• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲି. (ଇମ୍ଫା)ର ସାମାଜିକ ଶାଖା ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ପକ୍ଷରୁ ଚଳିତବର୍ଷ ‘ଶାରଳା ପୁରସ୍କାର’ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟିର ପୂର୍ବତନ ବୈଜ୍ଞାନିକ ଡ. ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ।
  2. 2. ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଓଡ଼ିଶୀ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ୍ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।ଉଭୟଙ୍କୁ ମାନପତ୍ର, ତାମ୍ରଫଳକ ସହ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

  3. 3.ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ (ଏଫ୍‌ବିଆଇ) ତଥ୍ୟ ଅନୁଯାୟୀ, ଆମେରିକାରେ ଶିଖ୍‌ ବିରୋଧୀ ଅପରାଧ ମାମଲା ୨୪.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ହିନ୍ଦୁ ବିରୋଧୀ ହିଂସା ମାମଲା ମଧ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇଛି।

  4. 4.କଂଗ୍ରେସ ଆଗାମୀ ଦିନରେ ନିଜର ସମସ୍ତ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର କେବଳ ପ୍ରଥମ ଦୁଇଟି ପଦ (୧୯୩୭ ସଂସ୍କରଣ) ହିଁ ଗାନ କରିବ ବୋଲି ନିଷ୍ପତ୍ତି ନେଇଛି।

  5. 5.ପ୍ରଥମ ଥର ପାଇଁ ଶ୍ରୀନଗର ଗସ୍ତରେ ଆସିଥିବା ଗୋର ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ସାକ୍ଷାତ୍‌ କରିଥିଲେ।ଗୋର କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଅଞ୍ଚଳର ବର୍ତ୍ତମାନ ସ୍ଥିତିକୁ ନେଇ ଆମେରିକା ନଜର ରଖିଛି।

  6. 6.ଗୋଲ୍ଡେନ ଟେମ୍ପଲ ଏକ୍ସପ୍ରେସ୍‌ରେ ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କର ଅନ୍ୟ ଜଣେ ଯାତ୍ରୀଙ୍କ ସହ ଝଗଡ଼ା ହେବାରୁ ସେ ତାଙ୍କ ଉପରକୁ ଅଗ୍ନିନିର୍ବାପକ ସ୍ପ୍ରେ ପକାଇଥିଲୋ।

  7. 7. ୧୬ ବର୍ଷର ପୁଅ  ଇକବାଲ  ଘର ଛାଡି ପୋଖରୀରେ  ରହିବାର ୫ ବର୍ଷ ହୋଇଗଲାଣି । କେବେ କେବେ  ୪-୫ ଦିନ ତ  କେବେ  ୭ ଦିନ ପର୍ଯ୍ୟନ୍ତ ପାଣିରେ ରହିଯାଉଛି। ଯନ୍ତ୍ରଣାରୁ ପାଇବ ମୁକ୍ତି । ଇକବାଲର ଚକିତ୍ସା ପାଇଁ  ହାତ  ବଢାଇଛନ୍ତି  ଅନନ୍ତ ଅମ୍ବାନୀ ।

  8. 8.ଓଡିଶା ରାଜସ୍ବ ବିଭାଗର ସେବା ଡିଜିଟାଲ୍‌ ହୋଇଛି। ୯୪୩୭୨୯୨୦୦୦ ହ୍ବାଟସଆପ୍ ନମ୍ବରରେ ଆବେଦନ କରି ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରାଯାଇପାରିବେ। ଏହାସହ ଅଭିଯୋଗ ଗ୍ରହଣ, ଅଗ୍ରଗତି, ପଦକ୍ଷେପ ଆଦି ପ୍ରତ୍ୟେକ ପର୍ଯ୍ୟାୟର ସୂଚନା ମିଳିପାରିବ।

  9. 9.ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ  'ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫' (PWDVA) ଏବଂ 'ଯୌତୁକ ନିରୋଧ ଆଇନ, ୧୯୬୧' ବିଷୟରେ ରାଜ୍ୟସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

