-
1.ଆମେରିକା, ପାକିସ୍ତାନ, ବାଂଲାଦେଶ, ବ୍ରିଟେନ ଭଳି ଦେଶର ୪୨,୦୦୦ରୁ ଅଧିକ ଲୋକଙ୍କ ମତାମତକୁ ଆଧାର କରି ପ୍ରସ୍ତୁତ ରିପୋର୍ଟରେ ଭାରତ ଏକ ପସନ୍ଦଯୋଗ୍ୟ ରାଷ୍ଟ୍ର ବିବେଚନା କରାଯାଇଛି। ଭାରତ ସମ୍ପର୍କରେ ୪୫% ଲୋକ ସକାରାତ୍ମକ ମତ ଦେଇଥିବାବେଳେ ୪୧% ନକାରାତ୍ମକ ମତ ଦେଇଇଛନ୍ତି।
-
2.UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ ସୋସିଓଲୋଜି ଏହି ୩ଟି ବିଷୟର ପରୀକ୍ଷା ପୁଣି ଥରେ କରାଇପାରେ । ଏହି ୩ଟି ପେପରକୁ ନେଇ ଅଭିଯୋଗ ଆସିବା ପରେ NTA ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା।
-
3.କେରଳରେ ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
-
4.ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।
-
5.ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
-
6.କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହେଇଛନ୍ତି।
-
7.ବିଶିଷ୍ଟ ଚିତ୍ରଶିଳ୍ପୀ, ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ୮୬ ବୟସରେ ଦେହାନ୍ତ ହୋଇଯାଇଛି।
-
8.ଆମେରିକା ସୈନ୍ୟଙ୍କୁ ହତ୍ୟା କରିବା କିମ୍ବା ବନ୍ଦୀ କରିବା ପାଇଁ ଇରାନ ରବିବାର ବିପୁଳ ପୁରସ୍କାର ରାଶି ଘୋଷଣା କରିଛି। ଆମେରିକାର ଜଣେ ସୈନ୍ୟଙ୍କୁ ହତ୍ୟା କଲେ କିମ୍ବା ଧରିଲେ ୩୦,୦୦୦ ଡଲାର ମୂଲ୍ୟର ପୁରସ୍କାର ରାଶି ପାଇବେ ବୋଲି ଇରାନ ଘୋଷଣା କରିଛି।
-
9.ବିଦେଶରେ ଥିବା ଅଘୋଷିତ ସମ୍ପତ୍ତି ଘୋଷଣା କରି ବୈଧ କରିନେବାକୁ ଛୋଟ ଛୋଟ ଟିକସଦାତାଙ୍କ ପାଇଁ ଏକ ସର୍ବକ୍ଷମା ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏଥିପାଇଁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
-
10.ଆସନ୍ତା ୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ସମ୍ଭାବନା ରହିଛି। ବ୍ରୋକରେଜ୍ ସଂସ୍ଥା ଇକ୍ବିରସ୍ ଏଭଳି ଆକଳନ କରିଛି।
-
11.ଭୁବନେଶ୍ବରର ଏକ ଷ୍ଟାର୍ଟଅପ୍ ସଂସ୍ଥା ‘ସେରେନ୍ଡିପିଟି ସ୍ପେସ୍’ ଏହାର ଉପଗ୍ରହ ନମୁନାକୁ ସଫଳତାର ସହ ପରୀକ୍ଷଣ କରିଛି। ପୃଥିବୀ ବାହାରେ ଔଷଧ ଉତ୍ପାଦନ କରିବାରେ ଏହା ଭାରତର ପ୍ରଥମ ସଫଳ ଉଦ୍ୟମ ଥିଲା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
-
12.ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଓଏନ୍ଜିସି ପାଇଁ ଭେନେଜୁଏଲାରେ ଅଧିକ ନିବେଶ ବାଟ ଫିଟିଛି। ପୂର୍ବରୁ ଏ ନେଇ ଆମେରିକା ଲଗାଇଥିବା କଟକଣାକୁ ହଟାଇ ଦେଇଛି।
-
13.ସରକାର ଏକ ନୂଆ ଯୋଜନା ହାତକୁ ନେଇଛନ୍ତି। ସେହି ଯୋଜନା ମୁତାବକ ଭାରତ ପ୍ରଥମ ଥର ପାଇଁ ସରକାରୀ ଓ ଘରୋଇ ବିଶୋଧନାଗାର ସହ ଅପଷ୍ଟ୍ରିମ୍ କମ୍ପାନିଗୁଡ଼ିକ ପାଇଁ ଏଲ୍ପିଜି ଉତ୍ପାଦନ ଲକ୍ଷ୍ୟ ପ୍ରଦାନ କରିଛି। ଏଥିରେ ୨୧ଟି ବିଶୋଧନାଗାର ଓ ଅପଷ୍ଟ୍ରିମ୍ କମ୍ପାନିଙ୍କ ଲାଗି ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି। ଦୈନିକ ସେମାନେ ୬୩,୮୧୦ ଟନ୍ ଏଲ୍ପିଜି ଉତ୍ପାଦନ କରିପାରିବେ,
-
14.ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ ଓଏସ୍ଆର୍ଟିସିର ଭଲ୍ଭୋ ବସ୍ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଜଣେ ମହିଳା ଓଡ଼ିଶା ଟ୍ୟାକ୍ସସେସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ (ଓଟିଏଏସ୍) ଟ୍ରେନିଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଛି।
-
15.ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ ପାନ ମସଲା’ ବିଜ୍ଞାପନ ସମ୍ପର୍କରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଏହି ତିନି ଅଭିନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
