Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 12-06-2026 Odia
  1. 1.ଭାରତୀୟ ବାୟୁସେନା (IAF) ବୁଧବାର କହିଛି ଯେ ପ୍ରଥମ ନିର୍ମିତ C-295 ସାମରିକ ପରିବହନ ବିମାନ ସଫଳତାର ସହ ପ୍ରଥମ ଉଡ଼ାଣ ସମାପ୍ତ କରିଛି।

  2. 2.ଦେବାଶିଷ ସାମନ୍ତରାୟ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

  3. 3.ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଇରାନ ଉପରେ ପୁଣିଥରେ ଆକ୍ରମଣର ଧମକ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ଗୁରୁବାର ରାତିରେ ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ ।

  4. 4.ଭାରତୀୟ ଟେଲିଭିଜନ ଏବଂ ସିନେମାର ଜଣେ ପରିଚିତ ଏବଂ ପ୍ରିୟ ମୁହଁ, ପ୍ରବୀଣ ଅଭିନେତା ଦିନୟାର ତିରନ୍ଦାଜ, ଗୁରୁବାର ମୁମ୍ବାଇରେ ମୃତ୍ୟୁବରଣ କରିଥିଲେ।

  5. 5.ଗଭୀର ସମୁଦ୍ର ମାଛ ଧରିବା ଏବଂ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ ରାଜ୍ୟକୁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

  6. 6.କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ତଳ ବାଲିଯାତ୍ରାଗ୍ରାଉଣ୍ଡରେ ପ୍ରଥମ ରାଜାମହୋତ୍ସବ ଆୟୋଜନ କରିବ।

  7. 7.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଜଣେ ସହଯୋଗୀ କର୍ମଚାରୀଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର ଜଣେ ସୁରକ୍ଷା ନିରୀକ୍ଷକଙ୍କୁ ଗିରଫ କରିଛି।

  8. 8.ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ତିନି ଜଣ ପ୍ରାର୍ଥୀ ଏବଂ ଜନ ସେନା ପାର୍ଟି (ଜେଏସପି)ର ଜଣେ ପ୍ରାର୍ଥୀଙ୍କୁ ଆନ୍ଧ୍ରରେ ରାଜ୍ୟସଭା ଆସନ ପାଇଁ ନିର୍ବିରୋଧୀ ଘୋଷଣା କରାଯାଇଥିଲା।

  9. 9.ଜୁନ୍ ୨୧ରେ ନିଟ୍‌-ୟୁଜି ପୁନଃ ପରୀକ୍ଷାକୁ ନିରପେକ୍ଷ ଭାବେ କରାଇବା ପାଇଁ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୁଧବାର ଏକ ସଂସଦୀୟ କମିଟିକୁ କହିଛନ୍ତି।

  10. 10.ମଧ୍ୟପ୍ରଦେଶରେ ଚାଲିଥିବା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ଓ ଫଳାଫଳ ଘୋଷଣା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି

  11. 11.ବିହାରର ବେଗୁସରାଇରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ରାସ୍ତାକଡ଼ରେ ଥିବା ଏକ ଟ୍ରକକୁ ଶକ୍ତ ଧକ୍କା ଦେଇଛି, ଯେଉଁଥିରେ ଚାରି ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

  12. 12.ରାୟଗଡା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

  13. 13.ଏକ ରିପୋର୍ଟ କହୁଛି ଯେ ଅଣ-ପଞ୍ଜୀକୃତ ସଂସ୍ଥାଗୁଡ଼ିକରେ କାମ କରୁଥିବା ଓଡ଼ିଆଙ୍କ ମୁଣ୍ଡପିଛା ବାର୍ଷିକ ଆୟ ହେଉଛି ମାତ୍ର ୧,୦୫,୩୩୫ ଟଙ୍କା। ଏତେ କମ୍‌ ପାରିଶ୍ରମିକ ଅନ୍ୟ କୌଣସି ରାଜ୍ୟର କର୍ମଚାରୀ ପାଉନାହାନ୍ତି। ଏ କ୍ଷେତ୍ରରେ ଜାତୀୟ ହାର ୧,୪୬,୫୫୦ ଟଙ୍କା ରହିଛି।

  14. 14.ସଡ଼କ ଦୁର୍ଘଟଣାରେ ଜଣେ ଗୃହିଣୀଙ୍କ ମୃତ୍ୟୁ ମାମଲାରେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀ କେବଳ ଘର ସମ୍ଭାଳନ୍ତି ନାହିଁ, ବରଂ ସେ ମଧ୍ୟ ଦେଶ ଗଠନ ବା ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭାଗିଦାର । ସେମାନଙ୍କ ଘରୋଇ କାର୍ଯ୍ୟର ଅବଦାନ ସ୍ୱରୂପ କ୍ଷତିପୂରଣ ବାବଦକୁ ମାସିକ ଅନୁ୍ୟନ ୩୦,୦୦୦ ଟଙ୍କା ମିଳିବା ଉଚିତ୍ ।

  15. 15.ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ) ରାକେଶ କୁମାର ଯାଦବଙ୍କୁ ଭୁବନେଶ୍ୱର ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧଭାବେ ନିଯୁକ୍ତ କରିଛି। 

5 Y
2 12-06-2026 English
  1. 1.US President Donald Trump threatened Thursday to launch major strikes on Iran and seize control of its oil and gas industries as continuing attacks between the warring countries pushed the Middle East closer to the resumption of a full-scale war.
  2. 2.Observing that homemakers should be recognised as “nation builders”, the Supreme Court Thursday held that loss of wife’s domestic care should be monetised at a minimum of Rs 30,000 per month.

