• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଶ୍ରୀମନ୍ଦିରରେ ଭକ୍ତଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

  2. 2.ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଏକ ସ୍ୱାଧୀନ ସଂସ୍ଥାକୁ ଦାୟିତ୍ୱ ଦେବାକୁ ଏହି ପୂର୍ବତନ କ୍ୟାପ୍‌ଟେନମାନେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ମର୍ମରେ ଲେଖା ଯାଇଥିବା ଏକ ଚିଠିରେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୧ ଜଣ ଅନ୍ତର୍ଜାତୀୟ କ୍ୟାପଟେନ ସ୍ୱାକ୍ଷର କରିସାରିଲେଣି ।

  3. 3.ସାମାନ୍ୟ ଅପରାଧ ପାଇଁ ଜଣେ ବିଦେଶୀ ନାରଗରିକଙ୍କୁ ୧୯ ଦିନର ଜେଲ୍ ଦଣ୍ଡ ମହଙ୍ଗା ପଡିଛି କର୍ଣ୍ଣାଟକ ପୁଲିସକୁ । ସଂପୃକ୍ତ ବିଦେଶୀ ନାଗରିକଙ୍କୁ କ୍ଷତିପୂରଣ ବାବଦରେ ୭୫,୦୦୦ ଟଙ୍କା ଦେବାକୁ କର୍ଣ୍ଣାଟକ ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  4. 4.ଗେଜେଟ୍‌ ବିଜ୍ଞପ୍ତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଫ୍ଲୁପେଣ୍ଟଇକ୍ସୋଲ (ସିଜୋଫ୍ରେନିଆ ପାଇଁ), ଜୋପିକ୍ଲୋନ୍‌ (ନିଦ୍ରାହୀନତା ସମସ୍ୟା ପାଇଁ), ଗାବାପେଣ୍ଟାଇନ୍‌ (ସ୍ନାୟୁ ଯନ୍ତ୍ରଣା ଲାଘବ ପାଇଁ) ଏବଂ କାରିସୋପ୍ରୋଡୋଲ୍‌ (ମାଂସପେଶୀକୁ ଆରାମ ଦେବା ପାଇଁ) ଔଷଧଗୁଡ଼ିକୁ ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆଇନର ପରିଚ୍ଛେଦ ଏଚ୍‌୧ରେ ରଖିଛି।

  5. 5.TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍‌ ବସିବେ ନାହିଁ।

  6. 6.କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏହାକୁ ନେଇ ଆସନ୍ତା ୫ ସେପ୍ଟେମ୍ବର ୨୦୨୬ରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚ କରାଯିବ ବୋଲି CJP କହିଛି।

  7. 7.କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ସମ୍ପର୍କରେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାକୁ ଶିକ୍ଷାମନ୍ତ୍ରୀମାନଙ୍କୁ ଅପିଲ କରିଛନ୍ତି।

  8. 8.ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର ୨,୨୪୮କୋଟି ଟଙ୍କା ତୁରନ୍ତ ଫେରାଇବା ଲାଗି ଅର୍ଥ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି।

  9. ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି ଅନେକ ଦାବିକୁ ନେଇ ଆସନ୍ତା ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନସ୍‌ (ୟୁଏଫ୍‌ବିୟୁ) ଘୋଷଣା କରିଛି।

  10. 10.ଇରାନର ସରକାରୀ ଟେଲିଭିଜନ ଚ୍ୟାନେଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ବର୍ଷୀୟ ପୁଅ ବାରୋନ ଟ୍ରମ୍ପଙ୍କୁ ନେଇ ଏକ ଧମକପୂର୍ଣ୍ଣ ଭିଡିଓ ପ୍ରସାରିତ ହୋଇଥିବା ଖବର ଆସିଛି। ଏଥିରେ ବାରୋନଙ୍କୁ ଟାର୍ଗେଟ୍ କରିବା ପାଇଁ ୧୦ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୯୫ କୋଟି ଟଙ୍କାର ପୁରସ୍କାର ରାଶିର ଉଲ୍ଲେଖ ଥିବା ରିପୋର୍ଟରେ କୁହାଯାଇଛି ।

  11. 11.ଆସାମର ପଶୁପାଳନ କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ନୂଆ ଇତିହାସ । ଆସାମ ଭେଟେରିନାରୀ ଏବଂ ଫିସେରିଜ୍ ୟୁନିଭରସିଟିରେ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ପ୍ରଯୁକ୍ତି ମାଧ୍ୟମରେ ସ୍ୱଦେଶୀ ‘ଲଖିମୀ’ ପ୍ରଜାତିର ଏକ ମାଈ ବାଛୁରୀ ଜନ୍ମ ନେଇଛି ।

  12. 12.ଗଡ଼କରୀ ନିଜେ ନାଗପୁର ଜିଲ୍ଲାର କଟୋଲଠାରେ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଚାଲିଛି। ଗଡ଼କରୀ କହିଛନ୍ତି ଯେ, ସେ ଗତ ୩୦ ବର୍ଷ ହେଲା ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। କିନ୍ତୁ ଏବେ ଅଧିକ କାମ କରିପାରିବେ ନାହିଁ।

  13. 13.ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କୃଷ୍ଣନଗର କୋର୍ଟ ଜାରି କରିଥିବା ଗିରଫ ପରୱାନା ଉପରେ କଲିକତା ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି।

  14. 14.୨୦ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତରେ ବାଚସ୍ପତି ଓମ୍‌ ବିର୍ଲା ତତ୍କାଳ ନିଷ୍ପତ୍ତି ନେବାକୁ ଦାବି କରି ଟିଏମ୍‌ସି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

  15. 15.୨୦୨୫-୨୬ରେ ଧାନ କିଣା, ସଂରକ୍ଷଣ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ଏଫ୍‌ସିଆଇକୁ ଚାଉଳର ମୂଲ୍ୟ କ୍ୱିଣ୍ଟାଲ୍‌ ପ୍ରତି ପ୍ରାୟ ୩,୮୮୯ ଟଙ୍କା ବା କିଲୋ ପ୍ରତି ବା ୩୮.୮୯ ଟଙ୍କା ପଡ଼ିଥିଲା। କିନ୍ତୁ ଇଥାନଲ୍‌ ଡିଷ୍ଟିଲରିକୁ ଏହି ଚାଉଳ ହାରାହାରି କିଲୋ ପ୍ରତି ପ୍ରାୟ ୨୩.୨୦ ଟଙ୍କା ଦରରେ ଦିଆଯାଇଛି। ଅର୍ଥାତ୍‌ ସରକାରଙ୍କ ଖର୍ଚ୍ଚ ଓ ବିକ୍ରି ମୂଲ୍ୟ ମଧ୍ୟରେ ପ୍ରତି କ୍ୱିଣ୍ଟାଲ୍‌ରେ ପ୍ରାୟ ୧,୬୦୦ ଟଙ୍କା ତଫାତ୍‌ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.