-
1.ମହାକାଶ ପ୍ରେମୀ ଓ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଅଗଷ୍ଟ ମାସ ଆଣିବାକୁ ଯାଉଛି ଏକ ଚମତ୍କାର ମହାଜାଗତିକ ଦୃଶ୍ୟ। ଅଗଷ୍ଟ ୨୭-୨୮ ରାତିରେ ଆକାଶରେ ଦେଖାଯିବ ତୀବ୍ର ଆଂଶିକ ଚନ୍ଦ୍ରଗ୍ରହଣ।
-
2.ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେତେକ ହାତଲେଖା ଚିଠି, ତାଙ୍କ ବ୍ୟବହୃତ ଚରଖା, ଭଗବତ୍ ଗୀତା ଓ ଅନ୍ୟାନ୍ୟ କେତେକ ସରଞ୍ଜାମ ଶୁକ୍ରବାର ପ୍ରାୟ ୧୬ କୋଟି ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା ।
-
3.କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
4.ଆରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ଶୁକ୍ରବାର ଏଠାରେ ଶହଶହ ଲୋକ ଏକାଠି ହୋଇଛନ୍ତି। ‘ଆରକ୍ଷଣ ହଟାଅ ଆନ୍ଦୋଳନ’ (ଆର୍ଏଚ୍ଏ) ନାମରେ ଡକାଯାଇଥିବା ଏହି ବିକ୍ଷୋଭରେ ଆରକ୍ଷଣ ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମକୁ ନେଇ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
-
5.ଚିନି ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛିି। ଦୁଇ ମାସ ମଧ୍ୟରେ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚି ଯାଇଛି।ଭଳି ସ୍ଥିତିରେ ସରକାର ଚିନି ଆମଦାନୀ ଉପରୁ ଗୁରୁବାର କଟକଣା ହଟାଇ ଦେଇଛନ୍ତି।
-
6.ଦିଲ୍ଲୀରେ ସମୁଦାୟ ୧୫୯ଟି ନୂତନ ଇନ୍ଫ୍ଲୁଏଞ୍ଜା ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ କେବଳ ଏଚ୍୧ଏନ୍୧ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ରହିଛି। ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ଚଳିତ ୨୦୨୬ ବର୍ଷରେ ଦିଲ୍ଲୀରେ ସମୁଦାୟ ଏଚ୍୧ଏନ୍୧ ମାମଲା ୧,୭୭୭ରେ ପହଞ୍ଚିଛି।
-
7.ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ତାଙ୍କୁ ୮୮ ବର୍ଷ ହୋଇଥିଲା।
-
8.‘ଦି ଲାଞ୍ଚେଟ୍ ପବ୍ଲିକ୍ ହେଲ୍ଥ’ ଜର୍ନାଲରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ଯେଉଁ ମହିଳାମାନେ ପୂର୍ବରୁ ଦୁଇଟି ବା ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଗର୍ଭବତୀ ସେମାନଙ୍କର ଚିନ୍ତା ଏବଂ ଅବସାଦ ରହିବାର ଆଶଙ୍କା ଚାରିଗୁଣ ଅଧିକ ରହିଥାଏ।
-
9.ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।
-
10. ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଜନସେନା ପାର୍ଟିର ଧନୀ ରାଜ୍ୟସଭା ସାଂସଦ ଏଲ.ରମେଶଙ୍କ ପୁଅ ଏଲ.ସଂଜୁସଙ୍କ କାର୍ ଧକ୍କାରେ ପ୍ରାଣ ହରାଇଛନ୍ତି ଜଣେ ଗରିବ ଓଡ଼ିଆ ଝିଅ ଭାରତୀ ମୁଖି ।
-
11.SBI ନିଜର ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ କ୍ୟାଶ୍ ଉଠାଇବା ନେଇ ସୁଳ୍କ/ଚାର୍ଜରେ ପରିବର୍ତ୍ତନ କରିଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ। ଏହା ଅଧୀନରେ ଗ୍ରାହକମାନେ ମାସକୁ ଚାରି ଥର ପର୍ଯ୍ୟନ୍ତ ବ୍ରାଞ୍ଚରୁ ମାଗଣାରେ କ୍ୟାଶ୍ ଉଠାଇପାରିବେ। ଏଥିପାଇଁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଯଦି ମାସକୁ ଚାରି ଥରରୁ ଅଧିକ ଥର କ୍ୟାଶ୍ ଉଠାଯାଏ, ତେବେ ପରବର୍ତ୍ତୀ ପ୍ରତ୍ୟେକ ଥର ଟଙ୍କା ଉଠାଇବା ଉପରେ ଚାର୍ଜ ଦେବାକୁ ପଡ଼ିବ।
-
12.ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଥାନା ବାହାରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ଥାନା ସମ୍ମୁଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜିଦ୍ ଏବଂ ପ୍ରାୟ ୪ ଘଣ୍ଟାର ଧାରଣା ପରେ ପେଲେଟ୍ ଗନ୍ ମାଡ଼ର ଶିକାର ହୋଇଥିବା ୧୯ ବର୍ଷୀୟ ଛାତ୍ର ସାହିଲ ଲୋଚାବଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ବିଧିବଦ୍ଧ ଭାବେ ଏଫ୍ଆଇଆର୍ ରୁଜୁ କରିଛି।
-
13.ମ୍ୟାମାରର କେନ୍ଦ୍ରୀୟ ସାଗାଇଂ ଅଞ୍ଚଳରେ ଏକ ବୌଦ୍ଧ ମଠ ଉପରେ ଶୁକ୍ରବାର ସକାଳେ ହୋଇଥିବା ବିମାନ ଆକ୍ରମଣରେ ଧ୍ୟାନ ଶିବିରରେ ଯୋଗ ଦେଇଥିବା ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
-
14.ଜୁନେଜା ଭେଞ୍ଚର୍ସ ଏଲ୍ଏଲ୍ପିର ପ୍ରତିଷ୍ଠାତା ଦୀବମ ଜୁନେଜା ବେଙ୍ଗାଲୁରୁରପୁଷ୍ଟିସାଧନ ବ୍ରାଣ୍ଡ ସପ୍ଲାଏ୬ରେ ୧ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ସଂସ୍ଥା ୪୮ କୋଟି ଟଙ୍କାର ସିରିଜ୍ ଏ ଫଣ୍ଡିଂ ସମ୍ପୂର୍ଣ୍ଣ କରିଛି।
-
15.୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଆଜି (ଶୁକ୍ରବାର) ୧୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରସ୍ତାବିତ ଶିଳ୍ପପ୍ରକଳ୍ପଗୁଡ଼ିକ ଜରିଆରେ ୨୭୮୦.୧୦ କୋଟି ଟଙ୍କା ନିବେଶ ହେବ ଓ ୧୪,୧୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