  3. 3.Trinamool Congress Rajya Sabha MP Prakash Chik Baraik resigned from the Upper House as well as the party on Thursday.

  4. 4.The first made-in-India C-295 military transport aircraft successfully completed its maiden flight, the Indian Air Force (IAF) said Wednesday.

  5. 5.The US military said early Thursday that it had completed its latest round of airstrikes targeting Iran, after President Donald Trump warned that Tehran would pay the price for stalled negotiations.

  6. 6.Odisha government Thursday announced free bus travel for NEET-UG candidates appearing for the re-examination. The Commerce and Transport Department has issued a notification in this regard. Candidates will be allowed to travel free of cost on OSRTC buses by showing their admit cards.

  7. 7.Debashish Samantaray has been elected unopposed to the Rajya Sabha from Odisha, following his nomination as the Bharatiya Janata Party (BJP) candidate.

  8. 8.The Central Bureau of Investigation (CBI) has arrested a Security Inspector of Mahanadi Coalfields Limited (MCL) for allegedly demanding and accepting a bribe of Rs 5,000 from a fellow employee.

  9. 9.Odisha government has set an ambitious roadmap to transform the state into a major hub for deep-sea fishing and shrimp production.

  10. 10.Cuttack Municipal Corporation (CMC) will host its first‑ever Raja Mahotsav from June 14 to 16 at the lower Bali Jatra ground.

  11. 11.IRCTC website to be upgraded and launched by July 15, confirms Rail Minister Ashwini Vaishnaw.

  12. 12.Abhishek Banerjee reached the CID headquarters at around 5.50 pm after the Calcutta High Court granted him interim protection from any coercive action, and left the office at around 11.30 pm.

  13. 13.Three candidates of Telugu Desam Party (TDP) and one candidate of Jana Sena Party (JSP) were declared elected Rajya Sabha Seats In Andhra Unopposed.

  14. 14.Veteran actor Dinyar Tirandaz, a familiar and beloved face across Indian television and cinema, died in Mumbai on Thursday.

  15. 15.Former Gunupur MLA Ramamurthy Gomango passed away at the age of 75.

3 Y
3 11-06-2026 Odia
  1. 1.ରଜ ମହୋତ୍ସବ ପାଇଁ ଆସନ୍ତା ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

  2. 2.ଶ୍ରୀଜଗନ୍ନାଥ ମନ୍ଦିରର “ପତିତପାବନ ଓ ଆନନ୍ଦବଜାର” ନାମକୁ ବୁଧବାର ମିଳିଛି ଟ୍ରେଡ ମାର୍କ  ସ୍ୱୀକୃତି । ଏହାଛଡା “ନୀଳଚକ୍ର” ଲୋଗୋ ମଧ୍ୟ ପଞ୍ଜୀକୃତ ହୋଇଛି ।

  3. 3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁନ୍ ୧୯ ଏବଂ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

  4. 4.ପାକିସ୍ତାନ ସେନା ଆଭିଏସନ୍ର ଏକ ଏମ୍ଆଇ-୧୭ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ସମୟରେ ମୁଜାଫରାବାଦ ନିକଟରେ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ସେନା କର୍ମଚାରୀଙ୍କ ମୁତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

  5. .5.ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ବୁଧବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷାଗାର (ଆଇଟିଆର୍)ର ଲଞ୍ଚ୍ କମ୍ପ୍ଲେକ୍ସ-୩ (ଏଲ୍ସି-୩)ରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

  6. 6.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୨୬ ମେ’୨୦୧୪ରୁ ଅଦ୍ୟାବଧି ଲଗାତାର ୧୨ବର୍ଷ ଅର୍ଥାତ୍ ୪,୩୯୯ ଦିନ ଧରି ଲଗାତାର ଭାବେ ଦେଶ ସେବାରେ ସମର୍ପିତ ହୋଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସର୍ବୋଚ୍ଚ ୪୩୯୮ ଦିନର ରେକର୍ଡ ଅତିକ୍ରମ କରିଛନ୍ତି ।

  7. 7.ଛାତ୍ରଛାତ୍ରୀମାନେ ଜୁନ୍ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲକୁ ଯାଇ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

  8. 8.ଇରାନ ସେନା କହିଛି ଯେ ଏହି ସମୁଦ୍ର ପଥ ଦେଇ କୌଣସି ତେଲ ଟ୍ୟାଙ୍କର କିମ୍ବା ବାଣିଜ୍ୟିକ ଜାହାଜ ଯିବାକୁ ଅନୁମତି ଦିଆଯିବ ନାହିଁ। ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରି ଗୁଳି ମରାଯିବ । ଜାହାଜର ସୁରକ୍ଷା ସେମାନଙ୍କର ନିଜସ୍ୱ ଦାୟିତ୍ୱ ହେବ ।

  9. 9.ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶାରୁ ୫୪୨୮.୬୭ କୋଟି ଟଙ୍କାର ସିଫୁଡ୍‌ ରପ୍ତାନି ହୋଇଛି। ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ଗତ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ରପ୍ତାନିରେ ଯଥାକ୍ରମେ ୯.୬୩ ପ୍ରତିଶତ ଓ ୧୧.୯୦ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଯଶବୀର ସିଂହ କହିଛନ୍ତି।

  10. 10.ମାର୍କ ଜକରବର୍ଗଙ୍କ ସଂସ୍ଥା ‘ମେଟା’ ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗୁଜରାଟର ଜାମନଗରରେ ଏକ ଏଆଇ ଆଧାରିତ ଡାଟା ସେଣ୍ଟର୍‌ ସ୍ଥାପନ କରିବ।

