-
1.ସାଫ୍ରୋନ୍ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।
-
2.ବାଂଲାଦେଶ ନେସନାଲିଷ୍ଟ ପାର୍ଟି (BNP) ର ପ୍ରାର୍ଥୀ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ସଂସଦୀୟ ନିର୍ବାଚନରେ ୨୫୫ଟି ଭୋଟ୍ ପାଇବା ପରେ ବାଂଲାଦେଶର ୨୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।
-
3.ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ ଆମେରିକା ସରକାରଙ୍କୁ ଆର୍ଏସ୍ଏସ୍ ନେତାମାନଙ୍କୁ କୂଟନୈତିକ ସୌଜନ୍ୟ ନ ଦେଖାଇବାକୁ କିମ୍ବା ସେମାନଙ୍କ ସହ କୌଣସି ଉଚ୍ଚସ୍ତରୀୟ ବୈଠକ ନ କରିବାକୁ କହିଛନ୍ତି।
-
4.ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ସମ୍ମିଳିତ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ତଥା ଅନ୍ୟ ସୁରକ୍ଷାକର୍ମୀମାନଙ୍କ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ କରିଛନ୍ତି ।
-
5.ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
6.ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
-
7.ପଞ୍ଚାୟତର ଜନସଂଖ୍ୟାକୁ ଆଧାର କରି ଗ୍ରାମପଞ୍ଚାୟତଗୁଡ଼ିକୁ ବର୍ଷକୁ ଦେଢ଼ରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ଆସନ୍ତା ୫ ବର୍ଷକୁ ନଜରରେ ରଖି ଏହା କାର୍ଯ୍ୟକ୍ଷମ ହେବ। ଏଥିରେ ଗାଁଗୁଡ଼ିକରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ସୁବିଧାକୁ ସୁଦୃଢ଼ କରାଯିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗାଁରେ ଲୋକଙ୍କୁ ସହରାଞ୍ଚଳ ଭଳି ସବୁ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମି ହାତପାଆନ୍ତାରେ ଉପଲବ୍ଧ କରାଇବା।
-
8. ଭୁବନେଶ୍ବର ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ।ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଛି ।
-
9.ଓଡିଶାରେ ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୬, ମେ’ ୧୫ ସୁଦ୍ଧା ରାଜ୍ୟର ମୋଟ ଭୋଟର୍ ସଂଖ୍ୟା ୩ କୋଟି ୩୪ ଲକ୍ଷ ୫ ହଜାର ୪୮୬ ଥିଲା। କିନ୍ତୁ, ଏବେ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୯ଲକ୍ଷ ୭୧ ହଜାର ୯୪୧ଜଣ ଯୋଗ୍ୟ ଭୋଟର୍ ଚୂଡ଼ାନ୍ତ ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
-
10.ଚଳିତବର୍ଷ ବର୍ଷା ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ରହିଛି। ଜୁନ, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୧୦୦ ମି.ମିରୁ ଅଧକ ବର୍ଷା ହୋଇଛି।
-
11. ଓଡିଶା ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ । ତେବେ ୩୦୦୦ କିଲୋଗ୍ରାମରୁ କମ୍ GVW ଥିବା ମାଲ୍ ପରିବହନ ଗାଡ଼ିଗୁଡ଼ିକ ଏହି ଫି’ ଛାଡ଼ ବ୍ୟବସ୍ଥାରୁ ବାଦ୍ ପଡ଼ିବେ ।
-
12.ଚିନି ଦରରେ ପ୍ରାୟ ୨୦ ଟଙ୍କା ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। କିଛିଦିନ ତଳେ ଖୋଲା ବଜାରରେ ଚିନି କେଜି ୪୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୫ ଟଙ୍କାରେ ପହଞ୍ଚିଛି।
-
13.ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି।
-
14.ବର୍ତ୍ତମାନର ନିୟମ ଅନୁଯାୟୀ, ଜଣେ ଗ୍ରାହକ ଭିନ୍ନ ଭିନ୍ନ ଟେଲିକମ୍ ଅପରେଟର ଏବଂ ସର୍ଭିସ୍ ଏରିଆ ମିଶାଇ ମୋଟ ୯ଟି ମୋବାଇଲ୍ କନେକ୍ସନ୍ ରଖିପାରିବେ। ତେବେ ଜମ୍ମୁ-କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ରାଜ୍ୟର ଲୋକଙ୍କ ପାଇଁ ଏହି ସୀମା ୬ଟି କନେକ୍ସନ୍ ରହିଛି। ନୂଆ ନିୟମ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକୁ କୌଣସି ନୂଆ ନମ୍ବର ସକ୍ରିୟ (ଆକ୍ଟିଭ୍) କରିବା ପୂର୍ବରୁ ଗ୍ରାହକଙ୍କର ପୂର୍ବରୁ ଥିବା କନେକ୍ସନ୍ ଯାଞ୍ଚ କରିବାକୁ ପଡ଼ିବ।
-
15.ବ୍ରାଜିଲ ପରେ ଗତ ଫୁଟ୍ବଲ ବିଶ୍ବକପ୍ ଖେଳିଥିବା ଦଳ କେପ୍ ଭର୍ଦେ ଭାରତ ଗସ୍ତରେ ଆସି ଜାତୀୟ ଦଳ ବିପକ୍ଷରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୬ ମଧ୍ୟରେ ଖେଳାଯିବାର ଯୋଜନା ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
