍ରାୟ ୧୧ ଗ୍ରାମ ଲୁଣ ଗ୍ରହଣ କରୁଛନ୍ତି। ଏହା WHO ପକ୍ଷରୁ ସୁପାରିସ କରାଯାଇଥିବା ସୀମାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ।
-
11.ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଏବଂ ଠେଲାପେଲା ଭିତରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ଦର୍ଶନ ପାଇଁ ଆସିଥିବା ଜଣେ ୭୫ ବୟସ୍କ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।
-
12.NALSAR ଛାତ୍ରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ମଧ୍ୟରେ ବାର କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ)ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଆଇନ ଛାତ୍ରମାନଙ୍କୁ କ୍ଷମା ମାଗିଛନ୍ତି।
-
13.ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂମିକମ୍ପ ରେ ୩୮ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି।
-
14.ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ଓଡ଼ିଶା ସର୍କଲ ନିଜ ସମ୍ପତ୍ତି ଜରିଆରେ ମୋଟା ଅଙ୍କର ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି
-
15.ଓଡ଼ିଶା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ୧୫ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