  11. 11.ସିଙ୍ଗାପୁରର ଗ୍ଲୋବାଲ୍‌ ଫାଇନାନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ନେଟ୍‌ୱର୍କ (ଜିଏଫ୍‌ଟିଏନ୍‌) ଭୁବନେଶ୍ବରରେ ଏହାର ପ୍ରଥମ କାର୍ଯ୍ୟାଳୟକୁ ଆଚାର୍ଯ୍ୟ ବିହାର ନିକଟସ୍ଥ ଓଡ଼ିଶା ଟେକ୍ନୋଲୋଜି ସେଣ୍ଟର୍‌ରେ ଖୋଲିଛି। 

  12. 12.ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ  ମାତ୍ର ୧୨ ଦିନ ମଧ୍ୟରେ ରାଜ୍ୟର ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି।

  13. 13.ଭାରତ ସରକାର ଷ୍ଟାରଲିଙ୍କ ସେବା ଆରମ୍ଭ ପାଇଁ ଅନୁମୋଦନକୁ ବନ୍ଦ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଷ୍ଟାରଲିଙ୍କ ବର୍ତ୍ତମାନ ପାଇଁ ଭାରତରେ ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିପାରିବ ନାହିଁ ।

  14. 14.ବୁଧବାର ଓମାନ ଉପକୂଳରେ ଆକ୍ରମଣର ଶିକାର ହୋଇଥିବା ଏକ ବାଣିଜ୍ୟିକ ଜାହାଜରେ ଥିବା ୨୪ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ ତିନି ଜଣ ନିଖୋଜ ଅଛନ୍ତି।

  15. 15.ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ ବିଶ୍ୱକପ୍‌ ୩ ଦେଶର ୧୬ ଭେନ୍ୟୁରେ ହେବାକୁ ଯାଉଥିବା ବେଳେ ଏଥିରେ ସର୍ବାଧିକ ୪୮ ଦେଶ ଭାଗ ନେଉଛନ୍ତି।

13 Y
4 11-06-2026 English
  1. 1.leaders from several countries have extended their greetings to Narendra Modi on becoming India's longest continuously serving elected Prime Minister.

  2. 2.The approved marks include “Ananda Bajara”, “Patitapabana”, and the official logo of the Shree Jagannath Temple Administration (SJTA). The temple administration confirmed the development in an official statement.

  3. 3.The Department of Sports and Youth Services initiated the process in 2025 to fill 38 vacant coaching positions across 16 disciplines. After a systematic selection process, 25 candidates have now been chosen, with a notable inclusion of 9 women coaches — a step that further promotes inclusivity and gender balance in sports training.

  4. 4.The Higher Education Department has extended the deadline for submitting online applications for undergraduate programmes for the academic session 2026–27.

  5. 5.The Defence Research and Development Organisation (DRDO) successfully conducted a missile test at Chandipur missile testing range in Balasore district on Wednesday afternoon.

  6. 6.Singapore-based Global Finance and Technology Network (GFTN) inaugurated its first India operations office in Bhubaneswar, reinforcing Odisha’s innovation journey and creating new opportunities for young professionals.

  7. 7.Sudhanshu Sekhar Barpanda took oath as Member of the Odisha Electricity Regulatory Commission (OERC)

  8. 8.Authorities in Barbil, Keonjhar, launched a fresh bulldozer action against criminals occupying government land.

  9. 9.  72 platoons of security personnel will be deployed in order to maintain law and order in and around Sri Mandir during the observance of Debasnana Purnima in Puri June 29.

  10. 10 .The United States launched airstrikes Wednesday against Iran, and President Donald Trump said more were coming, as Tehran fired back at countries in the region.

  11. 11.Three out of 24 Indian crew members on board a commercial vessel that came under attack off the coast of Oman Wednesday are missing.

  12. 12.Amid rumours of a possible merger of the Trinamool Congress (TMC) with the Congress, sources from the Mamata Banerjee-led party dismissed the reports Wednesday, stating there was no such plan.

  13. 13.Ten days after the swearing-in of the extended cabinet of the BJP government in West Bengal, portfolios were allocated among the ministers Wednesday

  14. 14.Afghanistan said Wednesday that Pakistan launched new airstrikes targeting the country, killing at least 13 people and wounding 14 others.

  15. 15.More than 100 people have died from Ebola less than a month after authorities declared an outbreak of the disease in eastern Congo.

6 Y
5 10-06-2026 Odia
  1. 1.ଇରାନ ଏକ ଆମେରିକୀୟ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଟ୍ରମ୍ପ ପ୍ରଶାସନ ତେହେରାନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। କ୍ୱେଶମ୍ ଏବଂ ବନ୍ଦର ଆବାସର ଅନେକ ସ୍ଥାନରେ ଏହି ଆକ୍ରମଣ କରିଛି।

  2. 2.ଅସ୍ତ୍ରବିରତି ସତ୍ତ୍ୱେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ ଆକ୍ରମଣର ସମ୍ମୁଖୀନ ହେବାରୁ ସେଥିରେ ନିଆଁ ଲାଗିଯାଇଛି।