  10. 10.ଦେଶରେ ଘରୋଇ ପାଇପ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ (ପିଏନଜି) ବ୍ୟବହାର ବଢ଼ାଇବା ପାଇଁ କେନ୍ଦ୍ର ସରକାର ନୂଆ ପ୍ରୋତ୍ସାହନ ଯୋଜନା ଆଣିଛନ୍ତି। ଏହି ଯୋଜନା ଅଧୀନରେ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌ (ସିଜିଡି) କମ୍ପାନିଗୁଡ଼ିକୁ ପ୍ରତ୍ୟେକ ଅତିରିକ୍ତ ସକ୍ରିୟ ତଥା ବିଲ୍‌ ହେଉଥିବା ଘରୋଇ ପିଏନଜି ସଂଯୋଗ ପାଇଁ ୨୦୦ ଷ୍ଟାଣ୍ଡାର୍ଡ କ୍ୟୁବିକ୍‌ ମିଟର ଅତିରିକ୍ତ ଶସ୍ତା ଘରୋଇ ଗ୍ୟାସ୍‌ ଯୋଗାଣ କରାଯିବ। ନୂଆ ଯୋଜନା ୨୦୨୬ ସେପ୍ଟେମ୍ବର ୧ରୁ ଲାଗୁ ହେବ।

  11. 11.କେନ୍ଦ୍ର କ୍ୟାବିନେଟ୍‌ ୯,୪୫୦ କୋଟି ଟଙ୍କାର ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ଏଥିରେ ଓଡ଼ିଶାର ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍‌ ସମେତ ୩ଟି ପ୍ରକଳ୍ପ ରହିଛି।

  12. 12.ଫ୍ଲାଏ ଆସ୍‌ରୁ ଶିଳ୍ପ ଉପଯୋଗୀ ଅବଶିଷ୍ଟାଂଶ ଓ ବିରଳ ମୃତ୍ତିକା (ରେୟାର ଆର୍ଥ) ଉପାଦାନ ପୁନରୁଦ୍ଧାର କରିବା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ କମ୍ପାନି (ନାଲ୍‌କୋ) ପକ୍ଷରୁ ଏକ ଦୈନିକ ୫୦ କିଲୋଗ୍ରାମ କ୍ଷମତା ସମ୍ପନ୍ନ ଫ୍ଲାଏ ଆସ୍‌ ପ୍ରକ୍ରିୟାକରଣ ପାଇଲଟ୍‌ ପ୍ଲାଣ୍ଟ ଆରମ୍ଭ କରାଯାଇଛି।

  13. 13.ଭାରତୀୟ ୱିକେଟ୍‌ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌ ଟେ​‌ଷ୍ଟ କ୍ରିକେଟରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ କମ୍‌ ଇନିଂସରେ ୧୦୦ ଛକା ପୂରଣ କରିଛନ୍ତି ପନ୍ତ।

  14. 14.ତାମିଲନାଡୁର କ୍ଷମତାସୀନ ବିଜୟ ସରକାର ଅଗଷ୍ଟ ୧୪ରେ ଛାତ୍ରଛାତ୍ରୀଙ୍କୁ ବାମପନ୍ଥୀ ଓ ତାମିଲନାଡୁ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଓ ପ୍ରତିବାଦ ସଭାରେ ସାମିଲ ନହେବାକୁ ଜାରି ହୋଇଥିବା ନିର୍ଦ୍ଦେଶକୁ ବୁଧବାର ପ୍ରତ୍ୟାହାର କରିନେଇଛନ୍ତି ସରକାର।

  15. ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି।

  16. ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଏକାଧିକ ସୁବିଧା ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବ। ତାହା ସହ କାରର ଭରଣପୋଷଣ ପାଇଁ ପ୍ରତିମାସ ୭୫,୦୦୦ଟଙ୍କା ସହ ଜଣେ ଅଫିସ ସହାୟକଙ୍କ ପାଇଁ ଅତିରିକ୍ତ ୨୫,୦୦୦ଟଙ୍କା ଦିଆଯିବ।

  17. ଭାଜପା ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା ଉପରେ ଦଳ ଗୁରୁତ୍ୱ ଦେବ। ଏମପି, ବିଧାୟକ ଓ ବରିଷ୍ଠ ନେତାମାନେ କଲେଜ, ବିଶ୍ୱବିଦ୍ୟାଳୟ ଓ କୋଚିଂ ସଂସ୍ଥାକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.