• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ କରିଛନ୍ତି।

  2. 2.ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ।

  3. 3.ଭୌଗୋଳିକ ସୂଚକାଙ୍କ(ଜିଆଇ) ଟ୍ୟାଗ୍‌ ମାନ୍ୟତା ଦୌଡ଼ରେ ଓଡ଼ିଶାର ୬ଟି ଖାଦ୍ୟ ସାମଗ୍ରୀ। ସମ୍ବଲପୁରର ପ୍ରସିଦ୍ଧ ସରସତିଆ ମିଠା ସମେତ ଢେଙ୍କାନାଳର ପାଳ ବାଇଗଣ, ପୁରୀର ମାଣିକପାଟଣା ଦହି, କୋରାପୁଟର ବାଟି ମାଣ୍ଡିଆ ଓ କେନ୍ଦୁଝରର ପେଜୁଆ ବିରିକୁ ଜିଆଇ ମାନ୍ୟତା ଦେବାକୁ ପ୍ରୟାସ ହୋଇଛି।

  4. 4.ନିଜର ବିଦାୟୀ ଅଭିଭାଷଣରେ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କାରୋଲ କହିଥିଲେ ଯେ ଆଇନ, ଉଚିତ ପ୍ରକ୍ରିୟା ଓ ସାମ୍ବିଧାନିକ ବୈଧତାକୁ ବୁଝିବା ପାଇଁ ଧର୍ମ ସବୁଠୁ ସରଳ ମାଧ୍ୟମ। ଏହି ‘ଧର୍ମ’ର ଅର୍ଥ କୌଣସି ଅନୁଷ୍ଠାନ ନୁହେଁ। ଏହା ହେଉଛି କର୍ତ୍ତବ୍ୟ। ନ୍ୟାୟକୁ ସମ୍ମାନ ଦେବା ଓ କୋର୍ଟଙ୍କ ସାମନାରେ ଛିଡ଼ା ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ସୁନିଶ୍ଚିତ କରିବା।

  5. 5. ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର ସ୍ରୋତରେ ପହଁରୁଥିବା ତାଙ୍କ ଭିଡିଓକୁ ନେଇ କିଛି ୟୁଜର୍ସ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତୁଳନା କରିଥିଲେ । ଏହାର ଜବାବ ଦେଇଛନ୍ତି ରିଜିଜୁ ।

  6. 6. ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG ପାଇପଲାଇନ୍ ନେଟୱର୍କ ଉପଲବ୍ଧ ଅଛି, ସେଠାରେ ଘରୋଇ ଉପଭୋକ୍ତାଙ୍କୁ LPG ସିଲିଣ୍ଡର ବଦଳରେ ପାଇପ୍ ଯୋଗେ ଗ୍ୟାସ ବ୍ୟବହାର ଦିଗରେ ନେବାକୁ ଯୋଜନା କରାଯାଉଛି ।

  7. 7.ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ ରୋକିବା ପାଇଁ, ସରକାର ଏହାର ବଫର ଷ୍ଟକରୁ ବଜାରକୁ ପିଆଜ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। ଶନିବାର, ପିଆଜର ଖୁଚୁରା ମୂଲ୍ୟ ପ୍ରାୟ ୪୨ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

  8. 8.ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ‘ଏମ୍‌ଭି ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।

  9. 9.ନ୍ୟାଶନାଲ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ(ଏନ୍‌ସିଆର୍‌ବି)ରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶା ରାଜ୍ୟରେ ଗତ ୫ ବର୍ଷରେ ୨୩, ୯୫୦ ଶିଶୁ ନିଖୋଜ ହୋଇଛନ୍ତି। ତେବେ ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରେ ସର୍ବାଧିକ ୮୭% ନାବାଳିକା ରହିଥିବା ଜଣାପଡ଼ିଛି।

  10. 10.ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮ ବର୍ଷ ଧରି ସ୍ୱାମୀଙ୍କୁ ନଜଣାଇ ଘରର ଏକ ଟ୍ରଙ୍କରେ ପ୍ରାୟ ୧୨ ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। ନୋଟ୍‌ଗୁଡ଼ିକୁ ମୂଷା କାମୁଡ଼ି ନଷ୍ଟ କରିଦେଇଥିଲେ। ଅନେକ ନୋଟ୍‌ର କେବଳ ଖଣ୍ଡବିଖଣ୍ଡ ଅଂଶ ହିଁ ରହିଥିଲା।

  11. 11.କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ବାସଭବନର ମରାମତି, ନବୀକରଣ ଏବଂ ସାଜସଜ୍ଜା ପାଇଁ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୯୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକ ଆର୍‌ଟିଆଇ ଆବେଦନ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି।

  12. 12.ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ତରଫରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ୟୁନିୟନ ତରଫରୁ ଆସନ୍ତା ସେପ୍ଟେମ୍ବର ୧୧ରେ ଦିନିଆ ଧର୍ମଘଟ ଓ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ କରାଯିବ।

  13. 13.ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲରେ ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା  ସୂଚନା ।

  14. 14.ବିଧାନସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ପଦକ୍ଷେପ ସ୍ବରୂପ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀଙ୍କ ସମେତ ୫୨ ଜଣ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ସରକାରଙ୍କ ୧୧ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି।

  15. 15.ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୩୦୦ ରନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.