  3. 3.ପାକିସ୍ତାନ-ଅଧିକୃତ କଶ୍ମୀରର ରାଵଲାକୋଟରେ ପାକିସ୍ତାନୀ ସୁରକ୍ଷା ବାହିନୀ ୧୧ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଓ ପ୍ରାୟ ୭୦ ଜଣଙ୍କୁ ଆହତ କରିବା ଘଟଣାକୁ ନେଇ କଶ୍ମୀରୀ ପ୍ରବାସୀଙ୍କ ବିକ୍ଷୋଭ।  

  4. 4.ଦୁଷ୍କର୍ମ ପୀଡ଼ିତାମାନଙ୍କୁ ନ୍ୟାୟ, ସମ୍ମାନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ଝାଡ଼ଖଣ୍ଡ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅବୈଜ୍ଞାନିକ ତଥା ଅମାନୁଷିକ ‘ଟୁ-ଫିଙ୍ଗର ଟେଷ୍ଟ’ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନଥିବା ଦର୍ଶାଇଛି।

  5. 5.ଆମେରିକାର ଫିଚ୍‌ ରେଟିଂ ଏଜେନ୍ସି ମଧ୍ୟ ଏହାର ପୂର୍ବ ଆକଳନକୁ ବଦଳାଇ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି କହିଛି।

  6. 6.ଓମାନରୁ ଭାରତକୁ ଗ୍ୟାସ୍‌ ପାଇପଲାଇନ୍‌ ନିର୍ମାଣ ପାଇଁ ଯୋଜନା ଚାଲିଛି। ଏହା ଆରବ ସାଗର ଦେଇ ଗୁଜରାଟ ପର୍ଯ୍ୟନ୍ତ ନିର୍ମାଣ ହେବ। ୨୦୦୦ କିମିର ଏହି ଦୀର୍ଘ ପାଇପଲାଇନ୍‌ ପ୍ରକଳ୍ପ ଭାରତରେ ଗ୍ୟାସ ସଂକଟର ସମାଧାନ କରିବ ବୋଲି ଆଶା ରଖାଯାଇଛି।

  7. 7.ଆଇଆର୍‌ସିଟିସି ପାଇଁ ଦୈନିକ ୧୦୦୦ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦରକାର ହେଉଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ହର୍ମଜୁ ପ୍ରଣାଳୀ ଦେଇ ଜାହାଜଗୁଡ଼ିକ ସହଜରେ ଆସିପାରୁନଥିବାରୁ ଗ୍ୟାସ୍‌ ଯୋଗାଣ ପ୍ରଭାବିତ ହୋଇଛି।

  8. 8.ପୂର୍ବରୁ ଜାପାନ ସରକାର ଭାରତ ଆମ୍ବ ଆମଦାନି ଉପରେ କଟକଣା ଲଗାଇଥିଲେ। ଏବେ ପଡ଼ୋଶୀ ଦେଶ ନେପାଳ ମଧ୍ୟ ଭାରତୀୟ ଆମ୍ବକୁ ନିଷିଦ୍ଧ କରିଛି। ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଭାରତୀୟ ଆମ୍ବ ଆମଦାନିକୁ ନେପାଳ ଅଟକାଇ ଦେଇଛି।

  9. 9.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟରତ ଗୃହରକ୍ଷୀଙ୍କ ଦୈନିକ ୧୧ଟଙ୍କା ଲେଖାଏଁ ଭତ୍ତା ବୃଦ୍ଧି ହୋଇଛି। ପୂର୍ବରୁ ଏହି ମୂଲ୍ୟ ଦୈନିକ ୬୩୯ ଟଙ୍କା ଥିଲା। ଏବେ ଏହା ବୃଦ୍ଧି ପାଇ ୬୫୦ ଟଙ୍କାକୁ ବୃଦ୍ଧି ହୋଇଛି।

  10. 10.ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ପ୍ରାୟ ୯୮,୯୨୮ ଟଙ୍କା ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

  11. 11.ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଵିସ୍ଥାପିତ ହେଵାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ରେ ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ଵାରା ଭଙ୍ଗା ଯାଉଥିବାରୁ ବାବାଙ୍କ ଶହଶହ ଵର୍ଷର ମନ୍ଦିରର ଭିତ୍ତିଭୂମୀ ଦୋହଲିବା ସହ ବେଢ଼ା ପ୍ରାଚେରୀର ବଡ଼ ଫାଟ ସୃଷ୍ଟି ହୋଇଛି।

  12. 12.ଭାରତୀୟ ରାଜନୀତି ଇତିହାସରେ ୯ ଜୁନ୍ ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ। ୧୨ ବର୍ଷ, ୧୫ ଦିନ, ମୋଦୀ ଭାଙ୍ଗିଲେ ନେହେରୁଙ୍କ ରେକର୍ଡ।  

  13. 13.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ  ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ । ଚଳଚ୍ଚିତ୍ର ୨୦୨୬ ମେ ୧୫ରେ ମୁକ୍ତିଲାଭ କରିଛି।

  14. 14.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ  କହିଛନ୍ତି ଯେ, ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ ଏବଂ ଏହାର ନୂତନ ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରଖାଯିବ।

  15. 15.ରାଜ୍ୟରେ ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଏବଂ ୧୫ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

38 Y
6 10-06-2026 English
  1. 1.The Jharkhand High Court has delivered a historic verdict to provide justice, dignity and social security to rape victims. It has imposed a complete ban on the unscientific and inhumane 'two-finger test' in all government and private hospitals. The World Health Organization has also stated that there is no scientific basis for this test.

  2. 2.In a significant move to ensure patient safety, the Odisha State Health Assurance Society has issued a stern notice to 35 private and government hospitals across the state whose fire safety certificates have expired.

