-
1.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ବାଣିଜ୍ୟ ଆଲୋଚନାରେ କାନାଡା ସୁଯୋଗ ହାତଛଡ଼ା କଲା ବୋଲି ଆମେରିକା କହିଛି।
-
2.ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଓ ମରିସସ୍ ସମ୍ପର୍କ ଗଭୀର ହୋଇଛି। ଏହି ଦେଶର ସଂପୂର୍ଣ୍ଣ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଆବଶ୍ୟକତା ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍) ପୂରଣ କରିବ। ଏ ନେଇ ଏକ ୫ ବର୍ଷିଆ ରାଜିନାମା ହୋଇଛି।
-
3.କେନ୍ଦ୍ର ସରକାର ଚାରି ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ବ୍ୟବହାର ପାଇଁ କ୍ଲୋରଫେନିରାମିନ ମାଲେଏଟ ଏବଂ ଫେନାଇଲେଫ୍ରିନ ହାଇଡ୍ରୋକ୍ଲୋରାଇଡ ଯୁକ୍ତ ସମସ୍ତ FDC ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନ ଉପରେ କଠୋର କଟକଣା ଲାଗୁ କରିଛି।
-
4.ଦେଶରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ୮.୭ କୋଟି ଯୁବକଯୁବତୀ ନା ପାଠ ପଢ଼ୁଛନ୍ତି, ନା ଚାକିରି କରିଛନ୍ତି ନା ତାଲିମ ନେଉଛନ୍ତି। ଯୁବବର୍ଗର ଏତେ ସଂଖ୍ୟକ ବ୍ୟକ୍ତି ପାଠପଢ଼ା, ଚାକିରି ଓ ତାଲିମ ନେବାରୁ ବାହାରେ ଅଛନ୍ତି ବୋଲି ନିତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
-
5.ଅଗଷ୍ଟ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୭୧୬.୯୦ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି।
-
6.ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ସ୍ୱାଇନ୍ ଫ୍ଲୁ ମାମଲା ବୃଦ୍ଧି ପାଉଛି। କେବଳ ଦିଲ୍ଲୀ-ଏନସିଆରରେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଚ୧ଏନ୧ର ୧,୭୦୦ ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ପ୍ରଦାନ କରିଛନ୍ତି।
-
7.ସୁପ୍ରିମକୋର୍ଟ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ ) ସମ୍ପର୍କିତ ତାଙ୍କର ଐତିହାସିକ ୨୦୨୨ ନିଷ୍ପତ୍ତି ବିରୋଧରେ ବିଚାରାଧୀନ ସମୀକ୍ଷା ଆବେଦନଗୁଡ଼ିକର ଶୁଣାଣି ପାଇଁ ଏକ ଖଣ୍ଡପୀଠ ପୁନର୍ଗଠନ କରିଛନ୍ତି।
-
8.ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କୁ ଭେଟିଛନ୍ତି। ଅଗଷ୍ଟ ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ତାଙ୍କର ୬୫ ଜଣିଆ ଟିମ୍ ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ଆଜି ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।
-
9.ରିଅଲ ଇଷ୍ଟେଟ କମ୍ପାନି ଷ୍ଟଲୱାର୍ଟ ପ୍ରୋଜେକ୍ଟସ ପକ୍ଷରୁ ଷ୍ଟଲୱାର୍ଟ ଆଟମୋସ୍ଫିୟର ନାମରେ ଏକ ନୂଆ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ସ୍ଥାନୀୟ ଚନ୍ଦ୍ରଶେଖର ଅଞ୍ଚଳର ଲୁମ୍ବିନୀ ବିହାରର ୨୦୦ ଫୁଟିଆ ରୋଡ୍ ପାର୍ଶ୍ବରେ ନିର୍ମାଣ ହେବ
-
10.ଆମେରିକାରେ ଅଗଷ୍ଟ ୧୪ ତାରିଖକୁ ଡ. ଚନ୍ଦ୍ରଭାନୁ ଶତପଥୀ ଦିବସ ଓ ତାଙ୍କ ରଚିତ ପବିତ୍ର କାବ୍ୟ ଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ନାମରେ ଅଗଷ୍ଟ ୧୪ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ଦୁଇଟି ଦିବସ ଘୋଷଣା କରାଯାଇଛି।
-
11.ଶନିବାର ଅପରାହ୍ନରେ ହାଇଦ୍ରାବାଦର ମାଧପୁର ଅଂଚଳରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
-
12.ପାରାଦୀପ ବନ୍ଦରରୁ ବାହାରିଥିବା ଲୁହାପଥର ବୋଝେଇ ବିଦେଶୀ ଜାହାଜର ଗଭୀର ସମୁଦ୍ରରେ ଯାଉଥିବାର ପତ୍ତା ମିଳୁନି ।
-
13.ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ।
-
14.କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।
-
15.କୁନ୍ତଳା କୁମାରୀ ସାବତ ଥିଲେ କବି, ଔପନ୍ୟାସିକା ଓ ସମ୍ପାଦକ। ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର। ୨୩ ଅଗଷ୍ଟ ୧୯୩୮ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଆଜି ତିରୋଧାନ ଦିବସ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