  3. 3.Plans are underway to build a gas pipeline from Oman to India. It will be built through the Arabian Sea to Gujarat. This 2000 km long pipeline project is expected to solve the gas crisis in India.

  4. 4.West Bengal Chief Minister Shubhendu Narayanan said that the word 'Dham' will be removed from the name 'Digha Jagannath Dham' and its new name will be 'Digha Jagannath Cultural Centre'.

  5. 5.Odisha Police Headquarters has assigned 15 senior IPS officers to monitor law and order across 17 districts.

  6. 6.Earlier, the Japanese government had imposed restrictions on the import of mangoes from India. Now neighboring Nepal has also banned Indian mangoes. Nepal has stopped the import of Indian mangoes, alleging that excessive chemical pesticides are used.

  7. 7.Chief Minister Mohan Charan Majhi. The daily allowance of the working Home guards has been increased by Rs 11. Earlier, this price was Rs 639 per day. Now it has increased to Rs 650.

  8. 8.The incident of cyber fraudsters looting Rs 98,928 from the bank account of Dhamnagar SDPO Anirudh Muduli in Bhadrak district .

  9. 9.The state government has sanctioned 755 new posts in government medical colleges and associated hospitals.

  10. 10.June 9, 2026 is an important date in the history of Indian politics. 12 years, 15 days, Modi broke Nehru's record.

  11. 11.Chief Minister Mohan Charan Majhi declared 'Meher Munda' ‘ମେହେର ମୁଣ୍ଡା’, based on the life, struggle, tolerance and success of the handloom weaving community of Odisha, tax-free. The film is set to release on May 15, 2026.

  12. 12.The Trump administration has launched a major attack on Tehran after Iran shot down an American Apache helicopter. The attacks targeted several locations in Qasem and Port areas। .

  13. 13.Despite the ceasefire, an oil tanker carrying 24 Indians was attacked off the coast of Oman on Monday afternoon and caught fire.

  14. 14.Satyabrata Ray, OAS (SS), who served as Additional Secretary at OPSC, now assumes charge as Secretary, OPSC, Cuttack.

  15. 15.On Tuesday, the temperature in 7 cities in the state was 40 degrees and above. It is predicted that the heat effect will continue till the 11th and the Kalbaisakhi effect will continue till the 15th.

14 Y
7 09-06-2026 English
  1. 1.The Odisha Cabinet approved the tender for construction of a sewage treatment plant (STP) for Gangua Nallah.

  2. 2.Odisha state Cabinet approved the ‘Waterfront Development Scheme’ with total allocation of Rs 500 crore in five years.

  3. 3.The Odisha Cabinet Monday approved two schemes with a total outlay of Rs 2,000 crore over a period of five years to boost tourism in the state. 

  4. 4.Odisha state Cabinet approved several key infrastructure projects, including the construction of a women workers’ hostel in Khordha and a saddle spillway for the Brutang Reservoir in Nayagarh district.

  5. 5.The fourth edition of the Kathmandu Kalinga Literary Festival (KLF) concluded successfully after two days of vibrant literary, cultural, and intellectual engagement at Hotel Himalaya, Lalitpur, Nepal.

  6. 6. Eight workers died, and six others were injured after a ladle carrying molten steel exploded at the Visakhapatnam Steel Plant on Monday.

  7. 7.The Supreme Court has held that Physical relationship between two consenting unmarried adults cannot and should not by itself be a ground to draw an adverse impression about the character of the person in that relationship.

  8. 8.The crisis engulfing the TMC deepened on Monday as 20 Lok Sabha MPs, led by Chief Whip Kakoli Ghosh Dastidar, wrote to Speaker Om Birla declaring support for the BJP-led NDA,

  9. 9.India reported a current account surplus of USD 7.1 billion, or 0.7 per cent of GDP, in the January-March quarter of 2025-26, according to the Reserve Bank data released Monday

  10. 10.Ujjwala beneficiaries initially entitled to 12 subsidised 14.2-kg cylinders a year. The subsidised quota was reduced to nine cylinders last year and has now been cut further to four.

  11. 11.Harpal Singh, General Manager of Mega Engineering and Infrastructure Ltd. (MEIL), said the tunnel would be a game-changer for India's defence needs in Ladakh.

  12. 12.Under the Special Intensive Revision (SIR) drive, booth-level officers have reached more than 2.70 crore voters in a mere 10 days, distributing forms to over 75% of the state’s electorate .

  13. 13.Trinamool Congress (TMC) leader Jahangir Khan was arrested by West Bengal Police near the India-Nepal border on Monday in connection with an extortion case.

  14. 14.The centre has assured the state governments of unlocking the full potential of thefisheries sector through a whole-of-government approach to achieve the Rs 1 lakh crore target for seafood exports

  15. 15. Tamil Nadu Chief Minister C. Joseph Vijay on Monday felicitated chess prodigy R. Praggnanandhaa for his historic triumph at the Norway Chess tournament and presented him with a cash award of Rs 50 lakh.

11 Y
8 09-06-2026 Odia
  1. 1.ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୮୮୧୩ କୋଟି ଟଙ୍କାର ଲାଭାଂଶ ଦେଇଛି। ୨୦୨୫-୨୬ ଆର୍ଥିକ ବର୍ଷ ବାବଦର ଏହି ଚେକ୍‌କୁ ବ୍ୟାଙ୍କର ଅଧ୍ୟକ୍ଷ ସି ଏସ୍‌ ସେଟ୍ଟି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହସ୍ତାନ୍ତର କରିଛନ୍ତି।

  2. 2.ଚୀନ ଓ ଉତ୍ତର‌ କୋରିଆ ମଧ୍ୟରେ ସମ୍ପର୍କକୁ ନୂଆ ଶିଖରକୁ ନିଆଯିବ। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କୁ ଆଜି ଚୀନ ରା‌ଷ୍ଟ୍ରପତି ସି ଜିନପିଙ୍ଗ୍‌ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

  3. 3.ଓଡ଼ିଶା କ୍ୟାବିନେଟ୍ ଗଙ୍ଗୁଆ ନାଳ ପାଇଁ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ନିର୍ମାଣ ପାଇଁ ଟେଣ୍ଡରକୁ ଅନୁମୋଦନ କରିଛି।

  4. 4.ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ପାଞ୍ଚ ବର୍ଷରେ ମୋଟ ୫୦୦ କୋଟି ଟଙ୍କା ବ୍ୟୟବରାଦ ସହିତ Waterfront Development Scheme’ 'ଜଳକୂଳ ବିକାଶ ଯୋଜନା'କୁ ଅନୁମୋଦନ କରିଛି।

  5. 5.ଓଡ଼ିଶା କ୍ୟାବିନେଟ୍ ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୨୦୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ଦୁଇଟି ଯୋଜନାକୁ ଅନୁମୋଦନ କରିଛି।

  6. 6.ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଖୋର୍ଦ୍ଧାରେ ଏକ ମହିଳା ଶ୍ରମିକ ଛାତ୍ରୀନିବାସ ଏବଂ ନୟାଗଡ ଜିଲ୍ଲାରେ ବ୍ରୁଟାଙ୍ଗ ଜଳଭଣ୍ଡାର ପାଇଁ ଏକ ସାଡେଲ୍ ସ୍ପିଲ୍ୱେ ନିର୍ମାଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ କରିଛି।

  7. 7.ନେପାଳର ଲଳିତପୁରର ହୋଟେଲ୍ ହିମାଳୟାରେ ଦୁଇ ଦିନର ସ୍ପନ୍ଦନଶୀଳ ସାହିତ୍ୟିକ, ସାଂସ୍କୃତିକ ଏବଂ ବୌଦ୍ଧିକ କାର୍ଯ୍ୟ ପରେ କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ମହୋତ୍ସବ (KLF)ର ଚତୁର୍ଥ ସଂସ୍କରଣ ସଫଳତାର ସହିତ ଶେଷ ହୋଇଛି।

  8. 8.ସୋମବାର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ତରଳ ଇସ୍ପାତ ବୋଝେଇ ଏକ ଲାଡେଲ୍ ବିସ୍ଫୋରଣ ହେବା ଫଳରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।

  9. 9.ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଇଜଣ ସହମତିରେ ଅବିବାହିତ ବୟସ୍କଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସେହି ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ଚରିତ୍ର ବିଷୟରେ ପ୍ରତିକୂଳ ଛାପ ପକାଇବାର କାରଣ ହୋଇପାରିବ ନାହିଁ ଏବଂ ହେବା ଉଚିତ୍ ନୁହେଁ।

  10. 10.ଗତ ମେ ମାସରେ ରାଜ୍ୟରେ ଉଭୟ ପେଟ୍ରୋଲଓ ଡିଜେଲ ବିକ୍ରିରେ ବୃଦ୍ଧି ଘଟିଛି। ଡିଜେଲ ବିକ୍ରି ୯.୭ ପ୍ରତିଶତ ବୃଦ୍ଧି ପାଇ ୭୦,୩୦୦ ଟନ୍‌ରେ ପହଞ୍ଚିଛି।

  11. 11.ପ୍ରକାଶିତ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଭାରତ ୨୦୨୫-୨୬ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ୭.୧ ବିଲିୟନ ଡଲାର କିମ୍ବା ଜିଡିପିର ୦.୭ ପ୍ରତିଶତ ଚାଲୁ ଆକାଉଣ୍ଟ ସରପ୍ଲସ୍ ରିପୋର୍ଟ କରିଥିଲା।

  12. 12.ଉଜ୍ଜ୍ୱଳା ହିତାଧିକାରୀମାନେ ପ୍ରାରମ୍ଭରେ ବାର୍ଷିକ ୧୨ଟି ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇବାକୁ ହକଦାର ଥିଲେ। ସବସିଡିଯୁକ୍ତ କୋଟା ଗତ ବର୍ଷ ନଅଟି ସିଲିଣ୍ଡରକୁ ହ୍ରାସ କରାଯାଇଥିଲା ଏବଂ ଏବେ ଏହାକୁ ଆହୁରି ହ୍ରାସ କରି ଚାରିଟିକୁ କରାଯାଇଛି।

  13. 13.ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅର୍ଥନୀତିଜ୍ଞ ପ୍ରଫେସର ଡ. ସୁଧାଂଶୁ ଶେଖର ରଥ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। 

  14. 14.ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ ଅଧୀନରେ, ବୁଥ୍-ସ୍ତରୀୟ ଅଧିକାରୀମାନେ ମାତ୍ର ୧୦ ଦିନ ମଧ୍ୟରେ ୨.୭୦ କୋଟିରୁ ଅଧିକ ଭୋଟରଙ୍କ ନିକଟରେ ପହଞ୍ଚି ରାଜ୍ୟର ୭୫% ରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ କରିଛନ୍ତି।

  15. 15.ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ସ୍ପେକ୍ଟ୍ରମ୍‌ ଶୁଳ୍କକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ଉଭୟ କମ୍ପାନିକୁ ୨୦ହଜାର କୋଟି ଟଙ୍କାର ଆଶ୍ବସ୍ତି ମିଳିଛି।

  16. 16.ସାମୁଦ୍ରିକ ଖାଦ୍ୟ ରପ୍ତାନି ପାଇଁ ୧ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସରକାରୀ ପଦ୍ଧତି ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି।

  17. 17.ଆସନ୍ତା ଜୁନ୍‌ ୨୧ ତାରିଖରେ ନିଟ୍‌-ୟୁଜି ପୁନଃ ପରୀକ୍ଷା ହେବ। ନିଟ୍‌-ୟୁଜି ପୁନଃ ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ବାୟୁସେନା ମଧ୍ୟ ଏଥିରେ ସାମିଲ ହୋଇଛି।

  18. 18.ଟିଏମ୍‌ସିର ଅସନ୍ତୁଷ୍ଟ ସାଂସଦ କାକଳି ଘୋଷ ଦସ୍ତିଦାର କହିଛନ୍ତି, ଜନମତ ଦୃଷ୍ଟିରୁ ସେମାନଙ୍କ ଭବିଷ୍ୟତ ଏନ୍‌ଡିଏ ସହିତ ରହିଛି। ତାଙ୍କ ସମେତ ପାଖାପାଖି ୨୦ ସାଂସଦ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଏନ୍‌ଡିଏରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

  19. 19.କେରଳରେ ଏବେ ଦକ୍ଷିଣପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିଯୋଗୁ ରାଜ୍ୟର ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି। 

  20. 20.ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଐତିହାସିକ ବିଜୟ ପାଇଁ ଚେସ୍ ପ୍ରଡିଜି ଆର. ପ୍ରଜ୍ଞାନାନନ୍ଦଙ୍କୁ ସମ୍ମାନିତ କରିଛନ୍ତି ଏବଂ ତାଙ୍କୁ ୫୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରିଛନ୍ତି।

21 Y
9 08-06-2026 Odia
  1. 1.ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ମାପ କରାଯାଇଛି।

  2. 2.ଇରାନର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଆମେରିକା ଅସ୍ତ୍ରବିରତି ଭଙ୍ଗ କରିଥିବା ଅଭିଯୋଗ କରିଛି ଏବଂ ମନ୍ତ୍ରାଳୟ କହିଛି ଯେ, ଏହି ଆକ୍ରମଣ ପରେ ଯାହା ପରିସ୍ଥିତି ଉପୁଜିବ ଏବଂ ଏହାର ପରିଣାମ ଯାହା ବି ହେବ, ଏଥିପାଇଁ ଆମେରିକା ସମ୍ପୂର୍ଣ୍ଣ ଦାୟୀ ରହିବ।

  3. 3.କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି।

  4. 4.ବିଶ୍ଵସନୀୟ ରାଷ୍ଟ୍ର ତାଲିକାରେ ଭାରତ ଉନ୍ନତ ପ୍ରଦର୍ଶନ କରି ଦ୍ଵିତୀୟ ସ୍ଥାନରେ ରହିଛି। ଏଡେଲ୍‌ମ୍ୟାନ୍‌ ଟ୍ରଷ୍ଟ ବାରୋମିଟର ଅନୁସାରେ ୮୦ ସ୍କୋର ରଖି ଚୀନ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି। ସେମାନଙ୍କ ପଛକୁ ୭୪ ସ୍କୋର ସହ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି।

  5. 5.ରାଜ୍ୟରେ ଋଣ-ଜମା ଅନୁପାତ ହ୍ରାସ ପାଉଛି। ୨୦୨୪ ମାର୍ଚ୍ଚ ବେଳକୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଋଣ ଜମା ଅନୁପାତ ୭୬.୫୨% ଥିଲା। ୨୦୨୫ ମାର୍ଚ୍ଚ ବେଳକୁ ଏହା ୭୪.୫୬%କୁ ଏବଂ ୨୦୨୬ ମାର୍ଚ୍ଚ ବେଳକୁ ୭୩.୮୬%କୁ ଖସି ଆସିଛି।

  6. 6.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଆଗାମୀ ଦିନରେ ଅଧିକାଂଶ ଏୟାରଲାଇନ୍‌ ଦେବାଳିଆ ହୋଇଯିବେ ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ସତର୍କ କରାଇଛି। ସଂଘର ମହାନିର୍ଦ୍ଦେଶକ ୱିଲି ୱାଲ୍‌ସ କହିଛନ୍ତି ଯେ ବର୍ତ୍ତମାନ ଏୟାରଲାଇନ୍‌ଗୁଡ଼ିକ ସବୁଠୁ କଠିନ ସମୟ ଦେଇ ଗତି କରୁଛନ୍ତି ।

  7.  7.ପୂର୍ବରୁ ବଡ଼ ପ୍ୟାକେଟ୍‌ କିଣୁଥିବା ଗ୍ରାହକ ଏବେ ଛୋଟ ପ୍ୟାକେଟ୍‌ ମୁହାଁ ହୋଇଛନ୍ତି। ଗତ ଏପ୍ରିଲ୍‌ରେ ଛୋଟ ପ୍ୟାକେଟ୍‌ର ଜିନିଷ ବିକ୍ରି ଦ୍ରୁତ ଗତିରେ ବଢ଼ିଛି। ସେଥିପାଇଁ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ ସେଭଳି ଛୋଟ ପ୍ୟାକେଟ୍‌ ଆଣିବାକୁ ଉଦ୍ୟମ କରୁଛନ୍ତି।

  8. 8.କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଗ୍ରାହକମାନେ ରନ୍ଧନ ଗ୍ୟାସ୍‌ ପାଇଁ ବିଶ୍ବର ଅନ୍ୟତମ ସର୍ବନିମ୍ନ ଦର ଦେଉଛନ୍ତି।

  9. 9.ଭାରତୀୟ ଇକ୍ବିଟି ବଜାରରୁ ବିଦେଶୀ ନିବେଶକମାନେ ମୁହଁ ଫେରାଇବା ଜାରି ରଖିଛନ୍ତି। ଜୁନ ପ୍ରଥମ ସପ୍ତାହରେ ସେମାନେ ପ୍ରାୟ ୪୩ ହଜାର କୋଟି ଟଙ୍କା ଭାରତୀୟ ବଜାରରୁ ଉଠାଇ ନେଇଛନ୍ତି।

  10. 10.ବଲାଙ୍ଗିର ସହର ଟିଟିଲାଗଡ଼ ରାସ୍ତା ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ ବଲାଙ୍ଗିର ଟାଉନ ପୁଲିସ ଏକ ନେକ୍ସନ କାର ସହ ବିପୁଳ ପରିମାଣ କଫସିରପ୍ ଜବତ କରିଛି ।

  11. 11.ଖୋର୍ଦ୍ଧା କୁମାରବସ୍ତଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚସଖା ଯେପରି ସତ୍ୟବାଦୀଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରିଥିଲେ ଓ ସେଠାରେ ପିଲାମାନଙ୍କୁ ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା, ଠିକ୍‌ ସେହି ଢାଞ୍ଚାରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରସ୍ତୁତ କରାଯାଉଛି।

  12. 12.ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି।

  13. 13.ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ ଆରମ୍ଭ କରିଛନ୍ତି।

  14. 14.ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନକୁ ‘ଆମେ ନେତା’ ବା (We The Leader) ନାମ ଦିଆଯାଇଛି। ଏହା ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ 1.5 ନିୟୁତରୁ ଅଧିକ ଲୋକ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।

  15. 15.ବର୍ତ୍ତମାନ, ପ୍ରାୟ ୨୦,୦୦୦ ଭାରତୀୟ ଇସ୍ରାଏଲରେ ସରକାରୀ ଚ୍ୟାନେଲ ମାଧ୍ୟମରେ କାମ କରୁଛନ୍ତି।  ଦୁଇ ଦେଶ ମଧ୍ୟରେ ହୋଇଥିବା ଏକ ସମ୍ପ୍ରତିକ ଚୁକ୍ତିନାମା ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତିରିକ୍ତ ୫୦,୦୦୦ ଭାରତୀୟ ଶ୍ରମିକଙ୍କୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି – ଏହି ସଂଖ୍ୟା ଶେଷରେ ୧୦୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।

16 Y
10 08-06-2026 English
  1. 1.A magnitude 7.8 earthquake centered at sea shook part of the southern Philippines, causing damage in a key coastal city.

  2. 2.SpaceX CEO Elon Musk has drawn attention to India's declining birth rate, highlighting that the country's fertility rate has fallen below the replacement level required to maintain population stability. 

  3. 3.The Iranian Foreign Ministry on Saturday accused the US of violating the ceasefire and said that the US will be fully responsible for the situation that arises after this attack and whatever its consequences may be.

  4. 4.Iran attacked Kuwait and Bahrain on Saturday using ballistic missiles and drones. In view of the Iranian attack, the governments of Kuwait and Bahrain have activated air defense systems.

  5. 5.The debt-to-deposit ratio in the state is declining. As of March 2024, the debt-to-deposit ratio of banks in the state was 76.52%. By March 2025, it has come down to 74.56% and by March 2026, it has come down to 73.86%.

  6. 6.The International Air Transport Association (IATA) has warned that most airlines will go bankrupt in the coming days after the Middle East war.

  7. 7.Customers who used to buy large packages are now turning to small packages. The sale of small packages has increased rapidly in April. That is why FMCG companies are trying to bring such small packages.

  8. 8.The Union Petroleum Ministry has said that Indian consumers are paying one of the lowest prices in the world for cooking gas.

  9. 9.Foreign investors continue to turn their backs on the Indian equity market. They have withdrawn about Rs 43,000 crore from the Indian market in the first week of June.

  10. 10.While laying the foundation stone of the second phase of Godavarish Mishra Adarsh ​​Primary School Scheme in Khurda Kumarbasta, the Chief Minister said that just as Panchasakha had established Bakulaban Vidyalaya in Satyabadi and all kinds of education were provided to the children there, 'Godavarish Mishra Adarsh ​​Primary School' is being prepared in the same manner.

  11. 11.Former Tamil Nadu BJP president K. Annamalai has launched a new political movement days after resigning from the party. The movement has been named ‘We The Leader’. More than 1.5 million people joined the movement within hours of its launch.

  12. 12.Currently, around 20,000 Indians are working in Israel through government channels. As per a recent agreement between the two countries, preparations are underway to bring in an additional 50,000 Indian workers in the next five years – this number is said to eventually increase to 100,000.

  13. 13.wenty-three political parties have confirmed their participation in the INDIA "janbandhan meeting" at the Constitution Club Monday.

  14. 14.The National Testing Agency (NTA) Sunday released the exam city intimation slip for the NEET-UG 2026 re-examination, scheduled to be held June 21.

  15. 15.In a move to improve border and internal security, Union Home Minister Amit Shah will launch a Land Port Management System (LPMS) June 9.

10 Y